March 12, 2026

ବ୍ୟାଙ୍କିଂ ସେବା ଓ ଋଣ ସମ୍ପର୍କିତ କର୍ମଶାଳା

IMG-20230318-WA0000
Share

 

ଗଞ୍ଜାମ ପ୍ରଦୀପ କୁମାର ପଣ୍ଡା

 

ଗଞ୍ଜାମ ବ୍ଲକ ମଲାଡ଼ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ସ୍ଥାନୀୟ ଅଞ୍ଚଳର ଚାଷୀ ମାନଙ୍କୁ ନେଇ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଶୁକ୍ରବାର ଆୟୋଜିତ ହୋଇଥିଲା l ଏଥିରେ ସ୍ଥାନୀୟ ମହିଳା ସରପଞ୍ଚ ମମତା ବେହେରା ସଭାପତିତ୍ୱ କରିଥିବା ବେଳେ ସେବା ସମବାୟ ସମିତି ସଂପାଦକ ଏସ ବିଜୟ, ସଭାପତି ଜୟଦେବ ମହାପାତ୍ର, ସରପଞ୍ଚ ପ୍ରତିନିଧି ସୁଦାମ ବେହେରା, ସମିତି ଡାଇରେକ୍ଟର କାମ୍ପ ଗୌଡ଼, ଟି ଲକ୍ଷ୍ମୀ ଚରଣ, ବରିଷ୍ଠ ଚାଷୀ ଆର କୃଷ୍ଣ ମୃତ୍ତି ଏବଂ ବାଉରୀ ନାହାକ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ସ୍ଥାନୀୟ ଅଂଚଳର ଚାଷୀ ମାନେ ନିଜର ଚାଷ ପାଇଁ କେମିତି ଋଣ ପାଇ ଫସଲ କରିବେ ଏବଂ ବ୍ୟାଙ୍କ ସେବା ପାଇବେ ତାହା ଆଲୋଚନା ହୋଇଥିଲା l ଚାଷୀ କିଭଳି ସ୍ୱାବଲମ୍ବୀ ହେବେ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆ ଯାଉଥିବା ସମ୍ପାଦକ ବୈଠକରେ କହିଥିଲେ l ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ତାହା ଆଲୋଚନା ହୋଇଥିଲା l ଏହି ବୈଠକରେ ପଚାଶରୁ ଉର୍ଦ୍ଧ ଚାଷୀ ଉପସ୍ଥିତ ଥିଲେ l