November 24, 2024

କ୍ଷୁଦ୍ର ଶସ୍ଯ ଖାଦ୍ଯ ପ୍ରସ୍ତୁତି ପ୍ରତିଯୋଗିତା ଆନ୍ତର୍ଜାତୀୟ କ୍ଷୁଦ୍ରଶସ୍ଯ ବାର୍ଷିକ ମୋହତ୍ସବ ପାଳିତ………

Share

ଉମରକୋଟ – 2023-24 ମସିହା ପାଇଁ କ୍ଷୁଦ୍ର ଶସ୍ୟ ଖାଦ୍ୟ ପ୍ରସ୍ତୁତି ପ୍ରତିଯୋଗୀତା ଓ ଆନ୍ତର୍ଜାତିକ କ୍ଷୁଦ୍ର ଶସ୍ୟ ବାର୍ଷିକ ଉତ୍ସବ ଆଜି ଉମରକୋଟ ବ୍ଲକ୍ ଅଫିସ ପରିସର ରେ ଅନୁଷ୍ଠିତ ହେଇ ଥିଲା। ଏହି କାର୍ଯ୍ୟକ୍ରମ ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟ।ଳୟ ନବରଙ୍ଗପୁର ଦ୍ଵାରା ଓଡିଶା ମିଲେଟ ମିଶନ
ର ମିଳିତ ଉଦ୍ୟମ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଥିଲା । ପ୍ରଥମେ ଏହି ପ୍ରତିଯୋଗିତା କୁ ଉମରକୋଟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିତି ରଂଜନ ରଥ ଉଦ୍ଘାଟନ କରିଥିବା ବେଳେ, ଶ୍ରୀ ମନୋଜ ଧଳ ସମ୍ପାଦକ (ସାହାରା), ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ମୃତ୍ୟୁଞ୍ଜୟ କନ୍ଦ ପାନ(ଓଏମଏମ), ଅତିରିକ୍ତ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ବି. ରାଜେଶ୍ଵର ସ୍ଵାମୀ (ଓଏମଏମ) ଇତ୍ୟାଦି ଅଧିକାରୀଙ୍କ ଉପସ୍ଥିତି ଥିଲେ। ପ୍ରତିଯୋଗିତାରେ ନବରଙ୍ଗପୁର ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ ବ୍ଲକର ୧୩ ଟି SHG, ୨ ଟି ହୋଟେଲ ଏବଂ ଜଣେ କଲେଜ ଛାତ୍ରୀ ଅଂଶ ଗ୍ରହଣ କରିଥିଲେ। ପ୍ରତିଯୋଗିତା ରେ ଭାଗ ନେଇ ବିଭିନ୍ନ ପ୍ରତିଯୋଗୀ କ୍ଷୁଦ୍ର ଶସ୍ଯରେ ପ୍ରସ୍ତୂତ ବିଭିନ୍ନ ବ୍ୟଞ୍ଜନ ଯଥା ମାଣ୍ଡିଆ ଚକୁଳି, ମାଣ୍ଡିଆ ସୂପ, ମାଣ୍ଡିଆ ଗୁଲଗୁଲା, ମାଣ୍ଡିଆ କେକ, ମାଣ୍ଡିଆ ପେଜ, ମାଣ୍ଡିଆ ଖିରୀ, ମାଣ୍ଡିଆ ତମ୍ପା, ମାଣ୍ଡିଆ ଚଲ୍ହା, ମାଣ୍ଡିଆ ପକୁଡି, ମାଣ୍ଡିଆ ଜିଲାପୀ, ମାଣ୍ଡିଆ ଗୋଲାବ ଜାମୁନ, ସୁଆଁ ଖିରୀ, ମାଣ୍ଡିଆ ଯନ୍ତାରୁଟି, ମାଣ୍ଡିଆ କେକ, ମାଣ୍ଡିଆ ହାଲୁଆ, ମାଣ୍ଡିଆ ଲସ୍ସି,, କାଙ୍ଗୁ-ମୁଗ ମଣ୍ଡା ପିଠା, ମାଣ୍ଡିଆ ଦହି ବରା ଇତ୍ୟାଦି ପ୍ରସ୍ତୁତି କରି ଥିଲେ। ଶ୍ରୀ ମୃତ୍ୟୁନଜୟ କନ୍ଦପାଣ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀଙ୍କ ମିଲେଟ ବାର୍ତ୍ତା ଉପସ୍ଥିତ ସମସ୍ତ ପ୍ରତିଯୋଗୀଙ୍କୁ ଜଣାଇଥିଲେ। ପରିଶେଷରେ ବିଜେତା ଓ ପ୍ରତିଯୋଗୀଙ୍କୁ ସମ୍ମାନ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରା ଯାଇଥିଲା।

(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)