May 11, 2026

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଦେହାନ୍ତ 

IMG-20250118-WA0029
Share

 

ବୁଗୁଡା : ତା ୧୮/୦୧/୨୫ : ବୁଗୁଡ଼ା ଏନଏସି ଅନ୍ତର୍ଗତ ମହାରଣାସାହି ନିବାସୀ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋପାଳକୃଷ୍ଣ ନନ୍ଦ(୭୬)ଙ୍କ ଦେହାନ୍ତରେ ଶୋକର ଛାୟା ଖେଳିଯାଇଛି। ସେ କିଛି ଦିନ ହେଲା ଶାରୀରିକ ଅସୁସ୍ଥତା ଅନୁଭବ କରିଆସୁଥିଲେ। ତେବେ ଗତ ଶୁକ୍ରବାର ଅପରାହ୍ନରେ ବ୍ରହ୍ମପୁର ବଡ ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । ସେଠାରୁ ତାଙ୍କର ମର ଶରୀର ଆସି ବୁଗୁଡାସ୍ଥିତ ବାସଭବନରେ ପହଞ୍ଚିବା ପରେ ସାହି ବାସିନ୍ଦା ତାଙ୍କର ଅନ୍ତିମ ଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ । ସ୍ବର୍ଗତ ଗୋପାଳକୃଷ୍ଣ ଜଣେ ସରଳ ଓ କର୍ତ୍ତବ୍ୟନିଷ୍ଠ ବ୍ଯକ୍ତି ଥିଲେ। ତାଙ୍କର ବିୟୋଗରେ ଶିକ୍ଷକ ମହଲରେ ଗଭୀର ଶୋକ ବ୍ଯକ୍ତ କରାଯାଇଛି।