ଉମରକୋଟ ନିକଟସ୍ଥ ଦୁର୍ଗା ଗୁଡା ରେ ଭୂଷା ବୋଝେଇ ଟ୍ରକ ଓଲଟି ଡ୍ରାଇଭର ଓ ହେଲ୍ପର୍ ଗୁରୁତର………..

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ସହର ନିକଟସ୍ଥ ଦର୍ଗ।ଗୁଡ। ନିକଟ ରେ ଏକ ଭୂଷା ବୋଝେଇ ଟ୍ରକ ଓଲଟି ପଡିବାରୁ ଡ୍ରାଇଭର ଓ ହେଲ୍ପର ଗୁରୁତର ହେଇ ଉମରକୋଟ ହସ୍ପିଟାଲ ରେ ଚିକିତ୍ସିତ ହେଉଛନ୍ତି। କିଛି ପ୍ରତ୍ୟକ୍ଷଦର୍ଶୀ ଠାରୁ ମିଳିଥିବା ସୂଚନା ଅନୁସାରେ CG07CJ9099 ଟ୍ରକ ଟି ଉମରକୋଟ ରୁ କୌଣସି ଏକ ମିଲରେ ଭୂଷା ଲୋଡ କରି ପଡ଼ୋଶୀ ଛତିଶଗଡ଼ ରାଜ୍ୟର କଣ୍ଡ।ଗାଁ ସହର ଅଭିମୁଖେ ଯାଉଥିବା ବେଳେ ଅଧିକାରିଗୁଡା ଗ୍ରାମ ପୂର୍ବରୁ ଭାରତମାଳ। ରାସ୍ତା ଦେଇ ଯାଇଥିବା ଓଭର ବ୍ରିଜ ନିକଟରେ କଣ୍ଡ।ଗା ସହରକୁ ଯିବା ଯିବା ପାଇଁ ରାସ୍ତା ଦେଇ ଯାଇଥିବା ବେଳେ ଡ୍ରାଇଭର ଟ୍ରକ କୁ ଠିକ୍ ସେ ନ ବୁଲାଇ ପ।ରି ଏକ ଡିଭାଇଡର ରେ ପିଟି ହେଇ ରାସ୍ତା ମଝିରେ ଟ୍ରକ ଟି ଓଲଟି ପଡିଥିଲା। ତେବେ ସେହି ସମୟ ରେ ସେହି ଟ୍ରକ ପାର୍ଶ୍ଵ ଦେଇ କିଛି ଲୋକ ବାଇକ୍ ଓ ବିଭିନ୍ନ ଛୋଟ ଯାନ ରେ ଯାଉଥିବା ଲୋକେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ। ତେବେ ଡ୍ରାଇଭର ଛାତି ରେ ପ୍ରବଳ ଆଘାତ ଲାଗିଥିବା ବେଳେ ହେଲପର ର ମୁଣ୍ଡ ଓ ହାତ ରେ ମାଡ଼ ବାଜି ପ୍ରବଳ ରକ୍ତ ସ୍ରାବ ହେଉଥିଲା। ତେବେ ଡ୍ରାଇଭର ଓ ହେଲ୍ପ ର ପ୍ରଚୁର ମଦ ପି ଥିଲେ।।ତେବେ ଡ୍ରାଇଭର ଙ୍କ ପ୍ରଚୁର ମଦ ପାନ ଯୋଗୁ ଏହି ଦୁର୍ଘଟଣା ଘଟିବ ସହ ଟ୍ରକ କେଉଁଠି ଯାଉଥିଲା, ଡ୍ରାଇଭର ଓ ହେଲ୍ପ ର ଙ୍କ ପରିଚୟ ମିଳି ପାରିଲା ନାହି। ତେବେ ନିକଟ ରେ ଥିବା କିଛି ଲୋକେ ତୁରନ୍ତ ୨ ଗୁରୁତର ଙ୍କୁ ୧୧୨ ଆମ୍ବୁଲାନ୍ସ କୁ ଡକାଇ ଉମରକୋଟ ହସ୍ପିଟାଲ କୁ ପଠାଇ ଥିବା ବେଳେ ଉମରକୋଟ ଥାନା କୁ ଖବର ଦେଇ ଥିଲେ। ତେବେ ଟ୍ରକ ଟି ଛତିଶଗଡ ର ଦୁର୍ଗ ଜିଲ୍ଲାର ପରିବହନ ବିଭାଗରେ ପଞ୍ଜିକରଣ ହେଇଥିବା ଜଣା ପଡ଼ିଛି।
