March 10, 2026

ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ

IMG-20251117-WA0013
Share

କୋରାପୁଟ_ କୋରାପୁଟ ସଦରମହକୁମା ସ୍ଥିତ ସଦଭାବନା ସଭାଗୃହ ଠାରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି।ଏହି ଦିବସରେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନୋଜ ସତ୍ୟବାନ ମହାଜନ (ଆଇ.ଏ.ଏସ )ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ।ଜିଲ୍ଲାର ସମସ୍ତ ସାମ୍ବାଦିକ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଏବଂ ସେମାନଙ୍କ ସଂଗୃହିତ ଖବରରୁ ଯାହା ସୂଚନା ମିଳେ ଜିଲ୍ଲା ପ୍ରଶାସନ ତାହା ପ୍ରତି ତୁରନ୍ତ ପଦକ୍ଷେପ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତି ଏବଂ ଜିଲ୍ଲା ର ସର୍ବାଙ୍ଗିନ ବିକାଶ ରେ ସାମ୍ବାଦିକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଜିଲ୍ଲାପାଳ କହିଛନ୍ତି।ଖବର ସଂଗ୍ରହ ଏବଂ ପ୍ରସାରଣ ସମୟରେ ନିଜକୁ ସତର୍କତା ଅଵଲମ୍ବନ କରି ସତ୍ୟତା ଖବର ଉପରେ ପ୍ରାଧାନ୍ୟ ଦେଇ ଖବର ପ୍ରକାଶନ ଓ ପ୍ରସାରଣ କରିବା ନିମନ୍ତେ ସେ ଉପସ୍ଥିତ ଥିବା ସମସ୍ତ ସାମ୍ବାଦିକ ମାନଙ୍କୁ ପରିପ୍ରକାଶ କରିଥିଲେ।ଆଜିର ବିଷୟ ଭ୍ରମାତ୍ମକ ଖବର ପ୍ରସାରଣ ବୃଦ୍ଧି ପରିପ୍ରେକ୍ଷୀରେ ଗଣମାଧ୍ୟମ ବିଶ୍ୱାସନୀୟତାର ସଂରକ୍ଷଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ ର ସହକାରୀ ପ୍ରଫେସର ପ୍ରଦୋଶ କୁମାର ରଥ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଜିର ଯୁଗରେ ବୈଦ୍ୟୁତିକ ଗଣମାଧ୍ୟମ ଏବଂ ମୁଦ୍ରଣ ଗଣମାଧ୍ୟମରେ ସତ୍ୟତା ଖବର ପ୍ରକାଶ କରାଯାଇଥାଏ ବୋଲି କହିଛନ୍ତି।ବର୍ତ୍ତମାନ ପରିପ୍ରେକ୍ଷୀରେ ସାମାଜିକ ଗଣମାଧ୍ୟମ ଯେଉଁ ଭଳି ଭାବେ ସମ୍ବାଦ ପରିବେଷଣ କରିଥାନ୍ତି ସେମାନଙ୍କୁ ସତ୍ୟ ଖବର ଉପରେ ଧ୍ୟାନ ଦେଇ ପ୍ରସାରଣ କରିବା ଜରୁରୀ ବୋଲି ସେ ପରିପ୍ରକାଶ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଜୟପୁର ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଯଶୋଦା ଗାଦବା ପରିଚାଳନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ଅନେକ ସାମ୍ବାଦିକ ଉପସ୍ଥିତ ରହି ନିଜ ନିଜ ର ମତବ୍ୟକ୍ତ କରିଥିଲେ l