ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ।

ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ବର ଜିଲ୍ଲା ଔପଦା ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଂସ୍କୃତ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଦ୍ବାରିକା ନାଥ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ମୋହନ ଚରଣ ସାହୁ ଯୋଗଦେଇ ଶୁଭ ଉଦଘାଟନ କରି ବକ୍ତବ୍ୟ ପ୍ରଦାନ କରିଥିଲେ । ମୁଖ୍ୟବକ୍ତା ଭାବେ ଇତିହାସ ବିଭାଗର ପ୍ରାଧ୍ୟାପକ ଆଦିତ୍ୟ ନାଥ ଆଚାର୍ଯ୍ୟ, ଅନ୍ୟତମ ଅତିଥି ଭାବେ ପ୍ରାଧ୍ୟାପକ କମଳାକାନ୍ତ ଦାସ, ପୂର୍ଣ୍ଣ ଚନ୍ଦ୍ର ନାୟକ, ସବିତା ମହାରଣା, ଶୁଭାସିନୀ ବେହେରା, ପୁଷ୍ପାଞ୍ଜଳି ବିଶ୍ବାଳ, ବନିସା ମୁଦୁଲି ପ୍ରମୁଖ ଯୋଗଦେଇ ତୃତୀୟ ବର୍ଷର ବିଦାୟ ଛାତ୍ରଛାତ୍ରୀ ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପରେ ପରେ ସୁଧାରାଣୀ ବାରିକ, ମୋନାଲିସା ବେହେରା, ମମତାରାଣୀ ବେହେରା, କବିତା ବେହେରା, ସୁଲେଖା ବେହେରା, ପ୍ରଜ୍ଞା ବେହେରା, ରଶ୍ମିତା ବେହେରା, ପ୍ରମିଳା ସେନାପତି, ମନସ୍ବିନୀ ପ୍ରଧାନ, କରିସ୍ମା ଦାସ, ମଧୁସ୍ମିତା ଦାସ, ସୌଦାମିନୀ ପଣ୍ଡା, ବର୍ଷାରାଣୀ ଗିରି, ଅଲିଭା ନାୟକ, ମମତାଞ୍ଜଳି ରାଉତ, ଶୁଭସନ୍ଧ୍ଯା ସେଠୀ, ଶୁଭସ୍ମିତା ତ୍ରିପାଠୀ, ସିତଳ ମହାପାତ୍ର, ସୁନିପ୍ସା ମହାନ୍ତି, ପ୍ରଦୀପ ବେହେରା ଓ ଗୌରାଙ୍ଗ ସାହୁ ପ୍ରମୁଖ ବିଦାୟୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନେ ଗୋଲାପ ଚାରା ଗଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ସାମ୍ବାଦିକା ଭଉଣୀ କୁଞ୍ଜଲତା ମାହୁଁନ୍ତ, ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ନିରଞ୍ଜନ ପ୍ରସାଦ ବାରିକ ପ୍ରମୁଖଙ୍କୁ ଗୋଲାପ ଚାରା ଗଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ମହାବିଦ୍ୟାଳୟ ଅଧ୍ୟକ୍ଷ ମୋହନ ଚରଣ ସାହୁ । ତାଙ୍କୁ ସହଯୋଗ କରିଥିଲେ ପ୍ରାଧ୍ୟାପକ ଦ୍ବାରିକା ନାଥ ଶତପଥୀ ଏବଂ ଆଦିତ୍ୟ ନାଥ ଆଚାର୍ଯ୍ୟ । ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ ତୃତୀୟ ଅର୍ଥାତ ଶେଷ ବର୍ଷର ଛାତ୍ରଛାତ୍ରୀ ମାନଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ବାସ୍ତବରେ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଥିଲା ଏକ ଦୁଃଖ ପୂର୍ଣ୍ଣ ଓ ହୃଦୟ ବିଦାରକ । ଦୀର୍ଘ ଦିନର ସମ୍ପର୍କ ଛିନ୍ନ କରି ମହାବିଦ୍ୟାଳୟରୁ ବିଦାୟ ନେଉଥିବାରୁ ବିଦାୟୀ ଛାତ୍ରଛାତ୍ରୀଙ୍କ ମନରେ ହରସ ନଥିଲା । ଲୋତକ ପୂର୍ଣ୍ଣ ନୟନରେ ବିଦାୟ ନେଇଥିଲେ । ଯାହା ସମସ୍ତଙ୍କ ମନରେ ଦୁଃଖ ଓ ବିଷାଦ ଭରି ଦେଇଥିଲା । ଦିବସବ୍ଯପୀ କାର୍ଯ୍ୟକ୍ରମ ପରିଚାଳନାରେ ଛାତ୍ରଛାତ୍ରୀ ଓ ମହାବିଦ୍ୟାଳୟ କର୍ମଚାରୀ ମାନେ ପୂର୍ଣ୍ଣ ସହଯୋଗ କରିଥିଲେ । ଶେଷରେ ନୀଳକଣ୍ଠ ଦାସଙ୍କ ଧନ୍ୟବାଦ ପରେ ସଭାପତି ସଭା ସାଙ୍ଗ କରିଥିଲେ ।।