March 12, 2026

ବିଛିନାଞ୍ଚଳ ବାସୀଙ୍କ ବହୁ ଦିନର ସ୍ବପ୍ନ ସାକାର ହେଲା ପାନୀୟ ଜଳ

IMG-20251017-WA0058
Share

 

 

 

କୋରାପୁଟ ଜ଼ିଲ୍ଲା କୋଟପାଡ଼ ବ୍ଲକର ଛତ୍ତର୍ଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଛିନାଞ୍ଚଳ ରେ ଥିବା ଫୋଟକିକୁମ୍ବି. କିସିଗୁଡା ଓ କୋଟ୍ରା ଗୁଡା ଗ୍ରାମରେ ମେଘା ଜଳ ଯୋଗାଣ ପ୍ରକଳ୍ପ ଦ୍ୱାରା ଗ୍ରାମବାସୀଙ୍କୁ ପିଇବା ପାଣି ଯୋଗାଣ ଆରମ୍ଭ ହୋଇଯାଇଥିବାର ଜଣାଯାଇଛି। ସୂଚନା ଅନୁଯାଇ ବିଛିନାଞ୍ଚଳ ରେ ନୂଆଗୁଡା. କୋଟ୍ରାଗୁଡା. ଫୋଟକିକୁମ୍ବି. ଲୋକଟିଗୁଡ଼ା. ବାକଟିଗୁଡା ଓ କିସିଗୁଡା ର ସତାଧିକ ଗ୍ରାମବାସୀ ପିଇବା ପାଣି ପାଇଁ କଲାବ ନଦୀ ଓ ଯଅଁରା ନଦୀ କୁ ଯାଉ ଥିଲେ ଗ୍ରୀଷ୍ମ ଋତୁ ରେ ବହୁ ଜଳ କଷ୍ଟ ହେଉଥିଲା. ଟ୍ୟାଙ୍କର ଯୋଗେ ମଧ୍ୟ ପିଇବା ପାଣି କୁନ୍ଦ୍ରା ବ୍ଲକରୁ ପାଣି ଆଣି ବ୍ୟବହାର କରୁଥିଲେ.ପାନୀୟ ଜଳ ସମସ୍ୟା ର ସ୍ଥାୟୀ ସମାଧାନ କରିବା ପାଇଁ ଗ୍ରାମ ବାସି ବହୁବାର ଦାବି କରି ଆସୁଥିଲେ ବହୁ ଦିନ ର ସ୍ବପ୍ନ ଆଜି ସାକାର ହୋଇଥିବାରୁ ଅଞ୍ଚଳ ବାସି ଖୁସି ଥିବା ଜଣା ଯାଇଛି. ଜଳ ଓ ପରମଳ ବିଭାଗ ଯନ୍ତ୍ରୀ ଶ୍ରୀ ସମୟ ମାରାଣ୍ଡି ଏହି ଗ୍ରାମ ଗୁଡିକ ଗସ୍ତ କରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଦେଇ ଥିବାରୁ ଆମ ଅଞ୍ଚଳ ରେ ପିଇବା ପାଣିର ସୁବିଧା ହେଲା ବୋଲି ଗ୍ରାମ ବାସି ଗଣ ମାଧ୍ୟମ କୁ ସୂଚନା ଦେଇଥିବାର ଜଣାଯାଇଛି. ଏ ନେଇ ଯନ୍ତ୍ରୀ ଶ୍ରୀ ମାରାଣ୍ଡିଙ୍କୁ ଯୋଗାଯୋଗ କରିବାରୁ ସମସ୍ତ କାମ ସୁମ୍ପୂର୍ଣ ହୋଇଯାଇଛି ଟ୍ରାଏଲ ହବା ପରେ ନିୟମିତ ଜଳ ଯୋଗାଣ ଚାଲିବ ବୋଲି ଗଣ ମାଧ୍ୟମ କୁ ସୂଚନା ପ୍ରଦାନ କରିଥିବାର ଜଣା ଯାଇଛି । ଗୁରବାର ସମସ୍ତ ପ୍ରକଳ୍ପ କୁ ଗସ୍ତ ସମୟ ରେ ଯନ୍ତ୍ରୀ ସମୟ ମାରାଣ୍ଡିଙ୍କ ସମେତ ଜେଏମସି ସାଇଟ ଇଞ୍ଜିନିୟର ଆକଇବ ହୁସେନ କିରନ ପ୍ରସାଦ ପ୍ରମୁଖ ଉପସ୍ଥିତ ଥିବାର ଜଣାଯାଇଛି I