November 16, 2024

ବିଜେଡି ପକ୍ଷରୁ ପ୍ରେସ୍ ମିଟ୍, ବିଜେପିର ସମସ୍ତ ଅଭିଯୋଗକୁ ଖଣ୍ଡନ 

Share

ବିଜେଡି ପକ୍ଷରୁ ପ୍ରେସ୍ ମିଟ୍, ବିଜେପିର ସମସ୍ତ ଅଭିଯୋଗକୁ ଖଣ୍ଡନ 

ବୁଗୁଡ଼ା : ତା ୧୮/୦୪/୨୩ : ସ୍ଥାନୀୟ ବିଜୁ ସେବା ସଦନ ପରିସରରେ ଆଜି ଅପରାହ୍ନରେ ବିଜେଡି ପକ୍ଷରୁ ଆହୂତ ସମ୍ବାଦିକ ସମ୍ମିଳନୀରେ ବିଜେପିର ଅଭିଯୋଗକୁ ଖଣ୍ଡନ କରାଯିବା ସହ ତାହା ସମ୍ପୂର୍ଣ୍ଣ ମିଥ୍ଯା , ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି ପ୍ରକାଶ ପାଇଥିଲା । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବୁଗୁଡ଼ା ବ୍ଲକ ବିଜେଡି ସଭାପତି ମଦନ ଗୋପାଳ ଦୋରା , ଏନ୍ଏସି ସଭାପତି କେ.ତ୍ରିଲୋଚନ ଦୋରା ଓ ଜିଲ୍ଲା ସଂପାଦକ ସୁଧାଂଶୁ ଶେଖର ପାଢ଼ୀ ପ୍ରମୁଖ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ଜନ ସମ୍ପର୍କ , ସୁଶାସନ , ଜନହିତକର କାର୍ଯ୍ୟଧାରାକୁ ସହ୍ଯ କରିନପାରି ବିଜେପି ଭୋକ ବିକଳରେ ତାଟିଆ କାମୁଡୁଛି ବୋଲି ମତବ୍ୟକ୍ତ କରିଥିଲେ ।ଏଥି ସହ ବିଜେପି ଯୁବମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ ଗୁଣ୍ଡା ଓ ଅସାମାଜିକ ବ୍ଯକ୍ତିଙ୍କୁ ସାଥିରେ ଘେନି ବୁଗୁଡ଼ା ଆସିବାର କାରଣ କ’ଣ ଏବଂ ଯଦି ଦୀପକ ଆଣିଥିବା ଆକ୍ରମଣ ଅଭିଯୋଗର ସତ୍ଯତା ଥାଏ ତେବେ ସେ କେଉଁ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି ତାହାର ପ୍ରମାଣ ପତ୍ର ଅଛି କି ବୋଲି ପ୍ରଶ୍ନ କରିବା ସହ ତାହାକୁ ସମ୍ପୂର୍ଣ୍ଣ ମନଗଢା କାହାଣୀ ବୋଲି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ବିଜେଡି କର୍ମକର୍ତ୍ତାଙ୍କ ପକ୍ଷରୁ ହୋଇଥିବା ଅଭିଯୋଗର ଅଭିଯୁକ୍ତଙ୍କ ପ୍ରତି ଯଦି ୭ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଦଶ ହଜାରୁ ଉର୍ଦ୍ଧ କର୍ମୀଙ୍କୁ ନେଇ ଶାନ୍ତିପୂର୍ଣ୍ଣ ରାଲି କରି ଲିଖିତ ଅଭିଯୋଗ ସହ ମାନହାନୀ ମକଦ୍ଦମା ରୁଜୁ କରାଯିବ ବୋଲି ସୂଚନା ଦେଇଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ ଏନ୍ଏସି ଅଧ୍ଯକ୍ଷ ଚିତ୍ରସେନ ପ୍ରଧାନ , କେ.ନୀଳମାଧବ ଆଚାରୀ ପ୍ରମୁଖ ମଧ୍ୟ ମଞ୍ଚାସୀନ ଥିଲେ ।

ରିପୋର୍ଟ ବୁଗୁଡ଼ା ହର ପ୍ରସାଦ ପାଢି