April 24, 2026

ରାଜ୍ୟ କ୍ୟାବିନେଟ୍‌ରେ ୧୩ଟି ପ୍ରସ୍ତାବକୁ ମିଳିଲା ମଞ୍ଜୁରୀ, ସୃଷ୍ଟି ହେବ ୪ ହଜାର ୧୯୫ ନିଯୁକ୍ତି..

IMG-20250717-WA0004
Share

 

 

 

ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ କ୍ୟାବିନେଟ୍‌ରେ ୧୧ଟି ବିଭାଗର ୧୩ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କ୍ୟାବିନେଟ୍ ବୈଠକ ପରେ ସୂଚନା ଦେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା।

 

ମୟୂରଭଞ୍ଜର ରାଇରଙ୍ଗପୁରରେ ଏକ ନୂତନ ପୋଲିସ ଜିଲ୍ଲା ଖୋଲିବ। ରାଇରଙ୍ଗପୁର ଏକ ପୋଲିସ ଜିଲ୍ଲା ହେବ। ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମକୁ ଅନୁମୋଦନ କରିବ। ଏମର୍ଜେନ୍ସି ରେସପନ୍ସ ସପୋର୍ଟ ସିଷ୍ଟମ ପାଇଁ ସୃଷ୍ଟି ହେବ ୪ ହଜାର ୧୯୫ ପୋଷ୍ଟ। ଏହା ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ମାସିକ ହଷ୍ଟେଲ ଫି ୨ ହଜାର ଟଙ୍କା ଛାଡ଼ ନିଷ୍ପତ୍ତି ହୋଇଛି। ସମୃଦ୍ଧ ସହର ଯୋଜନାକୁ ରାଜ୍ୟ କ୍ୟାବିନେଟ୍‌ରେ ଅନୁମୋଦନ ମିଳିଛି। ସମୃଦ୍ଧ ସହର ଯୋଜନା ପାଇଁ ୪ ହଜାର ୮୭୯.୩୦ କୋଟି ବ୍ୟୟ ଅଟକଳ କରାଯାଇଛି। ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ସମୃଦ୍ଧ ସହର ଯୋଜନା ସହାୟକ ହେବ।

 

 

 

ରାଜ୍ୟ କ୍ୟାବିନେଟ ବୈଠକରେ ଓଡ଼ିଶା ଆୟୁଷ ସହାୟକ ସେବା (ନିଯୁକ୍ତି ପ୍ରଣାଳୀ ଏବଂ ସେବା ସର୍ତ୍ତାବଳୀ) ସଂଶୋଧନ ନିୟମ, ୨୦୨କୁ ଅନୁମୋଦନ ମିଳିଛି। ସରକାର ଆୟୁଷ ସ୍ଵାସ୍ଥ୍ୟ କଲ୍ୟାଣ କେନ୍ଦ୍ରର ବିକାଶକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କ ପାଇଁ ଉନ୍ନତ ସ୍ବାସ୍ଥ୍ୟ ସେବା ସୁନିଶ୍ଚିନ୍ତ କରିବା ନିମନ୍ତେ ଆୟୁଷ ସହାୟକମାନଙ୍କୁ ଏକ ଯୁକ୍ତିସଙ୍ଗତ ଢାଞ୍ଚା ସହିତ ଉତ୍ତମ ପଦୋନ୍ନତିର ସୁଯୋଗ ପ୍ରଦାନ କରିଛନ୍ତି ।

 

ଆୟୁଷ ସହାୟକ କ୍ୟାଡରର ପୁନର୍ଗଠନ ଦ୍ବାରା ୩୫୦ ଗୋଟି ବରିଷ୍ଠ ଆୟୁଷ ସହାୟକ ପଦବୀ ଏବଂ ୧୨ ଗୋଟି ମୁଖ୍ୟ ଆୟୁଷ ସହାୟକ ପଦବୀ ORSP ନିୟମାବଳୀ, ୨୦୧୭ ଅନୁଯାୟୀ ଯଥାକ୍ରମେ ବେତନ ଲେଭଲ୍‌ ୭ ଓ ବେତନ ଲେଭଲ୍ ୯ରେ ସୃଷ୍ଟି କରାଯାଇଛି ।