ଚଢ଼ା ଦରରେ ହେଉଛି ମଦ ବିକ୍ରି : ନିରବରେ ଅବକାରୀ ବିଭାଗ

ସୁବର୍ଣ୍ଣପୁର, ନିରବ ହୋଇଛି କି ଅବକାରୀ ବିଭାଗ l ସୁବର୍ଣ୍ଣପୁର ଜିଲ୍ଲାରେ ହେଉଛି ଚଢ଼ା ଦାମ ରେ ମଦ ବିକ୍ରି l ଗ୍ରାହକ ଙ୍କୁ ଶୋଷଣ କରୁଛନ୍ତି ଲିକରସପ ମାଲିକ l ଏପରି ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲାର ବିଭିନ୍ନ ବିଦେଶୀ ମଦ ଦୋକାନ ରେ l ଦୋକନ ମାଲିକ ଗ୍ରାହକଙ୍କ ଠାରୁ ଆବଶ୍ୟକ ମୂଲ୍ୟ ଠାରୁ ୧୦ ରୁ ୨0 ଟଙ୍କା ଅଧିକା ନେଉଥିବା ଶୁଣିବାକୁ ମିଳେ l ତେଵେ ଏହାକୁ ନିରୀକ୍ଷଣ କରୁଥିବା ଅବକାରୀ ବିଭାଗ କିନ୍ତୁ ଜାଣି ନ ଜାଣିଲା ପରି ରହିଛି l ଅନ୍ୟ ପକ୍ଷେ ବିଭାଗ ର ନୀରବତା କୁ ନେଇ ସଚେତନ ନାଗରିକ ମହଲେ ଚର୍ଚ୍ଚା ହେଉଛି l