ଆମ ହସ୍ପିଟାଲରେ ସାମିଲ ହେଲା ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଆଡ଼ପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର….
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୧୫ଟି ଜିଲ୍ଲାରେ ୭୩ଟି ‘ଆମ ହସ୍ପିଟାଲ’, ୫ଟି ଉପଖଣ୍ଡସ୍ତରୀୟ ଡାଏଲେସିସ୍ ସେଣ୍ଟର ଲୋକାର୍ପଣ କରିବା ସହିତ ରାଜ୍ୟର ସମସ୍ତ ଜିଲ୍ଲା ସଦରମହକୁମା ଡାକ୍ତରଖାନାରେ ଆଇଭିଆରଏସ ପଦ୍ଧତିରେ ରୋଗୀ ମତାମତ ସଂଗ୍ରହ ବ୍ୟବସ୍ଥା ଓ କର୍ମଚାରୀମାନଙ୍କର ମୁହଁ ଚିହ୍ନଟ ମାଧ୍ୟମରେ ଉପସ୍ଥାନ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି। ଏହି କ୍ରମରେ ଗଞ୍ଜାମ ଜିଲ୍ଲାର ୧୮ଟି ସ୍ୱାସ୍ଥ୍ୟକେନ୍ଦ୍ରକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଭରଚୁଆଲ ମାଧ୍ୟମରେ ଶନିବାର ସନ୍ଧ୍ୟା ୪ଟା ୪୫ ମିନିଟରେ ଶୁଭ ଉଦ୍ଘାଟନ କରିଥିବା ବେଳେ ସାନଖେମୁଣ୍ଡି ବ୍ଲକର ଆଡପଡା ଗୋଷ୍ଟି ସ୍ୱାସ୍ତ୍ୟକେନ୍ଦ୍ର ଏବେ ଆମ ହସ୍ପିଟାଲରେ ସାମିଲ ହୋଇଯାଇଛି। ଏହି ସବୁ ହସ୍ପିଟାଲ 5ଟି ଆମ ହସ୍ପିଟାଲରେ ସାମିଲ ହେବା ପରେ ନୂତନ ମେଡିକାଲ କୋଠା ସହ ରୋଗୀ ମାନଙ୍କ ପାଇଁ ଉନ୍ନତମାନର ବେଡ଼, ହାଇଟେକ୍ନିକାଲ ଯନ୍ତପାତି, ଟଇଲେଟ, ଟିକେଟ କାଉଣ୍ଟର ସହ ରୋଗୀ ସମ୍ପର୍କୀୟ ଙ୍କ ନିମନ୍ତେ ବିଶ୍ରାମ କକ୍ଷ ଭଳି ଉନ୍ନତମାନର ସ୍ୱାସ୍ଥ୍ୟକେନ୍ଦ୍ର ହୋଇଯାଇଛି । ଏହି ଉଦ୍ଘାଟନ ଉତ୍ସବ ପାଇଁ ଆଡ଼ପଡ଼ା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ସୀମାଞ୍ଚଳ ପାତ୍ର, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ବ୍ଲକ ଉପାଧ୍ୟକ୍ଷା ରିଙ୍କି ନାୟକ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥିଙ୍କ ମଧ୍ୟରେ ୬୧ ନମ୍ବର ଯୋନ ଜିଲ୍ଲା ପରିଷଦ ଅମିନ ପ୍ରଧାନ ଏବଂ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଓ ଅନ୍ୟ ଲୋକପ୍ରତିନିଧିମାନେ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ଡାକ୍ତର ବାହାନ କୁମାର ଦାସ ପରିଚାଳନା କରିଥିବା ବେଳେ ସମସ୍ତ କାର୍ଯ୍ୟରତ ମେଡିକାଲ ଅଫିସର, ମହିଳା, ପୁରୁଷ ସ୍ବାସ୍ଥ୍ୟକର୍ମୀ ଓ ଆଶା, ଅଙ୍ଗନଓ୍ବାଡି କର୍ମୀ ଉପସ୍ଥିତ ଥିଲେ । ସାନଖେମୁଣ୍ଡି ଅଂଚଳର ଏହି ହସ୍ପିଟାଲକୁ ୫ଟି ରେ ଅନ୍ତର୍ଭୂକ୍ତ କରିଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଞ୍ଚଳ ବାସୀ ଧନ୍ୟବାଦ ଜଣାଇଛନ୍ତି। ଏଣିକି ବେସରକାରୀ ହସ୍ପିଟାଲରେ ଟଙ୍କା ଦେଇ ରୋଗୀଙ୍କୁ ଯେଉଁଭଳି ସେବା ମିଳୁଥିଲା, ଏବେ ସରକାରୀ ଆମ ହସ୍ପିଟାଲରେ ମାଗଣାରେ ରୋଗୀଙ୍କୁ ସେହିସବୁ ସୁବିଧା ମିଳିପାରିବ ଓ ଉନ୍ନତ ମାନର ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ।(ସାନଖେମୁଣ୍ଡି ରୁ ବିଜୟ କୁମାର ପ୍ରଧାନ ଙ୍କ ରିପୋର୍ଟ ନିଉସ୍ ଉପାନ୍ତ ଖବର)