ମୁନିଗାଡ଼ି ପଂଚାୟତରେ ଏକ୍ ପେଡ୍ ମାଆ କେ ନାମ୍ ୨.୦ କାର୍ଯ୍ୟକ୍ରମ
ଗାଙ୍ଗପୁର,୧୭/୦୯, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ ଅବସରରେ ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ମୂନିଗାଡ଼ି ପଂଚାୟତର ବିଭିନ୍ନ ସ୍ଥାନରେ ଏକ୍ ପେଡ୍ ମାଆ କେ ନାମ୍ ୨.୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I ଏହି ଅବସରରେ ପଂଚାୟତର ତିନି ପ୍ରକଳ୍ପରେ ୫୦୦ ଚାରା ରୋପଣ କରାଯାଇଛି I କାର୍ଯ୍ୟକ୍ରମରେ ସରପଞ୍ଚ ସବିତା ସ୍ୱାଇଁ,ସମିତି ସଭ୍ୟା ନମିତା ବିଷୋୟୀ,ପିଇଓ ସୁକାନ୍ତ କୁମାର ନାୟକ,ନୋଡାଲ ଅଧିକାରୀ ରାମନାଥ ନାୟକ,ଜିଆରଏସ ରୁବେନ ବଡ଼ରଇତ,ଯୋଗାଣ ସହାୟିକା
ମମତା କୁମାରୀ ମାଝୀ,ଶିକ୍ଷକ ମନୋଜ ଗୌଡ଼,ଅଶୋକ ଜେନା, ପ୍ରଧାନ ଶିକ୍ଷୟିତ୍ରୀ ଅଳକା ପଣ୍ଡା,ପ୍ରଧାନ ଶିକ୍ଷୟିତ୍ରୀ ରିତା ବେହେରା,ପ୍ରଧାନ ଶିକ୍ଷକ ହିମାଂଶୁ ନାୟକ ,କ୍ରୀଡା ଶିକ୍ଷକ ସନ୍ତୋଷ ବେହେରା,ବରିଷ୍ଠ ସାମ୍ବାଦିକ ବଂଶୀଧର ଗୌଡ଼, ସମାଜସେବୀ ସନ୍ତୋଷ କୁମାର ସ୍ଵାଇଁ ଏବଂ ମାନସ ରଞ୍ଜନ ବିଷୋୟୀ ପ୍ରମୁଖ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜନ ପ୍ରତିନିଧି ,ଅଙ୍ଗନୱାଡ଼ି କର୍ମୀ,ସ୍ବାସ୍ଥ୍ୟ କର୍ମୀ,ଏମବିକେ,ସିଆରପି ,ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଆଶାସାଥି ଏବଂ ସମସ୍ତ ପଞ୍ଚାୟତ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ I
ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
