April 3, 2025

ସାଧାରଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ……

Share

 

 

ଉମରକୋଟ – ନବରଙ୍ଗପୁର ଜିଲା ଉମରକୋଟ କୋଣ୍ଡାଗାଁ ରୋଡ଼ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ୭୫ ତମ ଉପ ଖଣ୍ଡ ସ୍ତରୀୟ ସାଧାରଣ ତନ୍ତ୍ର ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି।ଉମରକୋଟ ତହସିଲଦାର ତଥା ସାଧାରଣ ତନ୍ତ୍ର କମିଟି ସଭାପତି ମଗବାନ ବାଗ ଙ୍କ ସଭାପତିତ୍ୱ ରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ପୌର ଉପାଧକ୍ଷ ସୁଧାଂଶୁ ଦାସ, ଆଇନ ଯିବି ସଂଘର ସଭାପତି ପ୍ରଶାନ୍ତ ସାହୁ, ଆଇନଜୀବୀ ଝେଡେଶ୍ୱର ମହାନ୍ତି, ଆଇନଜୀବୀ ଶ୍ରୀନିବାସ ପଟନାୟକ,ଗୋଷ୍ଠି ଶିକ୍ଷା ଅଧିକାରୀ ବିକାଶ ଚନ୍ଦ୍ର ସରକାର ପ୍ରମୁଖ ମଞ୍ଚା ସିନ ଥିଲେ।ଅନ୍ୟପଟେ ସହରର ସରକାରୀ ଓ ବେସରକାରୀ ବିଦ୍ୟାଳୟ,ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରତିନିଧି ମାନେ ଏହି ବୈଠକରେ ଉପସ୍ଥିତ ଥିଲେ। ପୂର୍ବ ବର୍ଷର ଖର୍ଚ୍ଚ ବିବରଣୀ ପ୍ରଦାନ କରି ରାଜସ୍ୱ ନିରୀକ୍ଷକ ଶିବାନନ୍ଦ ରାଉତ ସଭା କାର୍ଯ୍ୟ ଆରମ୍ଭ କରିଥିଲେ।ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୨୬ ତାରିଖ ଭୋରରୁ ପୌର ସଂସ୍ଥା ପକ୍ଷରୁ ରାମ ଧୁନ ଗାଡି ସହର ସାରା ବୁଲିବ। ଡି ଏନ କେ ଖେଳ ପଡିଆ ଠାରେ ସାଧାରଣତନ୍ତ୍ର ଦିବସ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ। ଏହି ସାଧାରଣତନ୍ତ୍ର ଦିବସରେ ନବରଙ୍ଗପୁର ଉପ ଜିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତକା ଉତ୍ତଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିବେ।ସକାଳ ୮.୪୫ ମିନିଟରେ ପତାକା ଉତ୍ତଳନ କରାଯିବ।ପତାକା ଉତ୍ତଳନ ପରେ ମଞ୍ଚସିନ ଅତିଥିଙ୍କ ଅଭିଭାଷଣ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ଏହି ଅବସରରେ ବିଭିନ୍ନ ସ୍କୁଲ ପିଲାଙ୍କୁ ନେଇ ଚିତ୍ରାଙ୍କନ ଓ ବକ୍ତୃତା କାର୍ଯ୍ୟକ୍ରମ ୧୯ ତାରିଖ,ସେହିଭଳି ୨୧ ତାରିଖରେ ସଙ୍ଗୀତ କାର୍ଯ୍ୟକ୍ରମ ଆୟୋଜନ କରାଯିବ।ସମସ୍ତ କୃତି ଛାତ୍ରୀ ଛାତ୍ର ଙ୍କୁ ୨୬ତାରିଖ ଦିନ ପୁରସ୍କାର ବିତରଣ କରାଯିବ।ପରେଡ଼ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିନଥିବା ସମସ୍ତ ଗ୍ରୁପ କୁ ସ୍ୱନ୍ତନା ମୂଳକ ପୁରସ୍କାର ବିତରଣ କରାଯିବ। ନେଇ ଆଜି ନିଷ୍ପତ୍ତି ହେଇ ଥିଲା।(ନବରଙ୍ଗପୁର ଜିଲ୍ଲା ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)