April 24, 2026

କଂଗ୍ରେସ ତରଫର ଅତାବିରା ଓ ଭେଡେନରେ ୧୨ ଘଣ୍ଟିଆ ବନ୍ଦ ପାଳନ

IMG-20250717-WA0068
Share

 

ବାଲେଶ୍ୱର ଫକୀର ମୋହନ (ଏଫ୍‌ଏମ୍‌) ସ୍ବୟଂଶାସିତ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ବିଶି ଆତ୍ମାହୁତି ଘଟଣାକୁ ନେଇ ରାଜ୍ୟବ୍ୟାପୀ ଆନ୍ଦୋଳନ ତେଜି ଉଠିଛି। ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣାର ନ୍ୟାୟିକ ତଦନ୍ତ, ସମସ୍ତ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ, ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବରଖାସ୍ତ ଆଦି ଦାବି ନେଇ ଗୁରୁବାର କଂଗ୍ରେସର ଓଡ଼ିଶା ବନ୍ଦ ଡାକରା ଦେଇଛି। ଏହି ବନ୍ଦ ଡାକରାକୁ ଅତାବିରା ବ୍ଲକ ଓ ଭେଡେନ ବ୍ଲକ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଛି। ସକାଳୁ ଜରୁରୀକାଳୀନ ସେବା ବ୍ୟତୀତ ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା |ଯାନବାହନ ଚଳାଚଳ ବନ୍ଦ ରହିଥିବାରୁ ରାସ୍ତାଘାଟ ଶୂନଶାନ୍‌ ହୋଇପଡ଼ିଥିଲା କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରୁଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପଇଁତରା ମାରୁଥିବା ପରିଲକ୍ଷିତ ହୋଇଥିଲା |ସକାଳ ୬ଟାରୁ ସନ୍ଦ୍ୟା ୬ଟା ପର୍ଯ୍ୟନ୍ତ ବନପାଳନ କରାଯାଇଥ୍ଲାଲା |ଅତାବିରାରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଅଭିଷେକ ସେଠ୍ ନେତୃତ୍ବରେ ବନ୍ଦପାଳନ କରାଯାଇଥିଲା,ବ୍ଲକ କଂଗ୍ରେସ କମିିଟିର ଦୟାସାଗର ମେଣ୍ଡୁଲୀ,ଉମାଶଂକର ଭୋସାସାଗର ,କ୍ଲକର କେତେକ କଂଗ୍ରେସ କର୍ମୀ ଯୋଗଦେଇଥିବା ବେଳେ ଭେଡେନରେ ମଧ୍ଧ ବ୍ଲକ କଂଗ୍ରେସ କମିଟିର ସଭାପତି ରମେଶ ପଣ୍ଡାକଂ ନେତୃତ୍ବରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାୋଇଥିଲା |

You may have missed