UNESCO ମେମୋରି ଅଫ୍ ୱାର୍ଲ୍ଡରେ ସ୍ଥାନ ପାଇଲା ଭଗବତ ଗୀତା, ଗର୍ବିତ ମୁହୂର୍ତ୍ତ କହିଲେ ପ୍ରଧାନମନ୍ତ୍ରୀ*

ୟୁନେସ୍କୋ ବି ବୁଝିପାରିଲା ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରର ମହତ୍ତ୍ୱ । ୟୁନେସ୍କୋରେ ସ୍ଥାନ ପାଇଲା ଭଗବତ ଗୀତା । ୟୁନେସ୍କୋ ମେମୋରି ଅଫ୍ ୱାର୍ଲ୍ଡରେ ସାମିଲ ହୋଇଛି ଶ୍ରୀମଦ୍ ଭଗବତ ଗୀତା ଓ ଭରତମୁନୀଙ୍କ ନାଟ୍ୟଶାସ୍ତ୍ର । ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ । ଏହି ଉପଲବ୍ଧି ନେଇ ଖୁସିବ୍ୟକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତିଟି ଭାରତୀୟଙ୍କ ପାଇଁ ଏହା ଗର୍ବର ମୁହୂର୍ତ୍ତ । ଏହି ରେଜିଷ୍ଟର ମହତ୍ତ୍ୱପୂର୍ଣ୍ଣ ଦସ୍ତାବିଜକୁ ସଂରକ୍ଷିତ କରିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।
ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଶ୍ରୀମଦ୍ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସ୍ଥାନ ମିଳିଥିବା ନେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏକ୍ସରେ ସୂଚନା ଦେଇଛନ୍ତି । ସେ କହିଛନ୍ତି, ‘ଭାରତୀୟ ସଭ୍ୟତା ଓ ଐତିହ୍ୟ ପାଇଁ ଐତିହାସିକ ଦିନ ।’
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତଙ୍କ ପୋଷ୍ଟରେ କମେଣ୍ଟ ଦେଇ କହିଛନ୍ତି, ଦେଶବାସୀଙ୍କୁ ଶୁଭେଚ୍ଛା । ଭାରତୀୟଙ୍କ ପାଇଁ ଆଜି ଗର୍ବର ମୁହୂର୍ତ୍ତ । ୟୁନେସ୍କୋର ମେମୋରି ଅଫ୍ ଦି ୱାର୍ଲ୍ଡ ରେଜିଷ୍ଟରରେ ଭଗବତ ଗୀତା ଓ ନାଟ୍ୟଶାସ୍ତ୍ରକୁ ସାମିଲ କରାଯାଇଛି । ଏପରି କରାଯିବା ଅନନ୍ତ ଜ୍ଞାନ ଏବଂ ସମୃଦ୍ଧ ସଂସ୍କୃତି ସର୍ବଭାରତୀୟ ସ୍ତରରେ ସ୍ୱୀକୃତି ମିଳିବା ସହ ସମାନ ।”
କହି ରଖୁଛୁ କି, ମେମୋରି ଅଫ୍ ୱାର୍ଲ୍ଡ ରେଜିଷ୍ଟରରେ ଦୁନିଆ ପାଇଁ ଉପଯୋଗୀ ଏବଂ ବୈଶ୍ୱିକ ସ୍ତରରେ ଦସ୍ତାବିଜକୁ ସାମିଲ କରାଯାଏ । ଅନ୍ତର୍ଜାତୀୟ ଆଡାଭାଇଜରୀ କମିଟିର ଅନୁମୋଦନ ପରେ ଏଥିରେ କୌଣସି ଦସ୍ତାବିଜକୁ ସାମିଲ କରାଯାଇଥାଏ । ଏଥିରେ ଦସ୍ତାବିଜର ମହତ୍ତ୍ୱ ବିଷୟରେ ଜଣାପଡିଥାଏ । ଏହାର ସୁରକ୍ଷା ନେଇ ମଧ୍ୟ କାମ କରାଯାଇଥାଏ । ୨୦୨୩ ମେରୁ ଏବେ ଯାଏଁ ୪୯୪ ଅଭିଲେଖ ୟୁନେସ୍କୋରେ ସାମିଲ କରାଯାଇଛି ।