୧୯୬୮ ମସିହା ରେ ସ୍ଥାପିତ କୋରାପୁଟ ଡି ଏ ଭି ମହାବିଦ୍ୟାଳୟ ଚାଲି ଆସିଥିଲା କିନ୍ତୁ ୨୦୧୨ ମସିହା ରେ ଏହାର ନାମ କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପରିବର୍ତ୍ତନ କରି ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ନାମରେ ନାମିତ କରାଯାଇଥିଲା।

୧୮.୦୪.୨୫ (ଗୁପ୍ତେଶ୍ୱର ରଥ କୋରାପୁଟ) ୧୯୬୮ ମସିହା ରେ ସ୍ଥାପିତ କୋରାପୁଟ ଡି ଏ ଭି ମହାବିଦ୍ୟାଳୟ ଚାଲି ଆସିଥିଲା କିନ୍ତୁ ୨୦୧୨ ମସିହା ରେ ଏହାର ନାମ କୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପରିବର୍ତ୍ତନ କରି ସରକାରୀ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟ ନାମରେ ନାମିତ କରାଯାଇଥିଲା। ଏହାକୁ ନେଇ ପୂର୍ବତନ ଛାତ୍ର ସଂସଦ ଓ ପୁରାତନ ଛାତ୍ର ମନେ ତିବ୍ର ପ୍ରତିକ୍ରିୟା ପ୍ରକାଶ ସହ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟ ବନସି ସୁରଜ୍ ଓ ସଚିବଙ୍କୁ ଭେଟି ଅବଗତ କରିଥିଲେ। ଏହା ସତ୍ତ୍ଵେ ପରିବର୍ତ୍ତନ ହୋଇପାରି ନଥିଲା। କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ଓ ପୁର୍ବତନ ଛାତ୍ର ସଂସଦ ର ଆବାହକ ଅଯଧ୍ୟାନଥ ସାମଲ ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସଚିବ ବିଶ୍ଵଜିତ୍ ଦସ ଙ୍କୁ ଭେଟି ଆଲୋଚନା କରିଥିଲେ। ତେଣୁ ଉଚ୍ଚ ଶିକ୍ଷ୍ୟା ବିଭାଗ ପକ୍ଷରୁ ପୁଣି ଥରେ ତାର ପୁରାତନ ନାଁ ଡି ଏ ଭି ମହାବିଦ୍ୟାଳୟ ନାମରେ ବିଜ୍ଞପ୍ତି ପ୍ରକାଶ ପାଇଛି।