November 16, 2024

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ମନ କି ବାତ କାର୍ଯ୍ୟ କର୍ମର ପ୍ରସ୍ତୁତି ବୈଠକ

Share

*ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ମନ କି ବାତ କାର୍ଯ୍ୟ କର୍ମର ପ୍ରସ୍ତୁତି ବୈଠକ ।।*

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ମନ କି ବାତ ର ଆଗାମୀ ଏପ୍ରିଲ 30 ତାରିଖରେ ହେବାକୁ ଥିବା 100 ତମ ସଂସ୍କରଣ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଗରାପୁର ସ୍ଥିତ ସ୍ୱୟଂସିଦ୍ଧା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି l ବିଜେପି ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡାଙ୍କ ପୌରାହିତ୍ୟରେ ମୁଖ୍ୟ ଅତିଥି ରୂପେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁଳ ପ୍ରସାରିତ କାର୍ଯ୍ୟକ୍ରମ ମନ କି ବାତ ଆଜି ସମଗ୍ର ଭାରତରେ ଜନାଦୃତ ହୋଇଛି l ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶର ଲୁକ୍କାୟିତ ପ୍ରତିଭା ମାନଙ୍କୁ ଲୋକଲୋଚନକୁ ଆଣିବା ସହ କେନ୍ଦ୍ର ସରକାରଙ୍କ ଅନେକ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଅବଗତ କରାଯାଇ ପାରୁଛି l ତେଣୁ ଏହି କାର୍ଯ୍ୟକ୍ରମକୁ ସମସ୍ତ ବୁଥ ସ୍ତରରେ ଆୟୋଜନ କରିବା ସହ ସାଧାରଣ ଜନତାଙ୍କୁ ଏହାର ଲାଭ ଉଠାଇବା ପାଇଁ ପରାମର୍ଶ ଦେବା ସହ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ରାଜ୍ୟ ପ୍ରବକ୍ତା ରାଜେନ୍ଦ୍ର ପ୍ରସାଦ ପଣ୍ଡା, ବରିଷ୍ଠ ବିଜେପି ନେତା ବୈଦ୍ୟନାଥ ଚାଟାର୍ଜୀ, ଭୁବନ ମୋହନ ଜେନା, ଦୋଳ ଗୋବିନ୍ଦ ନାୟକ, ଦୁର୍ଯ୍ୟୋଧନ ସାହୁ, ସୁନାକର ବେହେରା, ଉମାକାନ୍ତ ପଟ୍ଟନାୟକ, ମାନସ ମହାନ୍ତି, ଡ଼ଃ କଳ୍ପନା ମଲ୍ଲିକ ପ୍ରମୁଖ ଯୋଗଦେଇ ଥିଲେ l ସଭା ପ୍ରାରମ୍ଭରେ ଜିଲ୍ଲା ସାଧାରଣ ସମ୍ପାଦକ ଅଭିମନ୍ୟୁ ଗୋଛାୟତ ଅତିଥି ପରିଚୟ କରିଥିବା ବେଳେ ମନ କି ବାତ କାର୍ଯ୍ୟକ୍ରମର ଜିଲ୍ଲା ସଂଯୋଜକ ଅଜୟ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ପଦାଧିକାରୀ, ମଣ୍ଡଳର ଶତାଧିକ ସକ୍ରିୟ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ l
ରିପୋର୍ଟ – ଗୋକୁଳ