କୁପାରି-ଆଗରପଡା ରାସ୍ତା ବିପଦପୂର୍ଣ୍ଣ,ନେତା କହୁଛନ୍ତି ଚାଲିଛି ଡ଼ଵଲ ଇଞ୍ଜିନ ସରକାର

ବାଲେଶ୍ବର ( ଦେବାଶିଷ ଦାଶ )
ଖାଲି ଭାଷଣରେ ଚାଲିଛି ଡ଼ବଲ ଇଞ୍ଜିନ ସରକାର । ନାହିଁ ଉନ୍ନତି କି ବିକାଶ ଖାଲି ମୁହଁ ଇସ୍ପାତ । ନା ଅଛି ରାସ୍ତା ମରାମତି ନା ଅଛି ସମୃଦ୍ଧି । ଜୀବନ ସହିତ ଖେଳ ଖେଳୁଛି ଡବଲ ଇଞ୍ଜିନ ସରକାର । ଏପରି ଏକ ବିପଦପୂର୍ଣ୍ଣ ରାସ୍ତା ହେଉଛି ବାଲେଶ୍ବର ଜିଲ୍ଲା କୁପାରି-ଆଗରପଡା ରାସ୍ତା । ବାରମ୍ବାର ଗଣମାଧ୍ୟମରେ ପ୍ରଚାର ପ୍ରସାର ପରେ ଅତ୍ୟନ୍ତ ଖରାପ ହୋଇ ପଡିଥିବା ବର୍ତ୍ତନା ଠାରୁ ବାଲେଶ୍ବର ଜିଲ୍ଲା ଶେଷ ଏବଂ ଭଦ୍ରକ ଜିଲ୍ଲା ଆରମ୍ଭ ପର୍ଯ୍ୟନ୍ତ ମରାମତି ହୋଇଥିଲା । ଲୋକଙ୍କ କହିବା ମୁତାବକ ସେ ମରାମତି କାର୍ଯ୍ୟ ୩ମାସ ବି ଗଲା ନାହିଁ । ସେ ରାସ୍ତାଟି ଏକ ଚଳଚଞ୍ଚଳ ପୂର୍ଣ୍ଣ ରାସ୍ତା । ଦୈନିକ ଶହଶହ ଯାନବାହନ, ସ୍କୁଲ କଲେଜ, ଜରୁରୀ କାଳୀନ ଗାଡ଼ି ଓ ଜନସାଧାରଣଙ୍କ ନିର୍ଭର ଯୋଗ୍ୟ ରାସ୍ତା । ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯାତାୟତ ନିମନ୍ତେ ଉଦ୍ଦିଷ୍ଟ ହୋଇଥିଲେ ମଧ୍ୟ ଏହି ବିପଦପୂର୍ଣ୍ଣ ରାସ୍ତା ପ୍ରତି କାହାରି ଦୃଷ୍ଟି ପଡୁ ନଥିବା ମନେ ହେଉଛି । କାହିଁକି ଏତେ ନିମ୍ନମାନର କାର୍ଯ୍ୟ ହେଉଛି, କାହା ପ୍ରରୋଚନାରେ ହେଉଛି, ବାରମ୍ବାର ଖରାପ ହେବା ଓ କାର୍ଯ୍ୟ ହେବାରେ କେଉଁ ଉଦ୍ଦେଶ୍ୟ ରହିଛି, ଠିକାଦାର ଜାଣିଶୁଣି ନିମ୍ନମାନର କାର୍ଯ୍ୟ କରୁଛନ୍ତି ନା ତାଙ୍କୁ ନିମ୍ନମାନର କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଛି, ଯାହା ସାଧାରଣ ଲୋକଙ୍କ ପ୍ରଶ୍ନ ଡ଼ବଲ ଇଞ୍ଜିନ ସରକାରକୁ । ଛୋଟବଡ଼ ଦୁର୍ଘଟଣା ଘଟିବାର ନଜିର ମଧ୍ୟ ଅଛି । ବର୍ତ୍ତମାନ ରାସ୍ତା ଘାଟର ପରିସ୍ଥିତି ଯାହା ସ୍ଥାନେ ସ୍ଥାନେ ସୃଷ୍ଟି ବିପଦପୂର୍ଣ୍ଣ ଖାଲଖମାରେ ପଡି କେତେ ବେଳେ ଯେ କାହାର ଜୀବନ ଯିବ କହି ହେବନାହିଁ । ବାରମ୍ବାର ବ୍ଯୟ ବରାଦ ଓ ନିମ୍ନମାନର କାର୍ଯ୍ୟ ପାଇଁ ଦାୟୀ କିଏ ? ସରକାର ନା ଠିକାଦାର, ଠିକାଦାର ନା ସରକାର ? ନିଜର ନାମ ଗୋପନ ରଖି ଗଣମାଧ୍ୟମ ପ୍ରତିନିଧି ସମ୍ମୁଖରେ ପ୍ରକାଶ କରିଛନ୍ତି ବହୁ ଜନସାଧାରଣ । ତୁରନ୍ତ ଯଦି ଦୀର୍ଘ ସ୍ଥାୟୀ ମରାମତି ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ଡବଲ ଇଞ୍ଜିନ ସରକାର ବିରୋଧରେ ସ୍ବର ଉତ୍ତୋଳନ ହେବ ବୋଲି ବହୁ ବୁଦ୍ଧିଜୀବୀ ଚେତାବନୀ
ଦେଇଛନ୍ତି ।।