ନବରଙ୍ଗପୁର ଜିଲା ଉମରକୋଟ ସ୍ଥିତ ନୂଆ ବସଷ୍ଟାଣ୍ଡ ଠାରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା…
ଉମରକୋଟ :-ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସନ୍ନମାନିତ ଅତିଥି ଭାବେ କାଉନସିଲର କନକଲତା ନାୟକ, ଭାଜପା ରାଜ୍ୟ ସଂପାଦକ ରମେଶ ଚନ୍ଦ୍ର ସାହୁ,ବିଧାନସଭା ସଂଯୋଜକ ଶୁରେସ ଆଚାର୍ଯ୍ୟ,ଜିଲା ମହିଳା ସଂମ୍ପାଦିକା ମନ୍ଦିରା ନାୟକ,ଜିଲା ସଂମ୍ପାଦକ ରାମ ନାୟକ, ପୂର୍ବତନ ବ୍ଲକ ଅଧକ୍ଷ ଗୋପାଳ ପୂଜାରୀ,ଲିଡ଼ବ୍ୟାଙ୍କର ମୁଖ୍ୟ ପରିଚାଳକ * ଜାମୁଡ଼ା,ସହକାରୀ ଯନ୍ତ୍ରୀ ମନୋଜ କୁମାର ପାତ୍ର, କନିଷ୍ଟ ଯନ୍ତ୍ରୀ ହିମାଂଶୁ ଭୂଷଣ ମହାନ୍ତି ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମ ଏକ ସରକାରୀ କାର୍ଯ୍ୟକ୍ରମ ହୋଇଥିବାରୁ ଉମରକୋଟ ପୌର ପରିଷଦ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଥିଲା।ଏହା ଏକ ସରକାରୀ କାର୍ଯ୍ୟକ୍ରମ ରହିଥିବା ବେଳେ ନିର୍ବାହୀ ଅଧିକାରୀ ଙ୍କ ଅନୁପସ୍ଥିତ ଓ କାର୍ଯ୍ୟକ୍ରମରେ ଅବ୍ୟବସ୍ଥା କୁ ନେଇ ବିଧାୟକ ବିରକ୍ତ ଭାବ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଧେଷ୍ୟ ଦେଶର ଶେଷ ଓ ଅନ୍ତିମ ବ୍ୟକ୍ତି ଯେପରି କେନ୍ଦ୍ରର ଯୋଜନାର ଲାଭ ପାଇବ ଯାଦ୍ବାରା ସେମାନଙ୍କ ବିକାଶ ହେବ ଏବଂ ସାଧରଣ ବ୍ୟକ୍ତି ଏକତ୍ରିତ ଓ ଜାଗ୍ରତ ହେବେ।ନଭେମ୍ବର ୧୫ ରୁ ଜାନୁଆରୀ ୨୬ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ସା ମୁଣ୍ଡା ଙ୍କ ଜନ୍ମ ଜୟନ୍ତୀ ଓ ଜନ୍ମ ସ୍ତାନ ଝାଡ଼ଖଣ୍ଡର ଉଲିହାଟ ଠାରୁ ଆରମ୍ଭ କରିଛନ୍ତି।ଏହି କାର୍ଯ୍ୟକ୍ରମ ରେ ସରକାର ଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ମିଶନ ଶକ୍ତି, ଶିଶୁ ଓ ମହିଳା ବିକାଶ ବିଭାଗ ଏହି ଭଳି ଅନେକ ବିଭାଗ ପକ୍ଷରୁ ଷ୍ଟଲ ଲାଗିବା କଥା ଏବଂ କେନ୍ଦ୍ର ସରକାର ଙ୍କ ସମସ୍ତ ଯୋଜନା ଗିଡିକୁ ଲୋକଙ୍କୁ ଅବଗତ କରାଇବା କଥା କିନ୍ତୁ କେହି ମଧ୍ୟ ଉପସ୍ଥିତ ନଥିବା ଯୋଗୁଁ ବିଧାୟକକ୍ଷୋଭ ପ୍ରକାଶ କରିଥିଲେ।ଅନ୍ୟପଟେ କେନ୍ଦ୍ରର ଅନେକ ଯୋଜନା ରହିଛି ଯାହାକି ରାଜ୍ୟ ସରକାର ନିଜ ଯୋଜନା କହି ଲୋକଙ୍କୁ ରାଜ୍ୟ ଯୋଜନା ବୋଲି ଭୁଲ ତଥ୍ୟ ଦେଉଛନ୍ତି ବୋଲି ବିଧାୟକ କହିଥିଲେ।କେନ୍ଦ୍ର ସରକାର ପ୍ରଧାନ ମନ୍ତ୍ରୀ ଯୋଜନା ରେ ଗ୍ରାମାଞ୍ଚଳରେ ରହୁଥିବା ହିତାଧିକାକରି ମଧ୍ୟ କିପରି ଲାଭ ପାଇ ପାରିବେ ତାକୁ ଦୃଷ୍ଟିରେ ରଖି ସହରାଞ୍ଚଳ ରେ ମଧ୍ୟ ଆବାସ ଯୋଜନା ଆରମ୍ଭ କରିଛନ୍ତି।କେନ୍ଦ୍ର ସରକାରଙ୍କ ପ୍ରଚେଷ୍ଠାରୁ ଭାରତ ବର୍ତ୍ତମାନ ବିକଶିତ ରାଷ୍ଟ୍ର ଭାବେ ସାରା ବିଶ୍ୱରେ ପଞ୍ଚମ ସ୍ଥାନରେ ରହିଛି ବୋଲି ଉପସ୍ଥିତ ଥିବା ବିଭିନ୍ନ ଲୋକଙ୍କୁ ସୂଚନା ପ୍ରଦାନ କରିଥିଲେ।ଭାରତକୁ ୨୦୪୭ ମସିହା ସୁଦ୍ଧା ଆତ୍ମ ନିର୍ଭର ଓ ବିକଶିତ ରାଷ୍ଟ୍ର ଭାବେ ପରିଚିତ କରିବାର ସ୍ବପ୍ନକୁ କିପରି ସାକାର କରାଯିବ ସେହି ଉଧେଷ୍ୟ ରେ ଉପସ୍ଥିତ ସମସ୍ତେ ସଂକଳ୍ପ କରିଥିଲେ।ଉମରକୋଟ ଭଳି ଉପାନ୍ତ ଅଞ୍ଚଳରେ ସରକାର ଯେଉଁ ଭଳି ବିକାଶ ପାଇଁ ଚିନ୍ତା କରିଛନ୍ତି ସେଥିପାଇଁ ବିଧାୟକ ପ୍ରଧାନ ମନ୍ତ୍ରୀ ଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ.(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)