August 19, 2026

ପୁରୀରେ ଚରକ ଜୟନ୍ତୀ ମହାଡ଼ମ୍ବରରେ ପାଳନ କରାଯାଇଛି

IMG-20260817-WA0073
Share

 

ଆଜି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ମହର୍ଷି ଚରକ ଜୟନ୍ତୀ ମହା ସମାରୋହ ରେ ପାଳିତ ହୋଇଯାଇଛି ।ସର୍ବପ୍ରଥମେ ମହର୍ଷି ଚରକ ଙ୍କ ପୂଜର୍ଚ୍ଚନା କରାଯାଇ ଚରକ ଅଷ୍ଟକମ୍ ସମୂହ ଗାନ କରାଯାଇଥିଲା। ଏହାପରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ର ଡ଼ ବିପିନ ବିହାରୀ ଖୁଣ୍ଟିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଚରକ ସଂହିତା ରେ ବର୍ଣ୍ଣିତ ବିଭିନ୍ନ ଚିକିତ୍ସା ପଦ୍ଧତି ର ଏକ ବୈଜ୍ଞାନିକ ଅନୁଶୀଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।ଏଥିରେ ପ୍ର ଡ଼ ଶାନ୍ତନୁ କୁମାର ଦାସ ବହୁ ପାରଦର୍ଶିତାର ସହ ଆୟୁର୍ବେଦ ଚିକିତ୍ସା ର ସେଲ୍ୟୁଲାର ଲେଭେଲ୍ ଆପ୍ଲିକେସନ ବିଷୟରେ ବିସ୍ତ୍ରୁତ ଭାବେ ବର୍ଣ୍ଣନା କରିଥିଲେ। ପ୍ର ଡ଼ ଦୀପକ କୁମାର ସ୍ବାଇଁ ମଧ୍ଯ ସ୍ପେସିଆଲ ମେଡିକାଲ କେସ ର ସଫଳ ଚିକିତ୍ସା ବିସ୍ତ୍ରୁତ ଭାବେ ଆଲୋଚନା କରିଥିଲେ। ଏହାପରେ ସାଂସ୍କୃତିକ କାର୍ଯକ୍ରମ ସହ ଦିନଚର୍ଯ୍ୟା ରେ ଆୟୁର୍ବେଦ ର ଉପଯୋଗିତା ଏକ ବିଦେଓ ମଧ୍ୟମରେ ପ୍ରଦର୍ଶନ କରିଥିଲେ। ଚରକ ସପ୍ତାହ ଦୀର୍ଘ ୭ଦିନ ଧରି ଆୟୋଜିତ ହେଇଆସୁଥିଲା। ଇତି ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରି କୃତିତ୍ୱ ହୋଇଥିଲେ। ସେହି ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଆନଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯାଇଥିଲା। ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟାପକ ଅଧ୍ୟାପିକା ମାନେ ଏହି ଜୟନ୍ତୀ ସମାରୋହ ରେ ଯୋଗ ଦେଇଥିଲେ। କାୟଚିକିସା ସ୍ନାତ୍ତକୋତ୍ତର ବିଭାଗର ସହ ପ୍ରାଧ୍ୟାପିକା ଡ଼ Sonalika ଜେନା ଓ ସିଦ୍ଧାନ୍ତ ସଂହିତା ବିଭାଗର ବିଭାଗୀୟ ମୁଖ୍ୟ ଡ଼ ମଧୁମିତା ପାଣିଗ୍ରାହୀ କାର୍ଯକ୍ରମକୁ ସଞ୍ଚାଳନ କରିଥିଲେ। ପି ଜି ଛାତ୍ର ଛାତ୍ରୀ ମାନେ ସମସ୍ତ କାର୍ଯକ୍ରମ କୁ ସହଯୋଗ ଓ ସମ୍ପାଦନା କରିଥିଲେ।Kayachikitsa ବିଭାଗୀୟ ମୁଖ୍ୟ ପ୍ର ଡ଼ ପ୍ରଜ୍ଞା ପ୍ରିୟଦର୍ଶିନୀ ମଲ୍ଲିକ ସମସ୍ତ କାର୍ଯକ୍ରମ ର ଅନୁଧ୍ୟାନ କରିଥିଲେ। ଅଧ୍ୟାପକ ଡ ସତ୍ୟଜିତ୍ ବେହେରା ଅନେକ ସହଯୋଗ ପ୍ରଦାନ କରିଥିଲେ।ଶେଷରେ ଡ୍ର ଭାରତୀ ଲତା ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଆୟୁର୍ବେଦ ଘରେ ଘରେ ପହଞ୍ଚିପାରୁ। ସମସ୍ତେ ଆୟୁର୍ବେଦ କୁ ଅପଣନ୍ତୁ। ଦୀର୍ଘାୟୁ ଓ ସୁସ୍ଥ ଜୀବନ ନିର୍ବାହ କରନ୍ତୁ।

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ

You may have missed