ସକାଳର ଖବର, ୧୭-ସେପ୍ଟେମ୍ବର-୨୦୨୩, ରବିବାର*
*╭─────────────────────╮*
*🌄ସକାଳର ଖବର, ୧୭-ସେପ୍ଟେମ୍ବର-୨୦୨୩, ରବିବାର*
*╰─────────────────────╯*
•┈┈┈┈┈┈┈┈┈┈┈┈┈┈┈┈┈┈┈┈┈┈•
➡️୧-କଟକରେ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ପୁରୀକୁ ଗଡିଲା ପ୍ରଥମ ବସ୍ l ଏହାସହ ଏକକାଳୀନ ୧୩ଟି ବୃହତ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।
➡️୨-ନୂଆଁଖାଇ ପାଇଁ ବାଚସ୍ପତି ନିର୍ବାଚନ ଦିନେ ଘୁଞ୍ଚିଲା, ସେପ୍ଟେମ୍ବର ୨୨ରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ସକାଳ ୯ଟା ୩୦ରେ ବାଚସ୍ପତି ନିର୍ବାଚନ ହେବ।
➡️୩-ଆଜି ପ୍ରଧାନମନ୍ତ୍ରୀଙ୍କ ୭୩ତମ ଜନ୍ମଦିନ । ଜନ୍ମଦିନରେ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହେବ ଶୁଭାରମ୍ଭା ଦ୍ୱାରକାରେ ୟଶୋଭୂମିର ଉଦଘାଟନ କରିବେ ମୋଦୀ l
➡️୪-ନିଜ ହକ୍ ପାଇଁ ଜିଦରେ ଅଟଳ ରାଜ୍ୟର ୧ ଲକ୍ଷ ୩୦ ହଜାର ଶିକ୍ଷକ । ନିଜ ଅଧିକାରରୁ ବଞ୍ଚିତ ହୋଇ ଅନ୍ଧାରକୁ ଯାଉଛି ଲକ୍ଷ ଲକ୍ଷ କୋମଳମତି ଶିଶୁଙ୍କ ସୁନେଲି ଭବିଷ୍ୟତ । ଆନ୍ଦୋଳନକୁ ୟା ଭିତରେ ୯ ଦିନ ବିତିଥିଲେ ବି ଏଯାଏଁ ବାହାରି ପାରିନି ସମାଧାନର ବାଟ ।
➡️୫-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଲେଖିକା ଗୀତା ମେହେଟ୍ଟାଙ୍କ ଦିଲ୍ଲୀ ବାସଭବନରେ ୮୦ ବର୍ଷ ବୟସରେ ହେଲା ପରଲୋକ l
➡️୬-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜେଡି ଘୋଷଣା କଲା ନୂଆ କର୍ମକର୍ତ୍ତାଙ୍କ ନାମ, ବବି ଦାସଙ୍କୁ ମିଳିଲା ମୁଖ୍ୟ ଉପଦେଷ୍ଠା ଭାବେ ଦାୟିତ୍ବ l
➡️୭-ମହାପ୍ରଭୁଙ୍କୁ ଦର୍ଶନ କଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଖଣ୍ଡୁଆ ଦେଇ ସ୍ୱାଗତ କଲେ ସେବାୟତ- ଶ୍ରୀମନ୍ଦିର ପ୍ରଶାସନ l
