March 10, 2026
ajiro khabar
Share

 

 

୧-ରାଜ୍ୟକୁ ଆସିବ ଏକ ଲକ୍ଷ କୋଟିର ପୁଞ୍ଜି, ୨୭ ବଡ଼ କଂପାନୀ ସହ ବୁଝାମଣାପତ୍ର ସ୍ୱାକ୍ଷରିତ।

 

୨-ଭୁବନେଶ୍ୱର:ଆସନ୍ତାକାଲି ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ।

 

୩-ଏକାଡେମିକ କଥା ବୁଝୁନଥିବେ, ଯାହାର କାର୍ଯ୍ୟଦକ୍ଷତା ନଥିବ ଓ ଦୁର୍ନୀତିରେ ଲିପ୍ତ ଥିବେ। ବିଦା ହେବେ ଏଇ ଭଳି ଅଧ୍ୟାପକ ଅଧ୍ୟାପିକା: ଉଚ୍ଚ ଶିକ୍ଷା ମନ୍ତ୍ରୀ

 

୪-ପୁରୀ:ରତ୍ନ ଅଳଙ୍କାର ଗଣତି ମାର୍ଗଦର୍ଶିକା ଅନୁମୋଦିତ, ହ୍ରାସ ପାଇଲା ଭକ୍ତ ନିବାସ ପାର୍କିଂ ଭଡ଼ା।

 

୫-ମିଡ୍-ନାଇଟ୍ ଭଳି ମିଡ୍-ଡେ ଅପରେସନ୍ ଫେଲ୍,ଯେଉଁଥିପାଇଁ ବଳି ପଡ଼ିଲେ ଦୁଇ ଦୁଇ ବିଧାୟକ : ବିଜେଡ଼ି ମୁଖପାତ୍ର

 

୬-କଟକ:୨୪ରୁ ବନ୍ଦ ହେବ ବସ ଚଳାଚଳ। କଟକକୁ ଆସିବ ନାହିଁ କୌଣସି ଘରୋଇ ବସ। ମୁଖ୍ୟମନ୍ତ୍ରୀ ବସ ସେବାକୁ ବିରୋଧ କରି ରାଜ୍ୟ ଘରୋଇ ବସ ମାଲିକ ସଂଘ ର ନିଷ୍ପତ୍ତି।

 

୭-ପୁରୀ ସେବାୟତଙ୍କ ଉପରେ ଲାଗିଲା କଟକଣା; ଏଣିକି ଖୋଲାଖୋଲି କରିପାରିବେନି ମୋବାଇଲ୍ ବ୍ୟବହାର।

 

୮-ସମ୍ବଲପୁର ବୁର୍ଲା କିର୍ବା ପ୍ରାଥମିକ ବିଦ୍ୟାଳୟ:ସ୍କୁଲ ସଫେଇ କାମକୁ ନେଇ ୨ଜଣ ଶିକ୍ଷୟିତ୍ରୀ ପିଟାପିଟି, ଜଣଙ୍କର ମୁହଁ ମଧ୍ୟ ଫାଟିଛି,ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି BRCC।

 

୯-ଆଜି ଚିଲିକାରେ ପକ୍ଷୀ ଗଣନା, ସକାଳ ୬ ଟାରୁ ଆରମ୍ଭ ହେବ କାର୍ଯ୍ୟକ୍ରମ।୫ଟି ରେଞ୍ଜରେ ମୋଟ ୨୨ଟି ଟିମ୍ ଗଠନ କରାଯାଇଛି

 

୧୦-ଆଜି ହୀରାକୁଦରେ ବିଦେଶୀ ପକ୍ଷୀ ଗଣନା, ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ।

 

୧୧-ଖଣ୍ଡଗିରି କୁମ୍ଭ ମେଳା ପାଇଁ ପ୍ରସ୍ତୁତି, ସୁରକ୍ଷା ପାଇଁ ଲାଗିବ ୧୦୦ ସିସିଟିଭି।

 

୧୨-ସିଡନୀ ୟୁନିଭରସିଟି ସ୍ପୋର୍ଟ ଓ KIIT ମଧ୍ୟରେ କ୍ରୀଡ଼ାର ବିକାଶ ନେଇ ବୁଝାମଣାପତ୍ର ସ୍ବାକ୍ଷରିତ।

 

୧୩-ଚୌଦ୍ୱାର ଜେଲରୁ ବିହାରୀ କଏଦୀ ଚମ୍ପଟ୍ ଘଟଣା: ସୁପରିଣ୍ଟେଣ୍ଡେଣ୍ଟଙ୍କ ନାଁରେ ଦସ୍ତଖତ ଜାଲିଆତି ଅଭିଯୋଗ।

 

୧୪-ଛତିଶଗଡ଼:ନିଶା ମହାରଣାଙ୍କ ନାଚ ଦେଖି ନିଲମ୍ବିତ ହୋଇଛନ୍ତି ମେନପୁରର ଉପଜିଲ୍ଲାପାଳ ତୁଳସୀ ଦାସ ମାରକାନା । ପ୍ରଥମେ ବଦଳି ହେବା ପରେ ଏବେ ସେ ନିଲମ୍ବିତ।

 

୧୫-ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆକ୍ସନ ମୁଡରେ ପୋଲିସ; ଗିରଫ ହେଲେ ୬ ଅଭିଯୁକ୍ତ।

 

୧୬-୯ ବର୍ଷ ପରେ କଳିଙ୍ଗ ଷ୍ଟାଡିୟମକୁ ଫେରିଲା ହକି ଇଣ୍ଡିଆ ଲିଗ୍‌ ; ଦର୍ଶକ ଦେଖିବେ ଦମ୍‌ଦାର ଟକ୍କର।

 

୧୭-ନୂଆ ଦିଲ୍ଲୀ:ଦେଶକୁ ମିଳିଲା ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ, ସବୁଜ ପତାକା ଦେଖାଇ ଶୁଭାରମ୍ଭ କଲେ ପିଏମ ମୋଦୀ।

 

୧୮-ଜୁବିନ୍ ଗର୍ଗ ନିଶାଗ୍ରସ୍ତ ଥିଲେ, କିନ୍ତୁ ତାଙ୍କୁ ପ୍ରଚୁର ମଦ୍ୟପାନ କରାଇବାକୁ ବାଧ୍ୟ କରାଯାଇଥିଲା: ଆସାମ ପୁଲିସ।

 

୧୯-ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାଘାତ ଘଟଣାରେ କମ୍ପାନୀକୁ ୨୨.୨୦ କୋଟି ଜୋରିମାନା । ଜୋରିମାନା ଲାଗୁ କଲା ଡ଼ିଜିସିଏ

 

୨୦-୧୧ ଯାତ୍ରୀଙ୍କ ସହ ଇଣ୍ଡୋନେସିଆ ବିମାନ ନିଖୋଜ, ସର୍ଚ୍ଚ ଅପରେସନ୍‌ ଜାରି।