November 16, 2024

ବ୍ଲକ ମଧ୍ୟାହ୍ନ ଭୋଜନ ପାଚିକା ସଂଘ ର ଦସ ଦଫା ଦାବି ନେଇ ବିକ୍ଷୋଭ

Share


ଅସ୍ତରଙ୍ଗ,, ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ମଧ୍ୟାହ୍ନ ଭୋଜନ ପାଚିକା ସଂଘ ତରଫରୁ ଦସ ଦଫା ଦାବି ନେଇ ଶୁକ୍ରବାର ଦିନ ଏକ ବିକ୍ଷୋଭ ଅନୁଷ୍ଠିତ ହୋଇ ଯାଇ ଅଛି। ଏହି ସମ୍ପର୍କ ରେ ଏକ ରାଲି ଅସ୍ତରଙ୍ଗ ବଜାର ତାରିଣୀ ମନ୍ଦିର ଠାରୁ ବାହାରି ଅସ୍ତରଙ୍ଗ ବଜାର ପରିକ୍ରମା କରି, ପାଚିକା ଓ ସହାୟିକା ମାନେ ବିଭିନ୍ନ ସ୍ଲୋଗାନ ଦେଇ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚି ଥିଲେ । ସେଠାରେ ପୁରୀ ଜିଲ୍ଲା ସଭାପତି ଶ୍ରୀ ପୀତବାସ ବେହେରାଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ,ସୁକଲତା ଦାସ, ଟିକିନା ପାଲ,ଲୋଭା ସାହୁ,ଜୟନ୍ତୀ ନାୟକ,ସୁଭଲକ୍ଷ୍ମି ସାହୁ,ପଦ୍ମାବତୀ ବେହେରା,ନମିତା ବରାଳ, ଶିତା ଦାସ,ଲିଯାରାଣି ବାରିକ,କୁନିଲତା ଖଟୋଇ,ପ୍ରମୁଖ ଭାଷଣ ଦେଇ,ସେମାନଙ୍କର ଦାବି ଯଥା,ପାଚିକା ମାନଙ୍କ ପେନସନ,ବୟସ ସୀମା ବୃଦ୍ଧି, ୟୁନି ଫ୍ରମ,ସର୍ବନିମ୍ନ ମଜୁରୀ ପ୍ରଦାନ, ପ୍ରତିମାସ ନିର୍ଦ୍ଦିଷ୍ଟ ଦିନରେ ପାରିଶ୍ରମିକ ପ୍ରଦାନ, ଦସ ମାସ ପରିବର୍ତ୍ତେ ବାର ମାସ ଦରମା ଆଦି ଦାବି ଉପସ୍ଥାପନ କରି ବ୍ଲକ ଶିକ୍ଷାଧିକାରୀ ଙ୍କୁ ତାଙ୍କ ପ୍ରକୋଷ୍ଠ ରେ ଭେଟି ମାନ୍ୟବର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦସ ଦଫା ସମ୍ମିଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେଠାରୁ ଆସି ମା ଜାଗୁଳାଇ ପଡିଆ ନିକଟରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏଥିରେ କୃଷ୍ଣ ଚନ୍ଦ୍ର କାଣ୍ଡି, ମିତା ବେହେରା,ମମତା ବସ୍ଥିଆ,ଶାନ୍ତି ପରିଡ଼ା,ସୁବାସ ମହାନ୍ତି,କଳ୍ପନା ବିଶ୍ଵାଳ, ଆଦି ମହିଳା ପାଚିକା ମାନଙ୍କର ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ସମାବେଶରେ ବ୍ଲକ ଅଞ୍ଚଳର ଶତାଧିକ ପାଚିକା ଓ ସହାୟିକା ଯୋଗଦାନ କରିଥିଲେ ।

ଦୁଃଶାସନ ନାୟକ,ଅସ୍ତରଙ୍ଗ

You may have missed