October 5, 2024

ବ୍ଲଡ଼ ଡୋନର ଗ୍ରୁପ ର ମୁଖ୍ୟ ପରିଚାଳକ ଉତ୍କଳମଣି ସେବା ସମ୍ମାନ ରେ ସମ୍ମାନିତ

Share

ବ୍ଲଡ଼ ଡୋନର ଗ୍ରୁପ ର ମୁଖ୍ୟ ପରିଚାଳକ ଉତ୍କଳମଣି ସେବା ସମ୍ମାନ ରେ ସମ୍ମାନିତ

ତା.୧୬.୧୧.୨୦୨୩ ରିଖ (ଗୁରୁବାର) , ଜାତୀୟ ପ୍ରେସ ଦିବସ ଉପଲକ୍ଷେ ପିପିଲି ପ୍ରେସ କ୍ଳବ୍ ଓ ଉତ୍କଳମଣି ସାମ୍ବାଦିକ ସଂଘ ର ମିଳିତ ପ୍ରୟାସ ରେ ମାନିକ୍ ଗାର୍ଡେନ ପିପିଲି ଠାରେ ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଟି କୁ ଉତ୍କଳମଣି ସାମ୍ବାଦିକ ସଂଘ ର ସଭାପତି ପୂର୍ଣ୍ଣ ଚନ୍ଦ୍ର ନାୟକ ,ପିପିଲି ପ୍ରେସ କ୍ଳବ୍ ର ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ,ବିଜୟ କୁମାର ମହାପାତ୍ର ଏବଂ କୋଷାଧ୍ୟକ୍ଷ ହେମନ୍ତ କୁମାର ସେଠୀ ପରିଚାଳନା କରିଥିଲେ । ଉଦ୍ଘାଟନୀ ସମାରୋହ ରେ ପୂର୍ବତନ ମନ୍ତ୍ରୀ ସମୀର ରଞ୍ଜନ ଦାସ , ବିଧାୟକ ଅମର ପ୍ରସାଦ ଶତପଥୀ ,ଉମାକାନ୍ତ ସାମନ୍ତରାୟ ଓ ରୁଦ୍ର ପ୍ରତାପ ମହାରଥୀ ପ୍ରମୁଖ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ଅବସର ରେ “ପରିବର୍ତ୍ତିତ ପରିସ୍ଥିତି ରେ ମୂଲ୍ୟବୋଧ ଭିତ୍ତିକ ସାମ୍ବାଦିକତା” ଶୀର୍ଷକ ସମ୍ବଦ୍ଧିୟ ଏକ ବିଶେଷ ଆଲୋଚନା ଚକ୍ର ସ୍ଥିରିକୃତ ହୋଇଥିଲା । ସାମ୍ବାଦିକତା ର ମୂଲ୍ୟବୋଧ ପ୍ରସଙ୍ଗ କୁ ଭିତ୍ତି କରି ଅତିଥି ମାନେ ନିଜର ଅଭିଭାଷଣ ରଖିବା ସହ ଜିଲ୍ଲା ତଥା ରାଜ୍ୟ ର ବିଭିନ୍ନ କ୍ଷେତ୍ର ରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ଯୁବ ପ୍ରତିଭା ମାନ ଙ୍କୁ ସମ୍ମାନିତ କରିଥିଲେ। ରାଜ୍ୟ ସ୍ୱାସ୍ଥ୍ୟ ସେବା କ୍ଷେତ୍ର ରେ ଉଲ୍ଲେଖନୀୟ ଅବଦାନ ପାଇଁ “ବ୍ଲଡ଼ ଡୋନର ଗ୍ରୁପ ର ମୁଖ୍ୟ ପରିଚାଳକ ପଦ୍ମ ଲୋଚନ ମହାପାତ୍ର ଙ୍କୁ ସମ୍ମାନୀୟ ଅତିଥି ମାନେ “ଉତ୍କଳମଣି ସେବା ସମ୍ମାନ ” ରେ ସମ୍ମାନିତ କରିଥିଲେ । ଗ୍ରୁପ ର କାର୍ଯ୍ୟଧାରା ରେ ଅବିରତ ସହଯୋଗ ପାଇଁ ସମାଜସେବୀ ସୁଶାନ୍ତ କୁମାର ରଥ ଓ ଟିକିନା ମିଶ୍ର ଙ୍କ ଅବଦାନ କୁ ଅତିଥି ମାନେ ନିଜର ଅଭିଭାଷଣ ରେ ଭୂୟସୀ ପ୍ରଶଂସା କରିବା ସହିତ ଆଗାମୀ ଦିନରେ ଆୟୋଜିତ ହେବା କୁ ଥିବା ରକ୍ତଦାନ ଶିବିର ଗୁଡ଼ିକ ରେ ନିଜର ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିଲେ ।