April 19, 2025

ଉମରକୋଟ ରେ ଘଣ୍ଟ ଯାତ୍ରା ଆରମ୍ଭ……..

Share

 

ଉମରକୋଟ – ମା ଜଗତ ଜନନୀ ଠାକୁରାଣୀ ଙ୍କ ନବ ଦିନ ଯାତ୍ରା ଆଜି ଠାରୁ ଉମରକୋଟ ଠାରେ ଆରମ୍ଭ ହେଇଛି। ଆଜି ମା ସହର ବାସି ଙ୍କୁ ଦର୍ଶନ ଦେବା ପାଇଁ ସକାଳୁ ୧୧ ଟା ରୁ ଜଗନ୍ନାଥ ମନ୍ଦିର ନିକଟରୁ ମାଙ୍କ ପୂଜକ ଭୁବନ ପୂଜାରୀ ସମସ୍ତ ରିତି ନୀତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ସହର ବାସି ଙ୍କୁ ଦର୍ଶନ ଦେବା ପାଇଁ ବାହାରିଥିଲେ। ଯେହେତୁ ଆଜି ପ୍ରଥମ ଦିନ ତେଣୁ ସହର ସମସ୍ତ ସାହି କୁ ଯାଇ ମା ଦର୍ଶନ ଦେବେ। ମାଙ୍କ ଶିର। ବଲ୍ଲଭ ମାଳି ଯିଏ କି ଗୁଲିପାଟଣା ରେ ରୁହନ୍ତି
ତାଙ୍କ ଘର କୁ ଆସି ମା ସେଠାରେ ଆଦିବାସୀ ନାଚ କରିଥାନ୍ତି। ଏହାକୁ ଦେଖିବା ପାଈ ଭକ୍ତ ଙ୍କ ପ୍ରବଳ ଭିଡ ଜମି ଥାଏ।। ସହର ର ସେଥିରେ ପ୍ରବଳ ଭିଡ ସହର ର ହିନ୍ଦୁ ଧର୍ମାବଲମ୍ବୀ ଲୋକେ ମା ଙ୍କୁ ଘର ସାମନା ରେ ସ୍ବାଗତ କରିବା ପାଈଁ ଧୂପ ଦୀପ ଫୁଲ ଦେଇ ସ୍ଵାଗତ କରିଥିବା ବେଳେ କିଛି ଭକ୍ତ ମାଙ୍କୁ ପଣା ଅର୍ପଣ କରି ଥାଆନ୍ତି।। ଦୂର ସମ୍ପର୍କୀୟ ଲୋକେ ଯାତ୍ରା ଦେଖିବା ପାଈଁ ଉମରକୋଟ ରେ ପହଂଚି ସାରି ଥିବା ବେଳେ ସହର ଭକ୍ତି ମୟ ପରିବେଶ ରେ ଭରି ଯାଇଛି। ଅପର ପକ୍ଷେ ଲୋକ ଙ୍କ ମନୋରଞ୍ଜନ ସକାଶେ ବିରାଟ ବଡ ମୀନା ବଜାର ପଡିଛି। ଯାତ୍ରା କୁ ସଫଳ କରିବା ନିମନ୍ତେ ଯାତ୍ରା କମିଟି ସମସ୍ତ ଉଦ୍ୟମ ଜାରି ରଖିଛନ୍ତି। ମା ଗତ ୧୫ ତାରିଖ ଦିନ ଏକ ବିରାଟ ଶୋଭାଯାତ୍ରାରେ ନିଜ ଘରୁ ବାହାରି ବାପ ଘର କୁ ଆସିଥିଲେ। ୨୨ ଯାଏଁ ଏହି ଘଣ୍ଟ ଯାତ୍ରା ଚାଲିବା କୁ ଥିବା ବେଳେ ୨୩ ତାରିଖ ଦିନ ମା ଝରିଗl ରୋଡ ଠାରେ ଥିବା ମନ୍ଦିର ବା ନିଜ ଘର କୁ ଫେରିଯିବେ।(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)