October 5, 2024

ବିଜେପି କୃଷକ ମୋର୍ଚ୍ଚା ତରଫରୁ ଓଡିଶା ଚାଷୀ ମାନଙ୍କର ସମସ୍ୟା କୁ ନେଇ ୬ଦଫା ଦାବିପତ୍ର ରାଜ୍ୟପାଳ ଙ୍କୁ ପ୍ରଦାନ। 

Share

ବିଜେପି କୃଷକ ମୋର୍ଚ୍ଚା ତରଫରୁ ଓଡିଶା ଚାଷୀ ମାନଙ୍କର ସମସ୍ୟା କୁ ନେଇ ୬ଦଫା ଦାବିପତ୍ର ରାଜ୍ୟପାଳ ଙ୍କୁ ପ୍ରଦାନ।

 

 

 

ଭୁବନେଶ୍ବର,୧୭/୧୧( ଉପାନ୍ତ ଓଡିଶା):ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି ଓଡିଶାର ଚାଷୀ ମାନଙ୍କ ସମସ୍ୟା କୁ ନେଇ ୬ ଦଫା ଦାବୀପତ୍ର ରାଜ୍ୟପାଳ ରଘୁବର ଦାସଙ୍କୁ ପ୍ରଦାନ କରିବା ସହିତ ଆଲୋଚନା କରିଥିଲେ। ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ଵର ସାହୁଙ୍କ ନେତୃତ୍ଵରେ ୨୫ ଜଣିଆ ପ୍ରତିନିଧି ଦଳ ଏହି ଦାବୀପତ୍ର ପ୍ରଦାନ କାଯ୍ୟକ୍ରମ ରେ ସାମିଲ ହୋଇଥିଲେ। ରାଜ୍ୟ ରେ ଚାଷୀ ଆତ୍ମହତ୍ୟା, ମରୁଡି, ହାତି ପଶୁ ପକ୍ଷୀ ମାନଙ୍କ ଦ୍ଵାରା ଫସଲ କ୍ଷତିଗ୍ରସ୍ତ ଓ ରୋଗ ପୋକ ଦ୍ଵାରା ଫସଲ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ, ରାଜ୍ୟ ରେ ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା, ଧାନ କିଣା କାରବାରରେ ବ୍ୟାପକ ଦୁର୍ନୀତି ର ସିବିଆଇ ତଦନ୍ତ ଓ ଧାନମଣ୍ଡୀ ଶିଘ୍ର ଖୋଲିବା,ରାଜ୍ୟ ରେ ବଂଦ ହୋଇଥିବା କୃଷି ଭିତ୍ତିକ ଶିଲ୍ପ ଗୁଡିକୁ ଶିଘ୍ର ଚାଲୁ କରିବା, କୃଷି ବୀମା ପାଇନଥିବା ଚାଷୀ ମାନଙ୍କୁ ତୁରନ୍ତ ବୀମା ପ୍ରଦାନ କରିବା ପ୍ରଭୃତି ଦାବୀ କୁ ମାନ୍ୟବର ରାଜ୍ୟପାଳଙ୍କୁ ରାଜ୍ୟ ସଭାପତି ମହେଶ୍ଵର ସାହୁ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସମ୍ପାଦକ ସମୀର ପାତ୍ର ଓ ଉପେନ୍ଦ୍ର ଭଞ୍ଜ, ରାଜ୍ୟ ଉପସଭାପତି ହଲପାଣି ମାଝୀ ଓ ହୃଶୀକେଶ ଜେନା, ସଂପାଦକ ବିକ୍ରମ କେଶରୀ ରାଉତରାୟ, ପରାଉ ହେମ୍ବ୍ରମ ଓ ଅଶୋକ କୁମାର ରଥ, ରାଜ୍ୟ କୋଷାଧ୍ୟକ୍ଷ ବିଶୂଜୀତ୍ ସ୍ୱାଇଁ, ବରିଷ୍ଠ ନେତା ସୁଭ୍ରାଂଶୁ ଶୋଖର ପାଢୀ, ଉତମ ପାଣିଗ୍ରାହୀ, ଡକ୍ଟର ଜଗନ୍ନାଥ ମହାପାତ୍ର, ବିକ୍ରମ ରାଉତ, ତାପସ କୁମାର ଜେନା, ଭବାନୀ ଦାସ ମହାପାତ୍ର, ସତ୍ୟବାଦୀ ଚଇନି, ଉପେନ୍ଦ୍ର ରାଉଲ, ପ୍ରଶାନ୍ତ କୁମାର ସ୍ୱାଇଁ, ବରିଷ୍ଠ ନାରୀ ନେତ୍ରୀ ସୁଶ୍ରୀ ମନୀଷା ଚିନ୍ମୟୀ ବେହେରା, ନନ୍ଦିନୀ ଶତପଥୀ, ସୁଶ୍ରୀ ଜୟ ଲକ୍ଷ୍ମୀ ମହାନ୍ତି, ପୂର୍ଣିମା ଦାଶ ପ୍ରମୁଖ ନେତୃବୃନ୍ଦ ସାମିଲ ହୋଇଥିଲେ।

 

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।