March 12, 2026

ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଓ ମୁଖ୍ୟଯନ୍ତ୍ରୀଙ୍କ ସହ ରାୟଗଡ଼ା ଜିଲା ଲୋକ ପ୍ରତିନିଧିଙ୍କ ଆଲୋଚନା ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀର ୫୦ କିମି ନୂତନ ରାସ୍ତା ,ବିଜୁ ସେତୁ ଯୋଜନାରେନୂତନ ସେତୁ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ଉପରେ ଗୁରୁତ୍ବାରୋପ

WhatsApp Image 2023-03-18 at 19.19.17
Share

ରାୟଗଡ଼ା ୧୮/୩(ସୁରେନ୍ଦ୍ର ମହାନ୍ତି ) ଆଜି ଭୁବନେଶ୍ୱର ଠାରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡେଇ ଓ ବିଭାଗୀୟ ମୁଖ୍ୟ ଯନ୍ତ୍ରୀଙ୍କ ସହ ରାୟଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳର ଗ୍ରାମ୍ୟ ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ କରିବା ନେଇ ଜିଲ୍ଲାର ଲୋକ ପ୍ରତିନିଧି ମାନେ ଆଲୋଚନା କରିଥିଲେ।ଏହି ଅବସରରେ ରାଜ୍ୟ ଅନୁସୂଚିତ ଜାତି,ଜନଜାତି ଓ ସଂଖ୍ୟାଲଘୁ ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ସୁଧୀର କୁମାର ଦାଶ, ରାୟଗଡ଼ ବିଧାୟକ ମକରନ୍ଦ ମୁଦୁଲି ଓ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ। ଆଲୋଚନା ପ୍ରସଙ୍ଗରେ ରାଜ୍ୟରେ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀରେ ୫୦ କିମି ନୂତନ ଗ୍ରାମ୍ୟ ରାସ୍ତା ନିର୍ମାଣ ସହ ବିଜୁ ସେତୁ ଯୋଜନାରେ ପ୍ରସ୍ତାବିତ ସମସ୍ତ ସେତୁ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରାଯିବା ପାଇଁ ନିଷ୍ପତ୍ତି ହୋଇଛି ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଘୋଢେଇ ଲୋକ ପ୍ରତିନିଧିଙ୍କୁ ଆଶ୍ବସନା ଦେଇଥିଲେ। ଆଲୋଚନା ବେଳେ ଗୁଣପୁର ନିର୍ବାଚନ ମଣ୍ଡଳୀର ଗୁଣପୁର -ନାଇରା, କର୍ଣ୍ଣପାଡୁରେ ବଂଶଧାରା ନଦୀ ଉପରେ ସେତୁ ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତରେ ଶେଷ କରିବା,ଗୁଡାରି ବ୍ଲକର ପଙ୍କବାଡି, ଗୁରୁଡ଼ି,ଡୁମୁରୁନେଲି,କର୍ତ୍ତିଲି,ଚକରପଡା,ଝୁରୁଡ଼ି,ମୁତୁକୁନି ଓ ରାମନାଗୁଡାର ଗାଜିଲିଗୁଡ଼ା ଗାଁକୁ ରାସ୍ତା ନିର୍ମାଣ ସହ ଅମିନିଙ୍ଗ ନିକଟରେ ସେତୁ ନିର୍ମାଣ ଉପରେ ଅବଗତ କରାଯାଇଥିଲା। ସେହିପରି ବିଷମକଟକ ନିର୍ବାଚନ ମଣ୍ତଳୀରେ ବିଷମକଟକ-ଡୁକୁମ,ରଘୁବାରୀ-ଦିମିରିଗୁଡା କନ୍ଧମାଳ ସୀମାନ୍ତ,ଭାତପୁର -ଡ଼ଙ୍ଗର ବଲାଙ୍ଗୀର ,ହୃଷିଖମ୍ବା-କୁରୁଜୁଗୁଡା ,ତେଲେଙ୍ଗାପଦର ପର୍ଯ୍ୟନ୍ତ ରାସ୍ତା,କୋଲନରା ରୁ ଏମଏଲଏଗୁଡା ଏବଂ ପୂଜାରିଗୁଡ଼ାରୁ କଲ୍ୟାଣସିଂପୁର -ସାଜା , ବିଷମକଟକର ଡ଼ମ୍ବକୁପା -ଜଗନ୍ନାଥପୁର ସେତୁ ନିର୍ମାଣ ନେଇ ମଧ୍ୟ ଲିଖିତ ଦିଆଯାଇଥିଲା। ଏହା ବ୍ୟତିତ ରାୟଗଡା,କାଶୀପୁର ଓ ଗୁଣପୁର ବ୍ଲକ ଅଞ୍ଚଳର ଗ୍ରାମ୍ୟ ରାସ୍ତା ଓ ସେତୁ ନିର୍ମାଣ ଉପରେ ଆଲୋଚନା ହୋଇଥିଲା। ଏହି ଅବସରରେ ରାଜ୍ୟ ବିଜୁ ସେତୁ ଯୋଜନାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ।