ନିର୍ବାଚନ ଆଚରଣ ବିଧି ଲାଗୁ , ହୋଡିଂ ହଟାଉଛି ଏନ୍ଏସି ପ୍ରଶାସନ…
ବୁଗୁଡା : ତା ୧୮/୦୩/୨୪ : ସାଧାରଣ ନିର୍ବାଚନ ଲାଗି ତାରିଖ ଘୋଷଣା ହେବା ସହ ଆଚରଣ ବିଧି ଲାଗୁ ହୋଇଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବିଭିନ୍ନ ରାଜନୈତିକ ଦଳ ଏବଂ ବ୍ଯକ୍ତି ବିଶେଷଙ୍କ ହୋଡିଂ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଯାଇଛି । ରବିବାର ଛୁଟି ଦିନ ହୋଇଥିଲେ ସୁଦ୍ଧା ଏନ୍ଏସି ପ୍ରଶାସନ ପକ୍ଷରୁ ସହରର ନୂଆଁ ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ହାଇସ୍କୁଲ ଛକ , ମଦନ ମୋହନ ଛକ , ମେଡିକାଲ ଛକ , ବ୍ଲକ ଛକ ଓ ବୁଦ୍ଧଖୋଲ ଛକ , ବଡଦାଣ୍ଡ ସମେତ ବିଭିନ୍ନ ସାହିର ଗଳିକନ୍ଦି ବୁଲି ଅନେକ ସ୍ଥାନରେ ଲାଗିଥିବା ହୋଡିଂ , ବ୍ଯାନର ଓ ପୋଷ୍ଟର ହଟାଇଥିଲେ । ପ୍ରକାଶ ଯୋଗ୍ୟ ଯେ , ଦ୍ବିତୀୟ ପର୍ଯ୍ଯାୟ ତଥା ଆସନ୍ତା ମେ ୨୦ ତାରିଖରେ ଆସ୍କା ସଂସଦୀୟ କ୍ଷେତ୍ର ସହ ପୋଲସରା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଶନିବାର ଦିନ ଦେଶର ମୁଖ୍ୟ ନିର୍ବାଚନ କମିଶନର ନିର୍ବାଚନ ସୂଚୀ ଘୋଷଣା କରିବା ପରେ ପ୍ରଚାରଧର୍ମୀ ପୋଷ୍ଟର, ବ୍ଯାନର ଆଦି ହଟାଯିବା କାର୍ଯ୍ୟ ଚାଲୁ ରହିଛି ।