March 10, 2026

ରାଜନୀତି ବିଜ୍ଞାନ ବିଭାଗର ଅଭିଭାବକ-ଶିକ୍ଷକ ସଂଘ ବୈଠକ 

IMG-20251117-WA0049
Share

 

ବୁଗୁଡ଼ା : ତା ୧୭/୧୧/୨୫ : ସ୍ଥାନୀୟ ପିପୁଲ୍ସ

କଲେଜର ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ସ୍ବପରିସରରେ ଅଭିଭାବକ-ଶିକ୍ଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । କଲେଜ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଅକ୍ଷୟ କୁମାର ସାହୁ , ଅଧ୍ୟାପକ ଲୋକନାଥ ବେହେରା ଓ ପବିତ୍ର ଖଣ୍ଡୁଆଳଙ୍କ ସମେତ ବିଭାଗୀୟ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକ କାଳରେ ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଓ ବୌଦ୍ଧିକ ବିକାଶରେ ଅଭିଭାବକ ଏବଂ ଶିକ୍ଷକଙ୍କ ଆବଶ୍ୟକୀୟ ଭୂମିକା ସମ୍ପର୍କେ ବ୍ୟାପକ ଆଲୋଚନା କରାଯାଇଥିଲା । ଏଥି ସହ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ସର୍ବନିମ୍ନ ଉପସ୍ଥାନ ୭୫% ଜରୁରୀ ହେତୁ ଅହେତୁକ ଅନୁପସ୍ଥିତି ପ୍ରତି କଡା ଆଭିମୁଖ୍ୟ ଗ୍ରହଣ ନିମନ୍ତେ ସର୍ବସମ୍ମତି ପ୍ରକାଶ ପାଇଥିଲା ।

ଉକ୍ତ କାର୍ଯ୍ୟକ୍ରମର ପରିଶେଷରେ ଛାତ୍ର ସୋମିତ୍ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।