March 7, 2026

ନବୀନ-ମୋହନ ଗୀତ ବାଜିବାକୁ ନେଇ କଲେଜରେ ଗଣ୍ଡଗୋଳ  ଜଣକୁ ଉଠାଇଲା ପୁଲିସ

IMG-20260218-WA0049
Share

 

ବାଲେଶ୍ବର ( ଦେବାଶିଷ ଦାଶ )

 

ବସ୍ତା ଥାନା ଅଧୀନସ୍ଥ ଅମର୍ଦ୍ଦାରୋଡ଼ସ୍ଥିତ ସିଦ୍ଧେଶ୍ବର ମହାବିଦ୍ଯାଳୟରେ ନବୀନ-ମୋହନଙ୍କ ଗୀତ ବାଜିବାକୁ ନେଇ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଛି। ସୂଚନା ଅନୁସାରେ ମହାବିଦ୍ଯାଳୟର ବାର୍ଷିକ ଉତ୍ସବ ସମାପନ ହେବା ପରେ ଅପରାହ୍ଣରେ ଏକ ନିର୍ଦ୍ଦିଷ୍ଟ ମେଲୋଡ଼ି ସଂସ୍ଥା ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହେଉଥିଲା। ଏହି ସମୟରେ ଛାତ୍ର ସଂଗଠନର ଗୋଟିଏ ଦଳ ‘ହେ ନବୀନ ବାବୁ ଆମେ ତମର ଫ୍ୟାନ’ ଗୀତ ପରିବେଷଣ କରିବା ଲାଗି ମେଲୋଡ଼ି ସଂସ୍ଥାର କର୍ତ୍ତୃପକ୍ଷଙ୍କୁ କହିଥିଲେ। ମାତ୍ର ଏଥିପାଇଁ ମହାବିଦ୍ଯାଳୟର କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡ଼ା କହିବାରୁ ଛାତ୍ରମାନେ ଯେନତେନ ଆକାରରେ କର୍ତ୍ତୃପକ୍ଷଙ୍କୁ ରାଜି କରାଇବାରୁ ଉକ୍ତ ଗୀତରେ ଛାତ୍ରଛାତ୍ରୀ ନାଚି ଝୁମିଥିଲେ। ପରେ ଅନ୍ୟ ଗୋଟିଏ ଗୀତ ପରିବେଷଣ ହେବା ପରେ ଛାତ୍ର ସଂଗଠନର ଅନ୍ୟ ଗୋଟିଏ ଗୋଷ୍ଠୀ ମୋହନଙ୍କ ଗୀତ ପରିବେଷଣ ହେଉ ବୋଲି କହିଥିଲେ। ଏହା ପରେ ଅନୁରୋଧର ଗୀତ ଅଳ୍ପ ସମୟ ଚାଲିବା କ୍ଷଣି ପୂର୍ବ ଦଳରୁ କିଛି ଛାତ୍ର ଷ୍ଟେଜକୁ ଚଢି ହୋହାଲ୍ଲା କରିଥିଲେ। ଏହି ସମୟରେ ସାଉଣ୍ଡ ସିଷ୍ଟମକୁ ସୁରକ୍ଷା ଦେବାକୁ ଯାଇ ମହାବିଦ୍ଯାଳୟର ମୁଖ୍ୟ କିରାଣି ତରଣୀ କୁମାର ଭୂୟାଁ ଦେବାକୁ ଯାଇଥିଲେ। ଏହି ଗଣ୍ଡଗୋଳ ସମୟରେ ୪ରୁ ଉର୍ଦ୍ଧ୍ବ ଚେଆର ଭାଙ୍ଗିରୁଜି ଯାଇଥିବା ବେଳେ ମହାବିଦ୍ଯାଳୟ ପରିସରରେ ଶାନ୍ତ ବାତାବରଣକୁ କ୍ଷୁର୍ଣ୍ଣ କରୁଥିବା ଜୈନିକ ଛାତ୍ରକୁ ପୁଲିସ ଉଠାଇ ଆଣି ଫାଣ୍ଡିରେ ଅଟକ ରଖିଥିଲା। ପରେ ବୁଝାସୁଝା କରି ଛାତ୍ର ଜଣକୁ ଛାଡ଼ିଦେଇଥିଲା