November 16, 2024

ଋଷିକୂଲ୍ୟା ବେଳାଭୂମି ସମୁଦ୍ର କୂଳରେ ହଜାର ହଜାର କଇଁଚଛୁଆ କୁ ଦେଖିଲେ ପୂର୍ବତନ ମୁଖ୍ୟ ବିଚାରପତି

Share

ଋଷିକୂଲ୍ୟା ବେଳାଭୂମି ସମୁଦ୍ର କୂଳରେ ହଜାର ହଜାର କଇଁଚଛୁଆ କୁ ଦେଖିଲେ ପୂର୍ବତନ ମୁଖ୍ୟ ବିଚାରପତି — —
======================
ଗଞ୍ଜାମ -ପ୍ରଦୀପ କୁମାର ପଣ୍ଡା

ଭାରତର ପୂର୍ବତନ ମୁଖ୍ୟ ବିଚାରପତି (ସୁପ୍ରିମକୋର୍ଟ )ସେହରଡ଼ ଅରବିନ୍ଦ ବୋବଡ଼େ ଦିନିକିଆ ଗଞ୍ଜାମ ଜିଲ୍ଲା ଗ୍ରସ୍ତରେ ଆସି ଋଷୁକୁଲ୍ୟା ବେଳାଭୂମି ପରିଦର୍ଶନ କରିଥିଲେ l ତାଙ୍କ ସହ ବରିଷ୍ଠ ଆଇଏଏସ ତଥା ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଆର ଭିନ୍ନଲ କ୍ରିଷ୍ଣା ଉପସ୍ଥିତ ଥିଲେ l ପ୍ରଥମେ ରାତି 9 ଟାରେ ରମ୍ଭାରେ ପହଂଚିବା ରମ୍ଭା ଥାନା ପୋଲିସର ଜେଡ ପ୍ଲସ ସୁରକ୍ଷା ବଳୟ ମଧ୍ୟରେ ରାତି 11ଟାରେ କଣ୍ଟିଆଗଡ଼ ସ୍ଥିତ ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ପହଂଚି ହଜାର ହଜାର ଛୁଆଁ ଅଲିଭରିଡଲ ସମୁଦ୍ର ମଧ୍ୟକୁ ଯାଉଥିବା ଦେଖି ଖୁସି ବ୍ୟକ୍ତ କରିଥିଲେ ପୂର୍ବତନ ମୁଖ୍ୟ ବିଚାରପତି ବୋବଡ଼େ ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଶାସନ ସଚିବ ଭିନ୍ନଲ କ୍ରିଷ୍ଣା l ସେଠାରେ ପ୍ରାୟ ଦେଢ଼ ଘଣ୍ଟା ବୁଲାବୁଲି କରିବା ପରେ ରାତ୍ର ଗୋଟାଏରେ ଗୋପାଳ ପୁର ହୋଟେଲ ମେଫ୍ଲାୟାରକୁ ଚାଲି ଯାଇଥିଲେ l ସେଠାରେ ରାତ୍ରି ଯାପନ ପରେ ଭୋରୁ ପ୍ରାୟ ଚାରିଟାରେ ପୁଣି ଋଷୁକୁଲ୍ୟା ବେଳାଭୂମିକୁ ଯାଇ ବିରଳ ପ୍ରଜାତିର ଅଲିଭରିଡଲଙ୍କ ବିଭିନ୍ନ ତଥ୍ୟ ପଚାରି ବୁଝିବା ସହ ବେବି କଇଁଛଙ୍କ ଫୋଟ ଉତ୍ତୋଳନ କରିଥିଲେ ପୂର୍ବତନ ମୁଖ୍ୟ ବିଚାରପତି l ଅବସରପ୍ରାପ୍ତ ମୁଖ୍ୟ ବିଚାରପତିଙ୍କ ଗ୍ରସ୍ତ ବେଳେ ଡ଼ିଏଫଓ ଶନି ଖୋଖୋର, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ ପାତ୍ର,ତହସିଲଦାର ଅରୁଣ କୁମାର ନାୟକ, ବିଡ଼ିଓ ଜସ୍ମିନ ପ୍ରଧାନ, ରମ୍ଭା ଥାନା ଆଇଆଇସି ପି ସ୍ୱରୂପ କିଷାନ ପ୍ରମୁଖ ଉପସ୍ଥିତ ଥିଲେ l ଫରମେର ବିଚାରପତିଙ୍କ ଗ୍ରସ୍ତ ପାଇଁ ଅଗ୍ନିଶମ ଗାଡି, ସ୍ୱତନ୍ତ୍ର ଆମ୍ବୁଲାନ୍ସ ସହ 15 ରୁ ଉର୍ଦ୍ଧ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ଗାଡି ଏସକଟରେ ଯାଉଥିବା ଦେଖିବାକୁ ମିଳିଥିଲା l ସେଠାକାର ପରିବେଶ ଦେଖି ଖୁସି ବ୍ୟକ୍ତ କରିଥିଲେ ଏବଂ ସ୍ଥାନୀୟ ପ୍ରଶାସନଙ୍କୁ ଉଭୟ ମୁଖ୍ୟ ବିଚାରପତି ଏବଂ ଶାସନ ସଚିବ ଭୁୟସୀ ପ୍ରଶଂସା କରିଥିଲେ l