November 25, 2024

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗରେ ସେପ୍ଟେମ୍ବର ମାସ

Share

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗରେ ସେପ୍ଟେମ୍ବର ମାସ ବେଳାଭୂମି ସଫେଇ କାର୍ଯ୍ୟ ଅନୁଷ୍ଠିତ ————————ତୃତୀୟ ଶନିବାର ଦିନ ଅର୍ଥାତ୍ ୧୬ ତାରିଖ ଦିନ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତ୍ତକୋତ୍ତର ସାମୁଦ୍ରିକ ବିଜ୍ଞାନ ବିଭାଗ ଦ୍ଵାରା ବେଳାଭୂମି ସଫେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ବିଭାଗୀୟ ମୁଖ୍ୟ ତଥା ସହଯୋଗୀ ଅଧ୍ୟାପକ ଡ. ତମୋଘ୍ନ ଆଚାର୍ଯ୍ୟ ଏବଂ କାର୍ଯ୍ୟକାରୀ ଅଧ୍ୟାପକ ଡ.ଶକ୍ତିଧର ନାହକଙ୍କ ଅଧ୍ୟକ୍ଷତା ରେ ବିଭାଗର ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ଓ ଗବେଷକ ମାନେ ମିଳିତ ଭାବେ ଗୋପାଳପୁର ର ମେଫେୟାର ଠାରୁ ହରିପୁର ପର୍ଯ୍ୟନ୍ତ ବେଳାଭୂମି ସଫେଇ କରି ଜାଗରଣ ବାର୍ତ୍ତା ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ବିପୁଳ ମାତ୍ରାରେ ପ୍ଳାଷ୍ଟିକ, ପଲିଥିନ୍, ମୁଣି, ଖାଦ୍ୟ ଥାଳି, ବିଭିନ୍ନ ଖାଦ୍ୟ ପାନୀୟ ଓ ମାଦକ ଦ୍ରବ୍ୟ ର ପ୍ୟାକେଜ୍‌ ଜରି ଏବଂ ବୋତଲ ସହ ମାଛ ଧରା ଜାଲର ଅବଶେଷ ପ୍ରଚୁର ପରିମାଣରେ ରେ ସଂଗ୍ରହ କରିଥିଲେ ଯାହାକି ପରିବେଶ ତଥା ବେଳାଭୂମି କୁ ଅପରିଷ୍କାର କରିବା ସହ ପ୍ରବଳ ମାତ୍ରାରେ ପ୍ରଭାବିତ କରୁଛି। ଏଥି ସହିତ ବିଭାଗର ଛାତ୍ର ଅର୍ପିତ୍ ମହାପାତ୍ର, ଗବେଷକ ମନୋଜ କୁମାର ଦାସ, ଗବେଷିକା ଗୀତାଞ୍ଜଳୀ ଭୋଇ ନିଜର ମତବ୍ୟକ୍ତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ। ବିଭାଗୀୟ ମୁଖ୍ୟ ଡ. ତମୋଘ୍ନ ଆଚାର୍ଯ୍ୟ ଏବଂ ଡ. ଶକ୍ତିଧର ନାହକ ମଧ୍ୟ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରଦୁଷଣ ର ପ୍ରଭାବ ଓ ଅପକାରିତା ସଂପର୍କରେ ଆଲୋକପାତ କରିବା ସହ ସଫେଇ କାର୍ଯ୍ୟକୁ ସୁଚାରୁ ରୂପେ ସମ୍ପାଦନା କରିଥିଲେ। ପରିଶେଷରେ ଖାଦ୍ୟ ପାନୀୟ ବଣ୍ଟନ ସହ କାର୍ଯକ୍ରମ ର ସଫଳ ଅବସାନ ଘଟିଥିଲା।