ନକ୍ସଲ ନାମରେ ବାପାକୁ ଚାନ୍ଦା ଦେବା ପାଇଁ ଧମକ, ପୁଅ ବର୍ତମାନ ଜେଲରେ

ଭବାନୀପାଟଣା(ଧୀରଜ ଆଚାର୍ଯ୍ୟ) କଳାହାଣ୍ଡି ଜିଲ୍ଲା, ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ଼ ଗ୍ରାମର ବିଶିଷ୍ଟ ବ୍ୟକ୍ତି ଶ୍ରୀ ଦିନେଶ ଅଗ୍ରୱାଲଙ୍କ ଘର ସାମ୍ନାରେ ଥିବା ତାଙ୍କ ଇନୋଭା କାରରୁ ଗତ ୫ ତାରିଖ ଦିନ ନକ୍ସଲ ନାମରେ ଏକ ଚିଠି ପଡ଼ିଥିବା ଶ୍ରୀ ଦିନେଶ ଅଗ୍ରୱାଲ ଦେଖିବାକୁ ପାଇଲେ। ଚିଠି ପଢିଲା ବେଳକୁ, ସେହି ଚିଠିରେ ଲେଖା ହୋଇଥିଲା ଯେ’ ଆମକୁ ୩୫ ଲକ୍ଷ୍ୟ ଟଙ୍କା ଚାନ୍ଦା ଦିଅ, ନଚେତ ତୁମର ପାରିବାରର ସମସ୍ତଙ୍କୁ ଜୀବନରେ ମାରିଦେବୁ। ଏହି ଚିଠି ପଢିବା ପରେ ଦିନେଶ ଅଗ୍ରୱାଲଙ୍କ ପରିବାର ଲୋକେ ଆତଙ୍କିତ ହୋଇପଡ଼ିଥିଲେ।ପ୍ରକାଶ ଥାଉକି ଶ୍ରୀ ଅଗ୍ରୱାଲ ଜିଲ୍ଲାର ଜଣେ ବିଶିଷ୍ଟ ଠିକାଦାର ଅଟନ୍ତି ଓ ସେହି ଅଂଚଳର ଜଣେ ଧନୀ ବ୍ୟକ୍ତି ଅଟନ୍ତି ଏବଂ କଳାହାଣ୍ଡିର ଅଧିକାଂଶ ଅଞ୍ଚଳ ମାଓ ପ୍ରବଣ ଅଟେ। ତେଣୁ ଏହି ଚିଠି ଦ୍ୱାରା ଚାନ୍ଦା ଧମକକୁ ନେଇ ଶ୍ରୀ ଦିନେଶ ଅଗ୍ରୱାଲ ନର୍ଲା ଥାନାରେ ଲିଖିତ ଭାବରେ ଅଭିଯୋଗ କରିଥିଲେ। ଏହି ଲିଖିତ ଅଭିଯୋଗକୁ ଗ୍ରହଣ କରି ନର୍ଲା ଥାନା ଅଧିକାରୀ ଏହି ମାମଲାର ଯାଞ୍ଚ ଆରମ୍ଭ କରିଦେଇଥିଲେ। ଶେଷରେ ବିଭିନ୍ନ ସୂତ୍ରକୁ ଆଧାର କରି ଗତକାଲି ଦିନେଶ ଅଗ୍ରୱାଲଙ୍କ ଏକ ମାତ୍ର ପୁତ୍ର ଅଙ୍କୁଶ ଆଗ୍ରୱାଲଙ୍କୁ ନର୍ଲା ପୋଲିସ ଗିରଫ କରି ଥାନାକୁ ଆଣି ଜେରା କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ’ ଅଙ୍କୁଶ ଅଗ୍ରୱାଲ ହିଁ ଏହି ଘଟଣାର ଅସଲ ମାଷ୍ଟର ମାଇଣ୍ଡ। ଏହାପରେ ନର୍ଲା ପୋଲିସ ଅଙ୍କୁଶଙ୍କ ବିରୋଧରେ ଏକ ମାମଲା ୠଜ୍ଜୁ କରି ଗତ କାଲି ତାଙ୍କୁ ମ. ରାମପୁର କୋର୍ଟ ଚାଳାଣ କରିଛନ୍ତି। ଏହି ଘଟଣାଟି ବର୍ତ୍ତମାନ ସମଗ୍ର ଜିଲ୍ଲାରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
