ଲେକାପାଇ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ ଉତ୍ସବ

କୋଲନରା : ( ସଞ୍ଜୀବ କୁମାର କଣ୍ଡାଗରୀ ) କୋଲନରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲେକାପାଇ ଗାଁଠାରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଆଜି ବାର୍ଷିକ ଉତ୍ସବ ପାଳିତ ହୋଇ ଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ କୋଲନରା ଗୋଷ୍ଠୀ ଶିକ୍ଷା ଅଧିକାରୀ କୋଲନରା ମଞ୍ଜୁଲତା ଜେନା, ସମ୍ମାନିତ ଅତିଥି ଭାବେ ଏ ବିଇଓ ପିତୃଦେବ ବିଡିକା, ବି ଆର ସି ସି ଡାଳିମ୍ବ ସୂର୍ଯ୍ୟ, ମୁକୁନ୍ଦପୁର ସି ଆର ସି ସି ଶ୍ରୀକାନ୍ତ ଜେନା, କୋଲନରା ସି ଆର ସି ସି ମହେନ୍ଦ୍ର ଚିନ୍ତାଡା, ଥେରୁବାଲି ସି ଆର ସି ସି ଦାରୁବ୍ରହ୍ମ ବେହେରା ଏସ ଏମ ସି ସଭାପତି ଡମ୍ବୁ ପିର୍ବାକା ଯୋଗ ଦେଇଥିଲେ। ଅତିଥି ମାନେ ପ୍ରଥମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ସହକାରୀ ଶିକ୍ଷକ ଗୋପାଳ କୃଷ୍ଣ ଦୋରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦାଶରଥି ଆଚାର୍ଯ୍ୟ ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ କ୍ରୀଡା ପ୍ରତିଯୋଗୀତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥିମାନେ କପ ଓ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଯେଉଁଥିରେ ଛୋଟ ଛୋଟ ପିଲାମାନେ ବୃକ୍ଷ କାଟିବା ନାହିଁ, ବୃକ୍ଷ କାଟିବା ଦ୍ୱାରା ଆମେ କେଉଁ ସମସ୍ୟା ଭୋଗୁଛେ, ବୃକ୍ଷ ରୋପଣ କୁ କାହିଁକି ଗୁରୁତ୍ୱ ଦେବା, ଗ୍ରାମ ଓ ପରିବେଶ ପରିଛନତା ପାଇଁ ପାଇଖାନା ବ୍ୟବହାର କରିବା ଆଦି ସଚେତନ ବାର୍ତା ଲୋକଙ୍କୁ ଦେଇଥିଲେ। ଆଖପାଖରେ ଥିବା ବିଦ୍ୟାଳୟର ଶିକ୍ଷକ ମାନେ ଯୋଗ ଦେଇଥିଲେ। ସହକାରୀ ଶିକ୍ଷୟିତ୍ରୀ ସ୍ୱପ୍ନା ରାଣୀ ବିଶ୍ୱାଳ ଓ ଶିକ୍ଷକ ଗୋପାଳ କୃଷ୍ଣ ଦୋରା ମଞ୍ଚ ପରିଚାଳନା କରିଥିଲେ।