April 24, 2026

ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା …

IMG-20250717-WA0006
Share

 

( ଦେବାଶିଷ ଦାଶ ‌କ୍କ ରିପୋର୍ଟ )

 

ବିଜେଡ଼ି ର ଶାନ୍ତିପୂର୍ଣ ପ୍ରତିବାଦ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣ କୁ ନବୀନ ପଟନାୟକ ଙ୍କ ଦୃଢ଼ ନିନ୍ଦା

 

ଆହତ ବିଜେଡ଼ି ନେତାଙ୍କ ସହ କଥା ହେଲେ ନବୀନ ପଟନାୟକ ,

 

ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ସୌମ୍ୟଶ୍ରୀ ବିଶି ଙ୍କ ଆତ୍ମଦାହ ଘଟଣାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଲୋକସେବା ଭବନ ଘେରାଉ ଡାକରା ଦିଆଯାଇଥିଲା.ଏଥିରେ ବିଜେଡ଼ି ର ହଜାର ହଜାର କର୍ମୀ ଶାନ୍ତିପୂର୍ଣ ଭାବରେ ଲୋୟାର

ପି ଏମ ଜି ଠାରେ ସୌମ୍ୟଶ୍ରୀ ଙ୍କୁ ନ୍ୟାୟ ଦାବି ରେ ପ୍ରତିବାଦ କରୁଥିବା ବେଳେ ସେମାନଙ୍କ ଉପରେ ପୋଲିସ ନିର୍ମମ ଓ ଅମାନୁଷିକ ଆକ୍ରମଣ କୁ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟନାୟକ କଡା ଭାଷା ରେ ନିନ୍ଦା କରିଛନ୍ତି.

ଶାନ୍ତିପୂର୍ଣ ଆନ୍ଦୋଳନ କାରୀଙ୍କ ଉପରେ ପୋଲିସ ର ଏଭଳି ଅତ୍ୟାଚାର କୁ ଶ୍ରୀ ପଟନାୟକ ବର୍ବୋରୋଚିତ ବୋଲି ବର୍ଣ୍ଣନା କରିଛନ୍ତି.

ଏହି ଘଟଣା ରେ ବହୁ ବିଜେଡ଼ି କର୍ମୀ ଓ ସାଧାରଣ ଲୋକ ପୋଲିସ. ଆକ୍ରମଣ ରେ ଆହତ ହେବା ଖବର ରେ ଶ୍ରୀ ପଟନାୟକ ଉଦବେଗ ପ୍ରକାଶ କରିଛନ୍ତି

 

ପୋଲିସ ଆକ୍ରମଣ ରେ ଆହତ ସାଂସଦ ସୁଲତା ଦେଓ ,ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ,ଓ ପ୍ରୀତିରଞ୍ଜନ ଘଡ଼ାଇ ଙ୍କ ସହ ଶ୍ରୀ ପଟନାୟକ ଫୋନ୍ ଯୋଗେ କଥା ହୋଇ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପର୍କରେ ପଚାରି ବୁଝି ଥିଲେ ଓ ଆଶୁ ଆରୋଗ୍ୟ କାମନା କରିଥିଲେ.

You may have missed