ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ଦେଶର ଭବିଷ୍ୟତ କୁନି ବୈଜ୍ଞାନିକ।
ବୋଲଗଡ,(ଉପାନ୍ତ ଖବର):ବୋଲଗଡ ଶିକ୍ଷା ବ୍ଲକ ଅନ୍ତର୍ଗତ ହରିପୁର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଆନୁକୂଲ୍ୟରେ ଓ ପ୍ରଧାନ ଶିକ୍ଷକ ଧୃବାନନ୍ଦ ନାୟକଙ୍କ ଆବାହକତ୍ୱରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି l ବିଜ୍ଞାନ ଶିକ୍ଷକ ପ୍ରଦୀପ୍ତ କୁମାର ସାହୁ ଓ ଶିକ୍ଷୟିତ୍ରୀ ସୁଶ୍ରୀ ବନ୍ଦନା ମାନ୍ଧାତା ପ୍ରମୁଖଙ୍କ ମିଳିତ ନେତୃତ୍ୱରେ ୧୫ଜଣ ଛାତ୍ର ଛାତ୍ରୀ ନିଜ ନିଜର ୧୫ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନ କରିଥିଲେ l ସେଥିମଧ୍ୟରୁ ୪ଟି ଉଚ୍ଚ କୋଟୀର ବିଜ୍ଞାନ ପ୍ରକଳ୍ପ ମଣ୍ଡଳ ସ୍ତରକୁ ମନୋନୀତ ହୋଇଅଛି l ପ୍ରଧାନ ଶିକ୍ଷକ ଧୃବାନନ୍ଦ ନାୟକଙ୍କ ସଭାପତିତ୍ବରେ ବିଜ୍ଞାନ ମେଳା ପୁରସ୍କାର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ବୋଲଗଡ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଶ୍ରୀ ଯାଜ୍ଞ ସେନୀ ସାହୁ, ମୁଖ୍ୟ ବକ୍ତାଭାବେ ଅବସର ପ୍ରାପ୍ତ ଅତିରିକ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ପଦ୍ମ ଲୋଚନ ବେହେରା ଓ ସମ୍ମାନିତ ଅତିଥିଭାବେ ଆଞ୍ଚଳିକ କେନ୍ଦ୍ର ସାଧନ ସଂଯୋଜକ ଚନ୍ଦ୍ରଶେଖର ନାୟକ ପ୍ରମୁଖ ଯୋଗଦେଇଥିଲେ l କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ଶ୍ରୀ ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶିକ୍ଷକ ଗୌର ଚନ୍ଦ୍ର ସୁବୁଦ୍ଧି ଅତିଥି ପରିଚୟ ପ୍ରଦାନ କରିଥିଲେ l କୁନି ବୈଜ୍ଞାନିକମାନେ ଦେଶ ଓ ଜାତିର ଗୌରବ ବୋଲି ନିମନ୍ତ୍ରିତ ଅତିଥିମାନେ ମତ ପ୍ରକାଶ କରିଥିଲେ l ସମସ୍ତ ନିମନ୍ତ୍ରିତ ଅତିଥିମାନେ କୃତୀ କୁନି ବୈଜ୍ଞାନିକ ମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରିଥିଲେ l ପରିଶେଷରେ ସହକାରୀ ଶିକ୍ଷୟିତ୍ରୀ ମିନତୀ ଦଲାଲ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।