ଦିଲ୍ଲୀରେ ସଂମ୍ମାନିତ ହେଲେ ପ୍ରଦୀପ 

IMG-20260312-WA0001
Share

 

ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର ) ଓଡିଶା ସରକାରଙ୍କ ମନୋନୀତ କ୍ରମେ କେନ୍ଦ୍ର ସରକାରଙ୍କ ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ପକ୍ଷ ରୁ ବିଜ୍ଞପ୍ତି ଚିଠି no 6729ରେ ଚିଠି ଆସିଛି l ଆଜି ଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଜାତୀୟ ଜଳ ମହୋତ୍ସବରେ ଜଳ ଅର୍ପଣ ସମାରୋହକୁ ମହାମହିମ ରାଷ୍ଟ୍ରପତି ଦୌପଦି ମୁର୍ମୁ ଶୁଭ ଉଦଘାଟନ କରିଥିଲେ l ଏହି ଉତ୍ସବରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର ପାଟିଲ, ରାଜ୍ୟ ଜଳଶକ୍ତି ମନ୍ତ୍ରୀ ରାଜଭୂଷଣ ଚୌଧୁରୀ, ରାଜ୍ୟ ଜଳଶକ୍ତି ଏବଂ ରେଲୁ୍ୱେ ମନ୍ତ୍ରୀ ଭି ସୋମାନ୍ନା, ଜଳ ଶକ୍ତି ସଚିବ ଅଶୋକ କୁମାର ମେନା ଯୋଗ ଦେଇଛନ୍ତି l ଆଜିର ଏହି ଜଳ ମହୋତ୍ସବରେ ପୁରସ୍କୃତ ହୋଇଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକ ର ଗୋପାଳପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକ ହୋଇଛନ୍ତି l ସରକାରଙ୍କ ଜଳ ଜୀବନ ମିଶନ ହର ଘର ଜଳ ଯୋଜନାରେ ସଫଳ କରିବାକୁ ଯାଇ ଶ୍ରୀ ବାରିକ ନିଜ ପଞ୍ଚାୟତର 20 ଟି ଗ୍ରାମରେ ସାଧାରଣ ଜନତା ଓ ଆଦିବାସୀ ହରିଜନ ସାହି ଗୁଡିକରେ ସଠିକ ଭାବେ ପାନୀୟ ଜଳ ଯୋଗାଇବା, ନିରନ୍ତର ଜଳ ଯୋଗାଣ, ଜଳର ବୀଜାଣୁ ଶୋଧନ ଓ କୀଟାଣୁ ବିଶୋଧିକରଣ, ନିରନ୍ତର ଜଳର ଗୁଣବତ୍ତା ପରୀକ୍ଷା କରିବା, ଜଳର ଅପଚୟ ନକରିବା, ଜଳ ସରକ୍ଷଣ କରିବା, ନିଜ ପଞ୍ଚାୟତରେ ନିରନ୍ତର ଜଳ ଯାଗାଇବା, 24 ଘଣ୍ଟା ମଧ୍ୟରେ ମଟର ପାଇପ ମରାମତି କରି ପୁନଃ ଜଳ ଯୋଗାଇବା, ଜଳର ଗୁଣ ଓ ମାନ (w.q) ଟେଷ୍ଟିଙ୍ଗ କରିବା, ମହିଳା ମାନଙ୍କୁ ବୈଷୟିକ ଜ୍ଞାନ ପ୍ରଦାନ କରିବା, ପ୍ରତ୍ୟୋକ ମାସରେ ରିଭ୍ୟୁ ବୈଠକ କରିବା, ପ୍ରତ୍ୟୋକ ୱାର୍ଡରେ ଜଳ କମିଟି ଗଠନ କରି ସେମାନଙ୍କ ଦ୍ଵାରା ସମସ୍ତ ସମସ୍ୟା କୁ ଜାଣିବା ଏବଂ ତାହାକୁ ସମାଧାନ କରିବା ଭଳି ବିଭିନ୍ନ ପଦକ୍ଷେପ ନେଇ ନିଜ ପଞ୍ଚାୟତ ପାଇଁ ପାନୀୟ ଜଳର ଅଭାବ ଦୂର କରିବା ଏବଂ ଲୋକମାନଙ୍କ ପାଖରେ ଜଳ ପାଇଁ ଆୱାରନେସ କାର୍ଯ୍ୟକ୍ରମ କରିଥିବାରୁ ଆଜି ସେ କେନ୍ଦ୍ର ସରକାରଙ୍କ ଡାକରାରେ ଦିଲ୍ଲୀ ଯାଇ ବିଜ୍ଞାନ ଭବନ ଠାରେ ଜାତୀୟ ଜଳ ମହୋତ୍ସବରେ ପୁରସ୍କୃତ ହୋଇଛନ୍ତି l ବିଗତ ଦିନରେ ସେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଅଗଷ୍ଟ 15 ରେ ଦିଲ୍ଲୀ ଲାଲକିଲା ଠାରେ କେନ୍ଦ୍ର ପଞ୍ଚାୟତରାଜ ମନ୍ତ୍ରୀଙ୍କ ଠାରୁ ପୁରସ୍କୃତ ହୋଇଥିଲେ l ଓଡିଶାରୁ 20 ଜଣ ମନୋନୀତ ହୋଇଥିବା ବେଳେ 4 ଜଣ ସରପଞ୍ଚ ରହିଛନ୍ତି l ଶ୍ରୀ ବାରିକଙ୍କୁ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟିଛି l ସମସ୍ତ ଶିକ୍ଷାନୁଷ୍ଠାନ, ବୁଦ୍ଧିଜୀବୀ, ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରୀ ବାରିକଙ୍କୁ କୃତଜ୍ଞତା ଜଣାଇଛନ୍ତି l ଖୋର୍ଦ୍ଧା ଜିଲ୍ଲା ପାଇଁ ଶ୍ରୀ ବାରିକ ଗର୍ବ ଓ ଗୌରବ ଆଣିଛନ୍ତି ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି l