March 20, 2026

*ରାଜୁସାହି ଲୁଟ୍ ଘଟଣାରେ ସମ୍ପୃକ୍ତ ବାଳ ସୁଧାରଗୃହ ଗଲେ ୩ ନାବାଳକ

IMG-20260318-WA0056
Share

୧୮/୦୩/୨୦୨୬ (ଗୁପ୍ତେଶ୍ୱର ରଥ) ଜୟପୁର ଟାଉନ ଥାନା ପୁଲିସ ପ୍ରାୟ ୬ଟି ମାମଲାରେ ସଂପୃକ୍ତ ଥିବା ୪ଜଣ ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହ ଏହି ମାମଲାରେ ସାମିଲ ଥିବା ୩ଜଣ ନାବାଳକଙ୍କୁ ମାଲକାନଗିରି ବାଳ ସୁଧାରଗୃହକୁ ପଠାଯାଇଛି। ଅଭିଯୁକ୍ତମାନେ ହେଲେ ଜୟପୁର ସହରର ଗୋପବନ୍ଧୁ ନଗରର ଶିବ ନାୟକ, ଓଡ଼ିଆ ମେଦିରି ସାହିର ବାଦଲ କୁମାର ପୂଜାରୀ, ଖ୍ରୀଷ୍ଟିଆନ ସାହି ବିଜୁ ରାଜନଗରର ସମୀର ଗୁଣିଆ ଓରଫ୍ ଲିପୁନ ଏବଂ ଗୋପବନ୍ଧୁ ନଗରର ଆକାଶ ହିଆଲ। ଏସ୍‌ଡପିଓ କୁମାରୀ ଅର୍ଚ୍ଚିତା ମିତ୍ତଲ ସାମ୍ବାଦିକ ସମ୍ମଳନୀର ଆୟୋଜନ କରି ସବିଶେଷ ତଥ୍ୟ ଦେଇଥିଲେ। ଗତ ମାର୍ଚ୍ଚ ୮ ତାରିଖରେ ଅପରାହ୍ନ ୩ଟାରେ କୁନ୍ଦୁରା ଥାନା କନ୍ଧଗୁଡ଼ା ଗ୍ରାମର ନବୀନ ସାନ୍ତା ଏବଂ ତାଙ୍କ ଦାଦା ବାଇକ୍‌ରେ ନିଜ ଗାଁକୁ ଫେରୁଥିଲେ। ସ୍ଥାନୀୟ ରାଜୁ ସାହି ନିକଟରେ ୩ଜଣ ଦୁର୍ବୃତ୍ତ ଏକ ସ୍କୁଟି ଯୋଗେ ଉଭୟଙ୍କୁ ଅଟକାଇ ଛୁରୀ ଦେଖାଇ ସାଢେ ୪ ହଜାର ଟଙ୍କା ଲୁଟ୍ କରିଥିଲେ। ଏନେଇ ସ୍ଥାନୀୟ ଜଣେ ବ୍ୟକ୍ତିଙ୍କ ଘରର ସିସି କ୍ୟାମେରାରୁ ଉତ୍ତୋଳନ ହୋଇଥିବା ଭିଡିଓ ଭାଇରାଲ ହେବା ପରେ ପୁଲିସ ନିଜ ପଟୁ ତଦନ୍ତ ଆରମ୍ଭକରିଥିଲା। ଏହି ଘଟଣାର ୨୪ ଘଣ୍ଟା ମଧ୍ୟରେ ପୁଲିସ ଶିବ ଓ ବାଦଲକୁ ଗିରଫ କରିବା ସହିତ ଜଣେ ନାବାଳକଙ୍କୁ କାବୁ କରିଥିଲା। ଲୁଟ୍‌ରେ ବ୍ୟବହୃତ ସ୍କୁଟି (ଓଡି ୧୦ଏକ୍ସ ୭୮୨୧), ଲୁଟ୍‌ ୨ହଜାର ଟଙ୍କା ଏବଂ ଗୋଟିଏ ଛୁରୀ ଜବତ କରାଯାଇଥିଲା। ଏସ୍‌ଆଇ ସିଦ୍ଧାନ୍ତ ବେହେରା ଘଟଣାର ତଦନ୍ତ କରି ଅଭିଯୋଗକାରୀଙ୍କୁ ଡକାଇ ଏତଲା ଗ୍ରହଣ କରିବା ପରେ ଲୁଟ୍‌ ଟଙ୍କା ଫେରସ୍ତ କରାଯାଇଥିଲା। ସେହିପରି ଗତ ଜାନୁଆରି ୨୫ ତାରିଖରେ ଛୁରୀ ଦେଖାଇ ମୋବାଇଲ ଏବଂ ଟଙ୍କା ଲୁଟ୍ ଅଭିଯୋଗରେ ଅନ୍ୟ ୩ ଜଣ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ସମୀର ଗୁଣିଆ ଓରଫ ଲିପୁନ ଫେରାର ଥିଲା। ଲିପୁନ ଏବଂ ଅନ୍ୟ ସହଯୋଗୀମାନେ ସୋମବାର କେନାଲ ରୋଡ୍‌ରେ ଛୁରୀ ଦେଖାଇ ଜଣଙ୍କଠାରୁ ମୋବାଇଲ ଲୁଟ୍ କରିଥିବା ଅଭିଯୋଗ ହେବା ପରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ଲିପୁନଙ୍କଠାରୁ ଦୁଇଟି ଲୁଟ୍ ମୋବାଇଲ ଜବତ କରାଯାଇଥିଲା। ଅନ୍ୟ ଏକ ଲୁଟେରା ଆକାଶକୁ ମଧ୍ୟ ପୁଲିସ ପୂର୍ବ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଏସ୍‌ଡପିଓ ସୂଚନା