March 10, 2026

ଗଜପତି ଜିଲ୍ଲାରେ ପାଣି ପଞ୍ଚାୟତ ରଥ ପରିକ୍ରମା କୁ ପତାକା ଦେଖାଇ ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ ….

hjgj
Share


ଆଜି ଆଡମ୍ବର ସହ ପାଣି ପଞ୍ଚାୟତ ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିରେନ୍ଦ୍ର କୁମାର ଦାସ। ଏହି ବଢ଼ାନ୍ୟ ଉତ୍ସବରେ ବିଭାଗୀୟ ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆରମ୍ଭ ହୋଇଥିବା ପାଣି ପଞ୍ଚାୟତ ରଥକୁ ଆଜି ଠାରୁ ଆରମ୍ଭ ହୋଇ ଚଳିତ ମାସ ୨୩ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ବ୍ଲକ ପରିକ୍ରମା କରି ପାଣି ର ଆବଶ୍ୟକତା ଏବଂ ତାର ବ୍ୟବହାର ସମ୍ପର୍କରେ ବିଭିନ୍ନ ଅଞ୍ଚଳରେ ରଥ ପରିକ୍ରମା କରି ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ବିଭାଗ ପ୍ରଚେଷ୍ଟା ଜାରି ରଖିଥିବାରୁ ସାଧାରଣ ଲୋକ ଉଚ୍ଚ ପ୍ରଶଂସା କରିଛନ୍ତି। ଏହି ପାଣି ପଞ୍ଚାୟତ ରଥ ଶୁଭାରମ୍ଭ ସମୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ, କ୍ଷୁଦ୍ର ଜଳସେଚନ ବିଭାଗ ଅଧିକ୍ଷଣ ଯନ୍ତ୍ରୀ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ, ଉପ ନିର୍ଦ୍ଦେଶକ କୃଷି ଉଦ୍ୟାନ ବିଭାଗ, ଜିଲ୍ଲା ମତ୍ସ ଅଧିକାରୀ, ପ୍ରକଳ୍ପ ଅଧିକାରୀ ଜଳ ଛାୟା ବିଭାଗଙ୍କ ସମେତ ଜଳ ସେଚନ ବିଭାଗ ସମସ୍ତ ଯନ୍ତ୍ରୀ ସହ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ପାଣି ପଞ୍ଚାୟତ ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ଜଳ ର ସୁପରିଚାଳନା ନିମନ୍ତେ ଚାଷୀ ଏବଂ ବିଭିନ୍ନ କ୍ଷେତ୍ରରେ ଉପଯୋଗ ହେଉଥିବା କ୍ଷେତ୍ର ଅଧିକାରୀ ମାନଙ୍କୁ ସଚେତନ ନିମନ୍ତେ ରଥ ଜିଲ୍ଲା ସାରା ପରିକ୍ରମା କରିବା ସହ ୨୩ତାରିଖ ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରାଯିବ ବୋଲି ଗଜପତି ଜିଲ୍ଲା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଇଂ. ନଗେନ୍ଦ୍ର ନାଥ ମହାରଣା ପ୍ରକାଶ କରିଛନ୍ତି।