March 7, 2026

ଉମରକୋଟ ମାଁ ପେଣ୍ଡ୍ରାଣୀ ସବୁଜ ସେନା ସଙ୍ଘ ତରଫରୁ ସ୍ଵଛତା କାର୍ଯ୍ୟକ୍ରମ…….

IMG-20260118-WA0008
Share

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ମାଁ ପେଣ୍ଡ୍ରାଣୀ ସବୁଜ ସେନା ସଙ୍ଘ ତରଫରୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନରେ ଥିବା ଭାସ୍କେଲ ଡ୍ୟାମ ଠାରେ ସ୍ଵଛତା ଏବଂ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ବିଭିନ୍ନ ପର୍ଯ୍ୟଟକ ମାନଙ୍କ ଦ୍ୱାରା ଭୋଜି ପରେ କରାଯାଇଥିବା ଅଳିଆ ଆବର୍ଜନା, ମଦ ବୋତଲ ଇତ୍ୟାଦି କୁ ଭଲ ଭାବେ ସଫା କରି, ସମାଜକୁ ଏକ ସ୍ଵଛତା ଏବଂ ସଚେତନତାର ବାର୍ତ୍ତା ଦିଆ ଯାଇଥିଲା। ଡ୍ୟାମରେ ଥିବା ଶିଶୁ ଉଦ୍ୟାନକୁ ମଧ୍ୟ କେମିତି ଯତ୍ନର ସହ ରଖା ଯାଇ ପାରିବ ସେଥି ପ୍ରତି ଲୋକଙ୍କୁ ସଚେତନ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମା ପେଣ୍ଡ୍ରାଣୀ ସବୁଜ ସେନା ସଂଘର ସଭାପତି ସନ୍ତୋଷ କୁମାର ସାହୁ, ଉପ- ସଭାପତି ରାକେଶ ମିସ୍ତ୍ରୀ, ସମ୍ପାଦକ ଟୁନା ଦାଶ, ସହ ସମ୍ପାଦକ ନଶନ ଖରା, କୋଷାଧ୍ୟକ୍ଷ ସୁଶାନ୍ତ ସାହୁ, ଉପଦେଷ୍ଟା ମହେଶ୍ୱର ସ୍ୱାଇଁ,ସମସ୍ତ ବ୍ଲକ ସଂଯୋଜକ ସମେତ ପଚାଶରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।