April 23, 2026

ଗଜପତି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗରେ କାର୍ଯ୍ୟରତ ୪ ଜଣ କମ୍ୟୁନିଟି ହେଲଥ ଅଫିସର ସସପେଣ୍ଡ 

IMG-20250717-WA0070
Share

 

 

ପାରଳାଖେମୁଣ୍ଡି:୧୭/୭(ଗରୁଡ଼ ଧ୍ଵଜ ଚୌଧୁରୀ): ଗଜପତି ଜିଲ୍ଲାରେ ୪ ଜଣ କମ୍ୟୁନିଟି ହେଲଥ ଅଫିସର ସସପେଣ୍ଡ ହୋଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ମୁବାରକ ଅଲ୍ଲୀ ଗଣମାଧ୍ୟମ କୁ ସୂଚନା ପ୍ରଦାନ କରିକହିଛନ୍ତି ସେ ଗଜପତି ଜିଲ୍ଲା କହିଛନ୍ତିଯେ, କର୍ତଵ୍ୟରେ ଅବହେଳା ଓ ଉପରୋକ୍ତ ଅଧିକାରୀଙ୍କ ଆଦେଶକୁ ଅବମାନନା କରିବା ଅଭିଯୋଗରେ ସେମାନଙ୍କୁ ସସପେଣ୍ଡ କରାଯାଇଛି. ଏହି ୪ ଜଣ କମ୍ୟୁନିଟି ହେଲଥ ଅଫିସର ନିୟମିତ ଭାବେ ସେମାନଙ୍କ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରକୁ ଆସୁନଥିଲେ. ଗଜପତି ଜିଲ୍ଲାର ମୋହନା ବ୍ଲକର ପାଣିଗଣ୍ଡା, ରାଇପଙ୍କା, ବୁତୁଲି ଏବଂ ଆର. ଉଦୟଗିରି ବ୍ଲକର ଶିଆଳିଲଟି ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କାର୍ଯ୍ୟରତ ୪ ଜଣ କମ୍ୟୁନିଟି ହେଲଥ ଅଫିସରଙ୍କୁ କାର୍ଯ୍ୟରୁ ସସପେଣ୍ଡ କରାଯାଇଛି. ଗଜପତି ଜିଲ୍ଲାରେ ଜନ ସାଧାରଣଙ୍କୁ ସ୍ୱାସ୍ଥ୍ୟସେବା ଯୋଗେଇବା ପାଇଁ ନିଯୁକ୍ତି ପାଇଥିବା ଯେକୌଣସି କର୍ମଚାରୀ, ହେଲଥ ଅଫିସର ଦାୟିତ୍ୱରେ ଅବହେଳା କଲେ ତୁରନ୍ତ ଦୃଢ କାଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଅଲ୍ଲୀ ସମସ୍ତଙ୍କୁ ଚେତାବନୀ ଦେଇ ସ୍ୱାସ୍ଥ୍ୟସେବାରେ ସମସ୍ତଙ୍କ ସହଯୋଗ ଲୋଡ଼ିଛନ୍ତି.

You may have missed