October 5, 2024

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜନିୟରିଂ ବିଭାଗର ବିଭାଗୀୟ ବୈଷୟିକ ଫେଷ୍ଟ “ଅଭ୍ୟକ୍ତ-୩.୦” ଉଦଘାଟିତ ।

Share

ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜନିୟରିଂ ବିଭାଗର ବିଭାଗୀୟ ବୈଷୟିକ ଫେଷ୍ଟ “ଅଭ୍ୟକ୍ତ-୩.୦” ଉଦଘାଟିତ ।

ଗୁଣୁପୁର ୧୭/୧୧/୨୦୨୩: – ସୁରେନ୍ଦ୍ର ମହାନ୍ତି -ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟର କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜନିୟରିଂ ବିଭାଗର ବିଭାଗୀୟ ବୈଷୟିକ ଫେଷ୍ଟ “ଅଭ୍ୟକ୍ତ-୩.୦” ଉଦଘାଟିତ ହୋଇଯାଇଛି। ଏହି ବିଭାଗୀୟ ଉତ୍ସବଟି ବିଗତ ବର୍ଷ ୨୦୨୦ ରୁ ବିଭାଗର ଛାତ୍ରଛାତ୍ରୀଙ୍କ ମଧ୍ୟରେ ନୂତନ ଅଭିନବ ଏବଂ ଅନନ୍ୟ ପ୍ରତିଭା ଅନ୍ୱେଷଣ ପାଇଁ ଆୟୋଜିତ ହୋଇଆସୁଛି। ଚଳିତ ବର୍ଷର ବିଭାଗୀୟ ଉତ୍ସବର ଉଦଘାଟନୀ ଦିବସରେ ନୂଆଦିଲ୍ଲୀ ସ୍ଥିତ ଏ ଆଇ ସି ଟି ଇ ର ନିର୍ଦ୍ଦେଶକ ଡ. ସୁନିଲ ଲୁଥରା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏହି ଆଧୁନିକ ଟେକ୍ନୋଲୋଜି ଯୁଗରେ ବିଭିନ୍ନ ଟେକ୍ନୋଲୋଜିକୁ ଶିଖି ଏହାର ବ୍ୟବହାର କରିବା ପାଇଁ ଆହ୍ବାନ ଦେବା ସହ ଏବଂ ନୂତନ କୌଶଳ ଶିଖିବାର ଓ ଏହାର ବ୍ୟବହାର କରିବା ପାଇଁ କୌଣସି ବୟସ ସୀମା ନିର୍ଦ୍ଧାରିତ ନ ଥାଏ ବୋଲି ଉଦବୋଧନ ଦେଇଥିଲେ। ବିଶ୍ୱବିଦ୍ୟାଳୟର ଉପ ସଭାପତି ଡ. ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କ ଅନ୍ତର୍ନିହିତ ଗୁଣାବଳୀ ବିକାଶ ନିମନ୍ତେ ଏହି ଭଳି ବୈଷୟିକ କାର୍ଯ୍ୟକ୍ରମର ଆବଶ୍ୟକ ରହିଛି ବୋଲି ମତବ୍ୟକ୍ତ କରିଥିଲେ / ମହାନିର୍ଦ୍ଦେଶକ ଡ. ଜଗଦୀଶ ପଣ୍ଡା ,ସ୍କୁଲ ଅଫ ଇଞ୍ଜିିୟରିଙ୍ଗ ଆଣ୍ଡ ଟେକନୋଲୋଜିର ଡିନ ଡ. ଏ ବି ଶ୍ରୀନିବାସ ରାଓ ପ୍ରମୁଖ ମଞ୍ଚାସିନ ଥିଲେ / କମ୍ପ୍ୟୁଟର ବିଜ୍ଞାନ ବିଭାଗର ଡେପୁଟି ଡିନ ଡ. ସଞ୍ଜୟ କୁମାର କୁଅଁର ଉତ୍ସବର ପ୍ରାରମ୍ଭରେ ସ୍ବାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ବିଷୟ କହିଥିଲେ / ଏହି ଉଦଘାଟନୀ ଉତ୍ସବରେ ବିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ. ଏନ ଭି ଜଗନାଧା ରାଓ ଏବଂ ପରୀକ୍ଷା ନିୟନ୍ତ୍ରକ ଡ. ପି ବିଜୟ କୁମାର, ବିଭାଗର ପ୍ରଫେସର,ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ। ଏହି ଉତ୍ସବ ନିମନ୍ତେ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ଯାନ୍ତ୍ରିକ ପ୍ରତିଯୋଗିତା ଏବଂ ଅନ୍ୟାନ୍ୟ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା ଆଜି ସେହି କୃତି ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଅତିଥିଙ୍କ ଦ୍ଵାରା ପ୍ରଦାନ କରାଯାଇଥିଲା ।ପରିଶେଷରେ ପ୍ରଫେସର ଡ଼ ସତ୍ୟ ନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।