ଉମରକୋଟ ସୁନା ଗହଣା ଚୋରି ଅଭିଯୋଗ ରେ ଆଠ ଜଣଙ୍କୁ କୋର୍ଟ ଚାଲାଣ………
ଉମରକୋଟ:-(ଏମ୍.ଦିନା°ଶୁ ଆଚାରୀ) ଘରେ କେହି ନଥିବାର ସୁଯୋଗ ନେଇ ଘରୁ ଲୁଟି ନେଇଥିଲେ ସୁନା ଅଳଂକାର। ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ନବରଙ୍ଗପୁର ଜିଲ୍ଲା ଉମରକୋଟ ସହର ଦଶରାପଦା ସାହିର ବିବେକ ନାୟକ ଙ୍କ ଘରେ।ଏତଲା ପ୍ରକାରେ ଚଳିତ ମାସ ୮ତାରିଖ ଦିନ ବିବେକ ସପରିବାର ସହ ଘରେ ତାଲା ପକାଇ ବାହରକୁ ଯାଇଥିଲେ।
୧୨ ତାରିଖ ଦିନ ଘରକୁ ଫେରି ଆସି ଦେଖିଲା ବେଳକୁ ଘରର ତାଲା ଭାଙ୍ଗି ପଡ଼ିଛି। ଏନେଇ ବିବେକ ଉମରକୋଟ ଥାନାରେ ୧୨ ତାରିଖ ଦିନ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଘଟଣାକୁ ଗୁରୁତର ସହ ନେଇ ଘଟିଥିବା ଚୋରି ଘଟଣାରେ ସମସ୍ତ ଚୋରି ସୁନା ଅଳଙ୍କାର ଓ ଲେପଟପ କୁ ପୋଲିସ ଉଦ୍ଧାର କରିବାରେ ସଫଳ ହୋଇଛି ଉମରକୋଟ ପୋଲିସ। ଏହି ଚୋରି ଘଟଣା ରେ ସମ୍ପୃକ୍ତ ସମସ୍ତ ୮ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି ପୋଲିସ । ଗିରଫ ୮ ଜଣଙ୍କ ମଧ୍ୟରୁ ୪ ନାବାଳକ ଥିବାବେଳେ ୨ଜଣ ଚୋରି ସାମଗ୍ରୀ କିଣିବା ଯୋଗୁ ଗିରଫ ହୋଇଛନ୍ତି। ଆଜି ଉମରକୋଟ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉମରକୋଟ ପୋଲିସ ଉପଖଣ୍ଡ ଅଧିକାରୀ ମଧୁଶିକ୍ତା ମିଶ୍ର, ଥାନା ଆଇଆଇସି ତପନ କୁମାର ପତି ଓ ଘଟଣାର ତଦନ୍ତ ଅଧିକାରୀ ସବ ଇନ୍ସପେକ୍ଟର ସିବଜି ପଣ୍ଡା ସମସ୍ତ ସୁଚନା ପ୍ରଦାନ କରିଛନ୍ତି। ଏହି ଘଟଣାର ମୁଖ୍ୟ ଖଳନାୟକ ଯିଏ କି ବିବେକ ଙ୍କ ସମ୍ପର୍କୀୟ ଅଟନ୍ତି ଯିଏ କି ୧୪ ବର୍ଷୀୟ ନାବାଳକ ଓ ତାକୁ ମଧ୍ୟ ଗିରଫ କରିଛି ପୋଲିସ। ଏହି ଯୁବକ ହିଁ ବିବେକ ଙ୍କ ଘରର ସମସ୍ତ ତଥ୍ୟ ଅନ୍ୟ ଅଭିଯୁକ୍ତ ଙ୍କୁ ପ୍ରଦାନ କରିବା ସହ ଚୋରି ଘଟଣାରେ ମଧ୍ୟ ସଂପୃକ୍ତି ଥିଲା। ଗିରଫ ୪ ନାବାଳକଙ୍କ ସମେତ ଟିକିରା ସାହିର ଟୁନା ଦାସ(୨୧), ଭଞ୍ଜ ଛକର ଶିବ ବାରିକ(୨୨) ଏବଂ ଚୋରି ସାମଗ୍ରୀ କିଣିବା ଅଭିଯୋଗ ରେ ରିତେଶ କରକରା ଲେପଟପ କିଣିଥିଲେ ଏବଂ ସୁନା ଅଳଙ୍କାର କିଣିବା ଅଭିଯୋଗରେ ଉମରକୋଟ ସନ୍ତୋଷୀ ନଗର ର କିଶୋର ଗୌଡ଼ ରହିଛନ୍ତି । ପୋଲିସ ଏହି ଅଭିଯୁକ୍ତ ମାନଙ୍କ ନିକଟ ରୁ ସୁନାହାର ୩ ଟା, କାନଫୁଲ ୮ଟା, ମୁଦି ୧ , ମଙ୍ଗଳ ସୂତ୍ର ୧, ସୁନା ଚୁଡ଼ି ୬ଟା, ଲେପଟପ୍ ୧ ଓ ୨ଟା ରୂପା ଗୋଡଆଙ୍ଗୁଠି ଜବତ କରିଛି। ଯାହାର ସମସ୍ତ ମୂଲ୍ୟପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି କହିଛି ଉମରକୋଟ ପୋଲିସ। ସମସ୍ତ ସାମଗ୍ରୀକୁ ଉମରକୋଟ ପୋଲିସ ବିବେକ ନାୟକଙ୍କୁ ଫେରସ୍ତ କରି ଦେଇଛି।ତେବେ ଚୋରି ହୋଇଥିବା ସମସ୍ତ ସାମଗ୍ରୀ ଉଦ୍ଧାର ହୋଇ ଯାଇଛି ଓ ଏହି ଘଟଣା ରେ ଆଉ କାହାର ସଂପୃକ୍ତି ନାହିଁ ବୋଲି ଘଟଣାର ତଦନ୍ତ ଅଧିକାରୀ ଶିବଜି ପଣ୍ଡା ସୁଚନା ପ୍ରଦାନ କରିଛନ୍ତି।ସମସ୍ତ
୪ ନାବାଳକ ଙ୍କୁ ନବରଙ୍ଗପୁର ମୁଖ୍ୟ ବିଚାରପତି ଜଷ୍ଟିସ ଯୁବେନଆଲ କୋର୍ଟ ଙ୍କ ନିକଟରେ ଉପସ୍ଥାପନ କରାଯିବା ପରେ ଭବାନୀପାଟଣା ଶିଶୁ ମାନଂକ ପାଈଁ ନିର୍ଦ୍ଧିଷ୍ଟ ଜେଲ କୁ ପଠାଇ ଦିଆ ଯାଇଛି ସେହି ପରି
୪ ସାବାଳକ ଙ୍କୁ ଉମରକୋଟ ପ୍ରଥମ ଶ୍ରେଣି ବିଚାରପତି ଙ୍କ କୋର୍ଟ ରେ ହାଜର କରା ଯାଇଥିଲା।