➡️୮-ରାଜ୍ୟସ୍ତରୀୟ ପଦକ ପ୍ରଦାନ ଉତ୍ସବ ଗତକାଲି ଲୋକସେବା ଭବନ କନ୍ଭେନଶନ୍ ସେଣ୍ଟରଠାରେ ହେଲା ଅନୁଷ୍ଠିତ। ରାଜ୍ୟ ଆରକ୍ଷୀ ବାହିନୀ ଏବଂ କାରାଗାର ସଂସ୍ଥା ଓ ସଂସ୍କାର ସେବାର ମୋଟ ୮୫ଜଣ ଅଧିକାରୀ ଓ କର୍ମଚାରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସେମାନଙ୍କ ସାହସିକତା, ଉଲ୍ଲେଖନୀୟ ତଥା ବିଶିଷ୍ଟ ସେବା ନିମନ୍ତେ ‘ରାଷ୍ଟ୍ରପତି ପଦକ’ କଲେ ପ୍ରଦାନ l
➡️୯-ଦୈନିକ ଖବରକାଗଜ ସମ୍ବାଦର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ବିରୋଧରେ ଆସିଲା ଋଣ ଜାଲିଆତି ଅଭିଯୋଗ l
➡️୧୦-କମଲ ହାସନ ସାଇଲେଣ୍ଟ ଫିଲ୍ମ “ପୁଷ୍ପକ’କୁ ନେଇ କଲେ ବଡ ଘୋଷଣା, ଦ୍ୱିତୀୟ ଥର ସିନେମାଘରେ ହେବ ରିଲିଜ l
➡️୧୧-ଘାରିଲାଣି ବନ୍ୟା ଆଶଙ୍କା; ଛାନିଆରେ ମହାନଦୀ ତଳି ଅଞ୍ଚଳ ବାସିନ୍ଦା l ସେପଟେ ଆଗକୁ ହୀରାକୁଦର ଆଉ ଅଧିକ ଗେଟ୍ ଖୋଲିବନି ଏବଂ ରାଜ୍ୟରେ ଏବେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ।
➡️୧୨-ମହାନଦୀ ଜଳ ବିବାଦ ମାମଲା: ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ଅନ୍ତ ଘଟାଇଲେ ଟ୍ରିବ୍ୟୁନାଲ l
➡️୧୩-ଅଧ୍ୟୟନ ର ଖୁଲାସା : କୋଲଡ଼ ଡ୍ରିଂକ୍ସ ସେବନ ଦ୍ୱାରା ଆପଣଙ୍କ ପାଟିର ଲାଳ ରେ ମଧ୍ୟ ବୃଦ୍ଧି ହୋଇଥାଏ ଇନ୍ସୁଲୀନ ମାତ୍ରା l
➡️୧୪-ଭୟ ବଢାଉଛି ନିପା ଭାଇରସ, ସତର୍କ କରାଇଲା ଆଇସିଏମଆର । କରୋନାଠୁ ନିପା ଭାଇରସରେ ରହିଛି ଅଧିକ ମୃତ୍ୟୁ ଆଶଙ୍କା l
➡️୧୫-ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ସତର୍କ ସୂଚନା: ୧୮ରୁ ୨୦ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା l
➡️୧୬-ବ୍ରାଜିଲରେ ବିମାନ ଦୁର୍ଘଟଣା: କର୍ମଚାରୀଙ୍କ ସମେତ ୧୪ ଜଣଙ୍କର ହେଲା ମୃତ୍ୟୁ l
➡️୧୭-ବିସିସିଆଇ ପକ୍ଷରୁ ଘରୋଇ କ୍ରିକେଟ ପ୍ରତିଯୋଗିତା କାର୍ଯ୍ୟସୂଚୀ ଘୋଷିତ l ଜାନୁଆରୀ ୫ରୁ ଆରମ୍ଭ ହେବ ରଣଜୀ ଟ୍ରଫି ଲିଗ୍ ପର୍ଯ୍ୟାୟ l
