ନବରଙ୍ଗପୁର ଜିଲ୍ଲା ରାଇଘର ଠାରେ ଅତିରିକ୍ତ ଜିଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ……….
ନବରଙ୍ଗପୁର:- (ଏମ୍.ଦୀନା°ଶୁ ଆଚାରୀ)ନବରଙ୍ଗପୁର ଜିଲ୍ଲା ରାଇଘର ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଉପ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଏବଂ ଆରକ୍ଷୀ ଅଧିକ୍ଷକ ମଡକର ସନ୍ଦୀପ ସମ୍ପତଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଆୟୋଜିତ ହୋଇଥିଲା। ଉକ୍ତ ଶିବିରରେ ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ବ୍ଲକ ଅଧ୍ୟକ୍ଷ ଗୁପ୍ତ ପ୍ରସାଦ ଝାଙ୍କର, ଉମରକୋଟ ଏସଡିପିଓ ଶୁଭେନ୍ଦୁ ଶବର, ରାଇଘର ବିଡିଓ ରିତୁ ସିଂ ଙ୍କ ସମେତ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ରହିଥିଲେ।
ଉକ୍ତ ଜନଶୁଣାଣି ଶିବିର ରେ ମୋଟ ୩୧ ଜଣ ଆବେଦନକାରୀ ନିଜ ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥି ମଧ୍ୟରୁ ୨୦ଟି ବ୍ୟକ୍ତିଗତ ସମସ୍ୟା ଏବଂ ୧୧ଟି ଗ୍ରାମ୍ୟ ଓ ସାମୁହିକ ସମସ୍ୟା ରହିଥିଲା। ଅଭିଯୋଗମାନଙ୍କ ମଧ୍ୟରୁ ୫ଟି ମାମଲାର ସମାଧାନ ତତକ୍ଷଣାତ କରାଯାଇଥିବା ଅଧିକାରୀମାନେ ସୂଚନା ଦେଇଛନ୍ତି।
ତତ ସହିତ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଚିହ୍ନଟ ଦିବ୍ୟାଙ୍ଗ ଲୋକମାନଙ୍କୁ ୮ଟି ହୁଇଲଚେୟାର ଏବଂ ୩ଟି ଟ୍ରାଇସାଇକଲ ପ୍ରଦାନ କରାଯାଇଥିବା ସୂଚନା ମିଳିଛି
