ବେଲଗୁଣ୍ଠା ରେ ଜାତୀୟ ପ୍ରେସ୍ ଦିବସ ପାଳିତ

IMG-20231117-WA0002
Share

ବେଲଗୁଣ୍ଠା ରେ ଜାତୀୟ ପ୍ରେସ୍ ଦିବସ ପାଳିତ

ବେଲଗୁଣ୍ଠା, 17/11, ଆଜି ଜାତୀୟ ପ୍ରେସ୍ ଦିବସ ଅବସରରେ ସନ୍ଧ୍ୟା ଛଅ ଘଣ୍ଟା ସମୟରେ ବେଲଗୁଣ୍ଠା ବଣିକ ସଂଘ କାର୍ଯ୍ୟାଳୟ ଠାରେ ପ୍ରେସକ୍ଲବ ବେଲଗୁଣ୍ଠା ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳନ କରାଯାଇଛି I ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ ମୁଖ୍ୟ ଅତିଥି, ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ମୁଖ୍ୟ ବକ୍ତା, ଏସ୍ଆଇ ଅଭୟ କୁମାର ପ୍ରଧାନ, କାଉନସିଲର୍ ଭାସ୍କର ପାତ୍ର ଓ ଦିବ୍ୟ ରଞ୍ଜନ ଦାଶ, ବଣିକ ସଂଘ ସଭାପତି ସନତ୍ କୁମାର ସୁବୁଦ୍ଧି, ବିଶିଷ୍ଟସମାଜସେବୀ ତଥା ରୋଟାରୀ କ୍ଲବ୍ ଉପପ୍ରାନ୍ତପାଳ ଭି ଦେବୀ ପ୍ରସାଦ ପାତ୍ର ପ୍ରମୂଖ ସମ୍ମାନୀତ ଅତିଥି ଭାବେ ମଞ୍ଚାସୀନ ଥିଲେ I ସାମ୍ବାଦିକମାନେ ସମାଜର ଦର୍ପଣ I ସମାଜର ପ୍ରତିଟି ଘଟଣାବଳୀକୁ ଲୋକ ଲୋଚନରେ ସ୍ଵଚ୍ଛ ଭାବେ ପ୍ରତିସ୍ଫୁଟନ କରିବାରେ ସେମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ବିଭିନ୍ନ ସମୟରେ ସାମ୍ବାଦିକଙ୍କ ପ୍ରତି ହେଉଥିବା ଆକ୍ରମଣ ନିଶ୍ଚିତ ଭାବେ ନୀନ୍ଦନୀୟ I ବେଲଗୁଣ୍ଠା ପ୍ରେସକ୍ଲବର ବର୍ଷ ସାରା ରକ୍ତଦାନ ଶିବିର, ବୃକ୍ଷରୋପଣ ଓ ବିଭିନ୍ନ ଜନ କଲ୍ୟାଣମୂଳକ କାର୍ଯ୍ୟଧାରାକୁ ଉପସ୍ଥିତ ଅତିଥିମାନେ ଭୂୟସୀ ପ୍ରଂଶସା କରିଥିଲେ ଏବଂ ଏଥି ସହିତ ବେଲଗୁଣ୍ଠା ନଗରପାଳ ଓ ଦୁଇ କାଉନସିଲର୍ ଙ୍କ ତରଫରୁ ବେଲଗୁଣ୍ଠା ପ୍ରେସକ୍ଲବକୁ ଏକ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା I ଏହି ଅବସରରେ ବେଲଗୁଣ୍ଠା ପ୍ରେସକ୍ଲବର ସଦସ୍ୟ ଶିବରାମ ଚୌଧୂରୀ, ପ୍ରଦୀପ କୁମାର ଚୌଧୁରୀ,ପଞ୍ଚାନନ ସାହୁ, କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କୁ ନିଜର ଖବର ସଂଗ୍ରହ ଓ ପ୍ରସାର ଦିଗରେ ସ୍ଵତନ୍ତ୍ର ଅବଦାନ ପାଇଁ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା I ପ୍ରେସକ୍ଲବ ସଦସ୍ୟ ମାନେ ଏହି ଅବସରରେ ପ୍ରତିବର୍ଷ ଭଳି ନୂତନ ବସ୍ତ୍ର ପରିଧାନ କରି ପ୍ରେସ୍ ଦିବସ ପାଳନ କରିଥିଲେ I ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଉପସଭାପତି ପ୍ରଭାତ କୁମାର ସାହୁ, ସହ ସମ୍ପାଦକ ସରୋଜ କୁମାର ଶତପଥୀ,ବରିଷ୍ଠ ସନ୍ତୋଷ କୁମାର ବିଷୋୟୀ, ସଦସ୍ୟ ଚନ୍ଦନ କୁମାର ସାହୁ,ମାଧବ ଚନ୍ଦ୍ର ଆପଟ, ସନ୍ତୋଷ କୁମାର ଡାକୁଆ,ସଚିନ୍ ପୁରୋହିତ, ଅକ୍ଷୟ କୁମାର ଶତପଥି, ମନୋରଞ୍ଜନ ମହାରଣା, ତୋଫାନ କୁମାର ସାହୁ, ନାରାୟଣ ପଣ୍ଡା,ପଞ୍ଚାନନ ନାୟକ, ନିଲୁ ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ I

ଫଟୋ.      ଵେଲଗୁଣ୍ଟା, ରିପୋର୍ଟ ପଞ୍ଚାନନ, ସାହୁ

You may have missed