➡️୧୮-ଏସିଆ କପ୍: ଆଜି ଭାରତ- ଶ୍ରୀଲଙ୍କା ଫାଇନାଲ ମୁକାବିଲା, କଲମ୍ବୋରେ ଉଭୟ ଦଳ ମଧ୍ୟରେ ହେବ ଟାଇଟଲ ଟକ୍କର l ଅଷ୍ଟମ ଥର ପାଇଁ ଟାଇଟଲ କବ୍ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ l
➡️୧୯-ପାକିସ୍ତାନର ବୋଲ ନ୍ୟୁଜ୍ ଅନୁଯାୟୀ ଏସିଆ କପ ଫାଇନାଲରୁ ବାଦ ପଡ଼ିବା ପରେ ଡ୍ରେସିଂ ରୁମରେ ହଙ୍ଗାମା କଲେ ବାବର ଆଜମ l ରୁମରେ ଖେଳାଳିଙ୍କୁ କଲେ ଗାଳିଗୁଲଜ l ଶାହିନ ଆଫ୍ରିଦି ଏବଂ ବାବରଙ୍କ ମଧ୍ୟରେ ଜୋରଦାର ହେଲା ବିତର୍କ l
➡️୨୦-ଡାଏମଣ୍ଡ ଲିଗ୍ ୨୦୨୩ : ଫାଇନାଲର ଦ୍ଵିତୀୟ ସ୍ଥାନରେ ରହିଲେ ଭାରତର ଷ୍ଟାର ଜାଭେଲିନ୍ ଥ୍ରୋର ନୀରଜ ଚୋପ୍ରା, ହାସଲ କଲେ ସିଲ୍ଭର ମେଡଲ l
*➡️ଦୟାକରି ଧ୍ୟାନ ଦିଅନ୍ତୁ, ଯଦିଓ ସକାଳର ଖବରକୁ ପ୍ରସ୍ତୁତ କରିବାରେ ପୂର୍ଣ୍ଣ ଯତ୍ନ ନେବାକୁ ଚେଷ୍ଟା କରାଯାଇଛି, ତଥାପି, କୌଣସି ଘଟଣା, ତାରିଖ କିମ୍ବା ଅନ୍ୟାନ୍ୟ ତ୍ରୁଟି ପାଇଁ ମୁଁ ଦାୟୀ ନୁହେଁ ।।*
*🔅ଆଜି ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ll*
*🔅ଆଜି ବିଶ୍ୱ ରୋଗୀ ସୁରକ୍ଷା ଦିବସ ll*
*🔅ଆଜି ଆନ୍ତର୍ଜାତୀୟ ଦେଶ ସଂଗୀତ ଦିବସ ll*
*🔅ଆଜି ଜାତୀୟ ପଡୋଶୀ ଦିବସ ll*
*🔅ଆଜି ନାଗରିକତା ଦିବସ ll*
*🔅ଆଜି ଜାତୀୟ ବୃତ୍ତିଗତ ଘର ପରିଷ୍କାର ଦିବସ ll*
*🔅ଆଜି ପତ୍ନୀ ପ୍ରଶଂସା ଦିବସ ll*
*🔅ଆଜି ଜାତୀୟ ମହିଳା ବନ୍ଧୁତା ଦିବସ ll*
*🔅ଆଜି ମରାଠୱାଡା ମୁକ୍ତି ଯୁଦ୍ଧ ଦିବସ (ମହାରାଷ୍ଟ୍ର) ll*
*ବି. ଦ୍ର : ରାଜ୍ୟ ସରକାରୀ/ପିଏସୟୁ କର୍ମଚାରୀ କିମ୍ବା ତାଙ୍କ ପକ୍ଷରୁ କେହି ଲାଞ୍ଚ ଦାବିକଲେ, ଓଡ଼ିଶା ଭିଜିଲାନ୍ସ ଟୋଲ ଫ୍ରି ନମ୍ବର ୧୦୬୪/୦୬୭୧-୨୩୦୫୯୮୮ରେ ଅଭିଯୋଗ କରନ୍ତୁ, ଜନହିତରେ ଜାରି ll*
*📌ବି. ଦ୍ର : ପ୍ରତ୍ୟେକ ଦିନ ପ୍ରତି ମୁହୂର୍ତ୍ତର Update News ଏବଂ ଏହିଭଳି ନିଉଜ ସର୍ବପ୍ରଥମେ ପାଇବା ପାଇଁ ଆମର New NEWS ଗ୍ରୁପରେ ଅଂଶଗ୍ରହଣ କରିବା ପାଇଁ ଇଛୁକ ବନ୍ଧୁ ମାନେ ଆମସହ ଯୋଗାଯୋଗ କରିପାରିବେ l ମୋ : 9438253184 ll*
*ll ଆପଣଙ୍କ ଦିନ ମଙ୍ଗଳମୟ ହେଉ ll*
*ll ଶୁଭ ସକାଳ,ସୁପ୍ରଭାତ ll*