ଡି. ଏମ୍. ପବ୍ଲିକ୍ ସ୍କୁଲ୍ ର ତୃତୀୟ ବାର୍ଷିକୋତ୍ସବ ଅନୁଷ୍ଠିତ

ପୁରୀ
ଶିଶୁ ଶିକ୍ଷାନୁଷ୍ଠାନ ଡି ଏମ୍ ପବ୍ଲିକ୍ ସ୍କୁଲ୍ ର ତୃତୀୟ ବାର୍ଷିକ ଉତ୍ସବ ପୁରୁଣା ସଦର ଥାନା ସ୍ଥିତ ଅମଲା କ୍ଲବ ପରିସରରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି I ପୁରୀସଦର ମଣ୍ଡଳ ଶିକ୍ଷାଧିକାରୀ ପ୍ରମୋଦ କୁମାର କର ଏଥିରେ ମୁଖ୍ୟ ଅତିଥି ,ପୂର୍ବତନ ଉପନଗରପାଳ ସବ୍ୟସାଚୀ ମହାପାତ୍ର,ଅମଲା କ୍ଲବ ସମ୍ପାଦକ ଦୂର୍ଗା ପ୍ରସନ୍ନ ମହାନ୍ତି, ଇଂଲିଶ ଏକାଡେମି ର ନିର୍ଦ୍ଦେଶକ ଦେବାଶିଷ ତ୍ରିପାଠୀ ଏବଂ ପୂର୍ବତନ ପୌର ସଦସ୍ଯ ପ୍ରୀତମ ଜଗଦେବ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ I ନିଷ୍ଠା ଓ ପରିଶ୍ରମ ସଫଳତାର ଚାବିକାଠି I ତେଣୁ ଛାତ୍ରଛାତ୍ରୀ ମାନେ ନିଷ୍ଠାର ସହିତ ବିଦ୍ୟାଧ୍ୟୟନ କରିବା ସହିତ କଠିନ ପରିଶ୍ରମ କଲେ ନିଶ୍ଚୟ ଭବିଷ୍ୟତରେ ସଫଳ ହେବେ I ସେ ସବୁବେଳେ ଅନୁକରଣ ପ୍ରିୟ I ଈଶ୍ବର ଙ୍କ ମନୋରମ ସୃଷ୍ଟିରେ ଶିଶୁଟିଏ ଅମୃତର ମହାସାଗର ସଦୃଶ ବୋଲି ଅତିଥି ମାନେ ବକ୍ତବ୍ୟ ରଖିଥିଲେ I ସାହିତ୍ୟିକ ଶ୍ୟାମ ପ୍ରକାଶ ସେନାପତି ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ଶିକ୍ଷାନୁଷ୍ଠାନର ନିର୍ଦ୍ଦେଶକ ପ୍ରଦୀପ କୁମାର ଶତପଥୀ ସ୍ଵାଗତ ଭାଷଣ, ଅଧ୍ୟକ୍ଷା ସଂଘମିତ୍ରା ଶତପଥୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଇତିଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ I ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରଷ୍କୃତ କରାଯାଇଥିଲା I ସମବେତ ସ୍ଵାଗତ ସଙ୍ଗୀତ, ଶ୍ଲୋକ ଆବୃତ୍ତି ,ଓଡିଶୀ ନୃତ୍ୟ,ଭଜନ ନୃତ୍ୟ, ସମ୍ବଲପୁରୀ ନୃତ୍ୟ, ମରାଠୀ ନୃତ୍ଯ ଆଦି କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପରିବେଷିତ ହୋଇଥିଲା I ସ୍ଵାଗତିକା ମିଶ୍ର ଓ କୃଷ୍ଣଚନ୍ଦ୍ର ପାଣି ସାଂସ୍କୃତିକ କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ପରିଚାଳନାରେ ସ୍ୱାଗତିକା ମିଶ୍ର ,ପରେଶ କୁମାର ଶତପଥୀ, ନଳିନୀ ମହାରଣା, ପ୍ରଜ୍ଞାଶ୍ରୀ ମହାନ୍ତି,ଗାୟତ୍ରୀ ସେନଗୁପ୍ତା,ରସ୍ନାଞ୍ଜଲି ପରିଡା ,ସୁଜାତା ପ୍ରଧାନ, ମିଲିମଣି ଘଟୁଆରୀ,ମନୀଷା ପଟ୍ଟନାୟକ, ନଳିନୀ ପ୍ରଧାନ ଓ ପୁଷ୍ପଲତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ I
ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