ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଵାଣିଶ୍ରୀ ବିହାର ଗୁଣପୁରର ୨୯ ତମ ବାର୍ଷିକ ଉତ୍ସବ ସମାରୋହରେ ମଞ୍ଚସ୍ଥ ଏକ ଅଶ୍ରୁଳ ସାମାଜିକ ନାଟକ “ମଝି ନଈରେ ମୋ ଜୀବନ ଡ଼ଙ୍ଗା

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ଵାଣିଶ୍ରୀ ବିହାର ଗୁଣପୁରର ୨୯ ତମ ବାର୍ଷିକ ଉତ୍ସବ ସମାରୋହରେ ମଞ୍ଚସ୍ଥ ଏକ ଅଶ୍ରୁଳ ସାମାଜିକ ନାଟକ “ମଝି ନଈରେ ମୋ ଜୀବନ ଡ଼ଙ୍ଗା “l ଏଥିରେ ଭାଗ ନେଇଥିବା ଶିଶୁ କଳାକାର ମୁଖ୍ୟ ଚରିତ୍ର ଭୂମିକାରେ ଲିପ୍ସା ରାଣୀ ଲିମା(ବାପା ), ଅଙ୍କିତା ପାଢ଼ୀ (ମା ), ବୈଷବୀ ପାଣିଗ୍ରାହୀ (ଝିଅ ), ନୀଳମଣି ସେନାପତି (ପୁଅ ), ଅମଶ୍ରୀ ମହାନ୍ତି (ଖଳନାୟକ ), ରୁଦ୍ର ପ୍ରସାଦ ପଣ୍ଡା (ଟାଉଟର ),ଦେବାଶିଷ ଆଚାର୍ଯ୍ୟ (ଶିକ୍ଷକ ), ଓ ଅନ୍ୟାନ୍ୟ ଭୂମିକାରେ ଚାନ୍ଦିନୀ ରଥ, ବିଷ୍ଣୁ ପ୍ରସାଦ ସାହୁ, ସାଇଶିବ ସେନାପତି, ମନୀଷା ସେନାପତି, ଯଶସ୍ବିନୀ ଦାଶ, ଆକାଂକ୍ଷା ପ୍ରଜ୍ଞାପତି,, ଅଂଶୁମାନ ଆଚାର୍ଯ୍ୟ, ବିଜୟଲକ୍ଷ୍ମୀ ବହାଦୁର ସୁନାର, ନିଶାଶ୍ରୀ ମହାପାତ୍ର, ସତ୍ୟଜିତ ରଥ, ମୋହିତ ସୁନାମୁଦି,ଶୁଭମ ଅଧିକାରୀ, ସ୍ୱସ୍ତିକ ମହାପାତ୍ର, ନିହାର ରଞ୍ଜନ ନାୟକ, କେଶବ ସାହୁ,ସୋନାଲି ପଣ୍ଡା, ଶୁଭସ୍ମିତା ମହାପାତ୍ର, ପ୍ରଜ୍ଞଂଶୁ ଶତପଥୀ,, ମ. କେତନ, ଓଁ ପ୍ରକାଶ ରେଡ୍ଡୀ ଅଭିନୟ କରି ଦର୍ଶକଙ୍କୁ ଅଭିଭୂତ କରି ପକାଇଥିଲେ l ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଶତପଥୀ (ପ୍ରଧାନ ଆଚାର୍ଯ୍ୟ )ଙ୍କ ବଳିଷ୍ଠ ନିର୍ଦ୍ଦେଶନା ଓ ପରିକଳ୍ପନା ତଥା ଶ୍ରୀଯୁକ୍ତ ଦୁର୍ଗା ପ୍ରସାଦ ସୁଆର (ଆଚାର୍ଯ୍ୟ )ଙ୍କ ରଚନା ଓ ସହ – ନିର୍ଦ୍ଦେଶନା ରେ ନାଟକଟି ମଞ୍ଚସ୍ଥ ହୋଇଥିଲା l ଏଥିରେ ସମାଜ ନିମିତ୍ତ ଶିକ୍ଷଣୀୟ ବାର୍ତ୍ତା ଯେପରିକି ନାରୀଶିକ୍ଷା, ସ୍ୱଛତା, ବର୍ଜ୍ୟ ବସ୍ତୁ ବ୍ୟବହାର, ସମାଜରୁ ଗୁଣ୍ଡାରାଜ ଦୂରେଇବା ଓ ସରକାରଙ୍କସୁଭଦ୍ରା ଯୋଜନା ଏହି ସବୁ ପ୍ରସ୍ଫୁଟିତ ହୋଇଥିଲା l ଏହା ସହିତ ଶିଶୁ କଳାକାରଙ୍କ ଦ୍ୱାରା ଗାୟନ, ବାଦନ ଓ ନୃତ୍ୟ ନିଜସ୍ୱ ଶୈଳୀରେ ଉଚ୍ଚକୋଟୀ ର ହୋଇଥିଲା l ଆଲୋକ ଓ ଧ୍ୱନି ରେ ଅର୍ୟାନ ଲାଇଟ ଏଣ୍ଡ ସାଉଣ୍ଡ, ସଂଗୀତ ଓ ବାଦ୍ୟ ଯନ୍ତରେ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ ଏବଂ ସାଥି(ବ୍ରହ୍ମପୁର ) ସହାୟତା କରିଥିଲେ l ମଞ୍ଚରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଙ୍ଘ ଓ ନିଖିଳ ଓଡିଶା ବରିଷ୍ଠ କଳାକାର ସଙ୍ଘ ତରଫରୁ ଏକ ସାଂସ୍କୃତିକ ସନନ୍ଦ ପତ୍ର ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଶତପଥୀଙ୍କୁ ଶିକ୍ଷା ବିତ ତଥା ନାଟ୍ୟ ନିର୍ଦ୍ଦେଶକ ରୂପେ ପ୍ରଦାନ କରି ସମ୍ବର୍ଦ୍ଧିତ କରାଗଲା l