ନିର୍ବାହୀ ଅଧିକାରୀ ସଂଘ ର ନୂତନ କର୍ମକର୍ତ୍ତା ଚୟନ
କୋଲନରା :(ସଞ୍ଜୀବ କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ କାର୍ଯ୍ୟାଳୟ ପରିସର ରେ ବ୍ଲକ ପଞ୍ଚାୟତ ଏକଜୁକୁଟିଭ ଅଫିସର ସଂଘ ର ନୂତନ କର୍ମକର୍ତ୍ତା ଚୟନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ପଞ୍ଚାୟତ ସମିତି କୋଲନରା ର ବିଭିନ୍ନ ଗ୍ରାମ ପଞ୍ଚାୟତ ର ପିଇଓ ମାନେ ଉପସ୍ଥିତ ରହି ନୂତନ କର୍ମକର୍ତ୍ତା ଚୟନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ପିଇଓ ସଂଘ ର ସଭାପତି ଭାବେ ଲିଙ୍ଗରାଜ ତାଢ଼ିଙ୍ଗି,ସମ୍ପାଦକ ଭାବେ ରମେଶ ଚନ୍ଦ୍ରପିର୍ବାକା,କୋଷାଧ୍ୟକ୍ଷ ଭାବେ ବିବେକାନନ୍ଦ ହିମିରିକା,ସଂଗଠକ ଭାବେ ଜୀବନ ଜେନା ଙ୍କୁ ମନୋନୀତ କରାଯାଇଥିଲା।ଆଗାମୀ ଦିନରେ ସମସ୍ତ ସଂଘ ର କର୍ମକର୍ତ୍ତା ସହଯୋଗ କରିଲେ ସରକାର ଙ୍କ ନିୟମ ମାନି ବ୍ଲକ ର ଉନ୍ନତି ନେଇ ସଂଘକାର୍ଯ୍ୟ କରିବ ବୋଲି ନୂତନ ସଭାପତି ଶ୍ରୀ ଲିଙ୍ଗରାଜ ତାଡ଼ିଙ୍ଗି କହିଥିଲେ ।ବୈଠକରେ ପିଇଓ ବୁଦ୍ଧିଆ କଣ୍ଡାରିଆ,ଜେ.ବେଣୁଗୋପାଳ,ଯୋଗେଶ ପେଦେଣ୍ଟି,ମଦନମୋହନ ନାୟକ,ପ୍ରତାପ ପୁଆଲା ସମେତଅନ୍ୟ ମାନେ ଉପସ୍ଥିତ ଥିଲେ ।
