April 19, 2025

ଶେଷ ପର୍ଯ୍ୟାୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ, ଅନୁଧ୍ୟାନ କଲେ ତଦାରଖ କମିଟି ଅଧ୍ୟକ୍ଷ..

Share

 

 

ଖୁବଶୀଘ୍ର ସରିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ । ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ବିଶ୍ୱନାଥ ରଥ । ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ ସହିତ ରତ୍ନଭଣ୍ଡାର ମରାମତି କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ । ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଜାରି ରହିଥିବା ବେଳେ ଭିତର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭିତର ରତ୍ନଭଣ୍ଡାରର କାନ୍ଥ ଏବଂ ଚଟାଣରେ ଫାଟ ଥିବା ଯୋଗୁଁ ଏହାର ମରାମତି ଓ ନଷ୍ଟ ହୋଇଯାଇଥିବା ପଥର ଗୁଡ଼ିକ ପରିବର୍ତ୍ତନ କରାଯାଇଛି ।

 

ସେହିପରି ବାହାର ରତ୍ନଭଣ୍ଡାରର ମରାମତି କାର୍ଯ୍ୟ ମଧ୍ୟ ଜାରି ରହିଛି । ଠାକୁରଙ୍କର ବିଭିନ୍ନ ସମୟରେ ସ୍ୱତନ୍ତ୍ର ନୀତି କାନ୍ତି ଏବଂ ଭକ୍ତଙ୍କ ପ୍ରବଳ ଭିଡ ଯୋଗୁଁ ବିଭିନ୍ନ ସମୟରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ବନ୍ଦ ରଖାଯାଉଛି । ଏଣୁ ଡେଡ୍ ଲାଇନ ଅନୁସାରେ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଶେଷ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ମହାପ୍ରଭୁଙ୍କର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଏଏସଆଇ ପକ୍ଷରୁ ଜାରି ରହିଥିବା ବେଳେ ଆଗାମୀ ଦୁଇଶହ ବର୍ଷକୁ ଦୃଷ୍ଟିରେ ରଖି ଏହାର କାର୍ଯ୍ୟ କରାଯାଉଛି ।

You may have missed