June 1, 2025

ବେଲପଡା ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ..

Share

 

(ହକ ଓ ଅଧିକାର ପାଇଁ ଆହୁରି ଜନ ଜାଗରଣ ର ଆବଶ୍ୟକତା ରହିଛି-ସାଂସଦ ଶ୍ରୀ ବିଶି)

 

ପାଟଣାଗଡ଼(ପବିତ୍ର ପୁଟେଲ)ବଲାଙ୍ଗୀର ଜିଲ୍ଲା ବେଲପଡା ଠାରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଖେଳ ପଡିଆ ଠାରେ ଶହ ଶହ ଆଦିବାସୀ ମାନେ ଏକତ୍ରିତ ହୋଇଥିଲେ। ପରେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତାରିଣୀ ମନ୍ଦିର ନିକଟକୁ ଚନ୍ଦ୍ରମା ମିଳନ ମଣ୍ଡପ ପର୍ଯ୍ୟନ୍ତ ପହଞ୍ଚି ଥିଲେ।ସେଠାରେ ଆୟୋଜିତ ସଭାରେ ସମସ୍ତ ଆଦିବାସୀ ଦେବାଦେବୀ ଙ୍କ ସହ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ପୂଜାର୍ଚ୍ଚନା ଓ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥଲା।ଏଥିରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।ବେଲପଡା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ଆୟୋଜିତ ବିଶ୍ଵ ଆଦିବାସୀ ଦିବସରେ ଆଦିବାସୀ ମାନଙ୍କର ହକ ଓ ଅଧିକାର,ସାମ୍ବୀଧାନିକ ଅଧିକାର ,ଐତିହ୍ୟ ପରମ୍ପରା,ଭାଷା ,କଳା ସଂସ୍କୃତି,ଏକତା ଅଖଣ୍ଡତା ,ସ୍ବାସ୍ଥ୍ୟ ଶିକ୍ଷା ର ବିକାଶ , ଆଟ୍ରୋସିଟି ମୁକ୍ତ କରିବା ,ଆଦିବାସୀ ମାନଙ୍କର କଳା ସଂସ୍କୃତ ,ଐତିହ୍ୟ ପରମ୍ପରା ଭାଷା କୁ ପୁନଃ ଉଦ୍ଧାର କରିବା ଆଦି ମିଳିତ ଜାତିସଂଘ ଉପରେ ଗୁରୁତ୍ବ ଦେଉଛନ୍ତି। ଏଣୁ ସମଗ୍ର ଦେଶରେ ଅଗଷ୍ଟ ୯ ଦିନ କୁ ବିଶ୍ଵ ଆଦିବାସୀ ଦୀବସ ରୁପେ ଘୋଷଣା କରିଛନ୍ତି। ଏଣୁ ଆଦିବାସୀ ମାନଙ୍କର ସାମଗ୍ରିକ ବିକାଶ ଓ ସ୍ବତନ୍ତ୍ର ଆଦିବାସୀ ପରିଚୟ ସୃଷ୍ଟି ଦିଗରେ ଆହୁରୀ ଜନଜାଗରଣର ଆବଶ୍ୟକତା ରହିଛି ଏଣୁ ସମସ୍ତେ ସଜାଗ ରହିବାକୁ ପଡିବ ବୋଲି ମୂଖ୍ୟ ଅତିଥି ଶ୍ରୀ ବିଶି ତାଙ୍କ ଅଭିଭାଷଣରେ କହିଥିଲେ। ଏଥିରେ ବେଲପଡା ବ୍ଳକ ସଭାପତି ରସିକ ଧରୁଆ, ପାଟଣାଗଡ଼ ବ୍ଳକ ସଂପାଦକ ସାରଥୀ ବାଗ, ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା, ନାରୀନେତ୍ରୀ ଲକ୍ଷ୍ମୀ ଶବର ,ବେଲପଡା ସଂପାଦକ ପ୍ରିତିଷ ସିଂ ମଲ୍ଲିକ, କର୍ମଚାରୀ ସଂଘ ଆବାହକ ଭୂପାଲ ସିଂ ବିଶ୍ଵାଳ, ସଭାପତି ଗନ୍ଧର୍ବ ମାଝୀ ,ଆଦିବାସୀ ସଂଘ ଉପସଭାପତି ନିରୁପମା ଧରୁଆ ,ଖପ୍ରାଖୋଲ ବ୍ଳକ ସଭାପତି ଚନ୍ଦ୍ରଶେଖର ବରିହା,ସଭାପତି ଯୁବ ସାଙ୍ଗଠନିକ ଇଂ.ଜନଜୀବନ ଭୋଇ, କେତନ ଛତ୍ରିଆ, ଦୁଃଖ ନାଶକ ମାଝୀ ତୁରେକେଲା ବ୍ଳକ ମୂଖ୍ୟ ଉପଦେଷ୍ଟା ନାରୀନେତ୍ରୀ ଖେଳନ୍ତି ସମରଥ , ଲଲିତ ମଲ୍ଲିକ, ଘନ ଭୋଇ,ଧୂବଲେଶ୍ଵର ଭୋଇ,ହୃଷୀକେଶ ଭୋଇ, ମିନକେତନ ଧରୁଆ, ପ୍ରମୁଖ ଙ୍କ ସମେତ ଶତାଧିକ ଆଦିବାସୀ ମହିଳା ପୁରୁଷ ସାମିଲ ହୋଇ ଥିଲେ। ସୁଶ୍ରୀ ମଧୁସ୍ମିତା ନାଗ ଓ ବିଳାସିନୀ ପୁଟା ସ୍ବାଗତ ସଂଗୀତ ଗାନ କରିଥିବା ବେଳେ ଉପସଭାପତି ଧନିରାମ ମିର୍ଦ୍ଧା ସଭା ପରିଚାଳନା କରିଥିଲେ । ଇଂ.ଜନଜୀବନ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ।

You may have missed